ETV Bharat / bharat

ଚିଡିଆଖାନାରେ 9 ସିଂହ କୋରୋନା ପଜିଟିଭ, ଜଣେ ମୃତ - ସିଂହ କୋରୋନା ପଜିଟିଭ

ତାମିଲନାଡୁର ୱଣ୍ଡଲୁର ସ୍ଥିତ ଚିଡିଆଖାନାରେ ଏକା ସହ 9 ସିଂହ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ମାମଲା ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ...

ଚିଡିଆଖାନାରେ 9 ସିଂହ କୋରୋନା ପଜିଟିଭ, ଜଣେ ମୃତ

author img

By

Published : Jun 4, 2021, 7:59 PM IST

ଚେନ୍ନାଇ: ମହାମାରୀ କୋରୋନାରେ ପଶୁ ସଂକ୍ରମିତ ହେବା ଓ ଏମାନଙ୍କ ଠୁ ମଣିଷକୁ ଭୂତାଣୁ ବ୍ୟାପିବାକୁ ନେଇ ଲାଗି ରହିଛି ସସପେନ୍ସ । ଏହାରି ମଧ୍ୟରେ ତାମିଲନାଡୁର ୱଣ୍ଡଲୁର ସ୍ଥିତ ଚିଡିଆଖାନାରେ ଏକା ସହ 9 ସିଂହ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ମାମଲା ସାମ୍ନାକୁ ଆସିଛି ।

ଅନ୍ନା ଜୁଲୋଜିକାଲ ପାର୍କର ପବ୍ଲିକ ରିଲେଶନ ଅଫିସରଙ୍କ ଜାରି ବୟାନ ଅନୁଯାୟୀ, ପ୍ରଥମେ 5 ସିଂହଙ୍କଠାରେ କଫ ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ଏକ୍ସପର୍ଟ ଟିମ ଏହାର କାରଣ ଖୋଜିବାରେ ଲାଗିପଡିଥିଲେ ।

ବୟାନରେ କୁହାଯାଇଛି ଯେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହାଇ ସିକ୍ୟୁରିଟି ଡିଜିଜ(ଏନଆଇଏଚଏସଏଡି)କୁ ଭୋପାଳ, ମଧ୍ୟପ୍ରଦେଶରେ ଅନ୍ନା ଜୁଲୋଜିକାଲ ପାର୍କରେ 11 ସିଂହଙ୍କ ରକ୍ତ ନମୁନା ଓ ନାଜାଲ ସ୍ବାବ ପଠାଯାଇଥିଲା । 2 ଜୁନରେ ଗୋଟିଏ ସିଂହର ମୃତ୍ୟୁ ହୋଇଯାଇଥିଲା ।

ଲାବ୍ରୋଟୋରୀ ଟେଷ୍ଟ ଅନୁଯାୟୀ, 11 ସିଂହଙ୍କ ନମୁନା ପଠାଯାଇଥିଲା । ଏଥିରୁ 9 ଜଣଙ୍କ ନମୁନା ପଜିଟିଭ ଆସିଛି । ଏହାର ସତ୍ୟତା ଖୋଜିବା ପାଇଁ ନୁମୁନାକୁ 4 ଜୁନରେ ଇଣ୍ଡିଆନ ଭେଟନାରୀ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ବରେଲି ଓ ସେଣ୍ଟର ଫର ସେଲୁଲାର ଆଣ୍ଡ ମୋଲେକୁଲାର ବାୟୋଲୋଜୀ ହାଇଦ୍ରାବାଦ ପଠାଯାଇଥିଲା ।

ସମୟ ସମୟରେ କେନ୍ଦ୍ର ପ୍ରାଣୀ ଉଦ୍ୟାନ ପ୍ରାଧିକରଣ, କେନ୍ଦ୍ର ଏବଂ ରାଜ୍ୟ ସରକାର ଦେଇଥିବା ନିର୍ଦ୍ଦେଶଗୁଡିକ ପାଳନ କରାଯାଏ | ସେହି ସମସ୍ତ ସିଂହ, ଯେଉଁମାନେ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ, ବିଶେଷଜ୍ଞଙ୍କ ପରାମର୍ଶରେ ଘରୋଇ ପଶୁ ଚିକିତ୍ସା ଟିମ ପକ୍ଷରୁ ଅତି ନିକଟତର ଭାବେ ତଦାରଖ କରାଯାଉଛି । ଏହି ପ୍ରାଣୀ ଉଦ୍ୟାନରେ ଥିବା ସମସ୍ତ ପ୍ରାଣୀମାନଙ୍କର ରକ୍ଷଣାବେକ୍ଷଣରେ ନିୟୋଜିତ କର୍ମଚାରୀ ଏବଂ ସହାୟକକାରୀଙ୍କୁ କୋରୋନା ଟିକା ଦିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.