ETV Bharat / bharat

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ - ଦୁଷ୍କର୍ମ ପରେ ହତ୍ୟା

ପୁଣି ଲଜ୍ୟା । ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି । ଏଭଳି ଘଟଣା ଘଟିଛି ଦିଲ୍ଲୀର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ...

9 year old girl murdered after rape in delhi
ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ :ପୋଲିସ ହେପାଜତରେ ଶବଦାହକ
author img

By

Published : Aug 2, 2021, 2:58 PM IST

ନୂଆଦିଲ୍ଲୀ : ପୁଣି ଲଜ୍ୟା । ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି । ଏଭଳି ଘଟଣା ଘଟିଛି ଦିଲ୍ଲୀର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଶ୍ମଶାନ ଘାଟର ଶବ ଦାହକ ଏଭଳି କାଣ୍ତ ଭିଆଇଥିବା ପୀଡିତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ପରେ ପରିବାରଙ୍କ ବିନା ଅନୁମତିରେ ନାବଳିକାର ମୃତ ଦେହକୁ ପୋଡି ଦିଆଯାଇଥିଲା ।

ସୂଚନା ଅନୁସାରେ ନାବାଳିକାଟି ଶ୍ମଶାନ ଘାଟକୁ ପାଣି ଆଣିବାକୁ ଯାଇଥିଲେ । ହେଲେ କିନ୍ତୁ ଘରକୁ ଫେରି ନଥିଲେ । ପରେ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଦେଇଥିଲେ । ହେଲେ ଶ୍ମଶାନ ଘାଟର ଶବଦାହକ ପରିବାର ଲୋକଙ୍କୁ ଖବର ଦେଇଥିଲା । ବିଦ୍ୟୁତ ଆଘାତ ଲାଗି ଝିଅଟିର ମୃତ୍ୟୁ ହୋଇଯାଇଛି ବୋଲି ପରିବାର ଲୋକଙ୍କୁ କହିଥିଲା ।

ଏନେଇ ପରିବାର ଲୋକେ ପୋଲିସକୁ ଖବର ଦେବାକୁ ଯିବା ବେଳେ ଶବଦାହକ ତାଙ୍କୁ ଅଟକାଇ ଥିଲା । ଆଉ କହିଥିଲା ପୋଲିସକୁ ଖବର ଦେଲେ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ମୃତଦେହକୁ ନିଆଯିବ । ସେଠାରେ ମୃତଦେହର ବିଭିନ୍ନ ଅଙ୍ଗ ଚୋରି ହୋଇଯିବ । ପରେ ଘଟଣାଟି ଲୋକଲୋଚନକୁ ଆସିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଥିଲା । ଅର୍ଦ୍ଧ ଅଗ୍ଧ ମୃତଦେହକୁ ଜବତ କରିଥିଲା । ଏହାସହ ପରିବାର ଲୋକଙ୍କ ଆଧାରରେ ମାମଲା ରୁଜୁ କରାଯାଇଥିଲା । ଏହାସହ ଶବଦାହକଙ୍କୁ ପୋଲିସ ହେପାଜତକୁ ନେଇ ଛାନଭିନ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.