ହାଇଦ୍ରାବାଦ: କାଳ ହେଲା ଚକୋଲେଟ ନିଶା, ଚକୋଲେଟ ଖାଉ ଖାଉ ଚାଲିଗଲା ନାବାଳକର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ତେଲେଙ୍ଗାନାରା ୱାରଙ୍ଗାଲରେ । ମୃତକ ଜଣଙ୍କ ହେଉଛନ୍ତି ସନ୍ଦୀପ ସିଂ । ଗଳାରେ ଚକୋଲେଟ ଲାଗିବାରୁ ନାବାଳକର ମୃତ୍ୟୁ ହୋଇଥିବା ଜଣାପଡିଛି ।
ପୋଲିସର ସୂଚନା ଅନୁଯାୟୀ, ନାବାଳକଙ୍କ ବୟସ ୯ ବର୍ଷ, ସେ ଶାରଦା ହାଇସ୍କୁଲରେ ଦ୍ବିତୀୟ ଶ୍ରେଣୀରେ ପାଠ ପଢୁଥିଲେ । ସେ ଚକୋଲେଟ ଖାଇବାରେ ଅଭ୍ୟସ୍ତ ଥିଲେ । ତାଙ୍କ ବାପା ତାଙ୍କ ପାଇଁ ଅଷ୍ଟ୍ରେଲିଆରୁ ଚକୋଲେଟ ଆଣିଥିବାରୁ ପ୍ରତିଦିନ ସେ ସ୍କୁଲକୁ ଚକୋଲେଟ ନେଇକି ଯାଆନ୍ତି । ଶନିବାର ଦିନ ମଧ୍ୟ ସ୍କୁଲକୁ ଚକୋଲେଟ ନେଇକି ଯାଇଥିଲେ ସନ୍ଦୀପ । ଏହାପରେ ସକାଳ ୧୦ ଟା ସମୟରେ ସ୍କୁଲରେ ଚକୋଲେଟ ଖାଉଥିବା ବେଳେ ହଠାତ ତଣ୍ଟିରେ ଅଟକି ଯାଇଥିଲା । ଏହାପରେ ସଙ୍ଗେ ସଙ୍ଗେ ତାଙ୍କୁ ଏମଜିଏମ ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମୃତ ଘୋଷଣା କରିଥିଲେ ।
ଏହା ମଧ୍ୟ ପଢନ୍ତୁ-ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି, ବାପାକୁ ମାରି ଖଣ୍ଡ ଖଣ୍ଡ କଲେ ମାଆ-ପୁଅ
ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇନଥିବା ଜଣାପଡିଛି । ପୁଅକୁ ହରାଇବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।