ଚଣ୍ଡିଗଡ: ହରିୟାଣାର ଝଜ୍ଜର ଜିଲ୍ଲା ବାହାଦୁରଗଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କେଏମପି ଏକ୍ସପ୍ରେସ ୱେରେ 2ଟି ଟ୍ରକ ମଝିରେ ଓଭରଟେକ କରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏକ କାର୍ । ଏଥିରେ 8 ଜଣ ପ୍ରାଣ ହରାଇଛନ୍ତି ।
ଦୁର୍ଘଟଣାରେ ଜଣେ ଶିଶୁ ଆହତ ହୋଇଛି । ତେବେ ଆହତ ଶିଶୁକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ବାହାଦୁରଗଡର ବାଦଲି ଓ ଫରୁଖନଗର ମଝିରେ ଏହି ଦୁର୍ଘଟଣା ଘଟିଛି ।
ସୂଚନାନୁସାରେ, କେଏମପି ଏକ୍ସପ୍ରେସୱେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନେ ୟୁପି ଫିରୋଜାବାଦର ବାସିନ୍ଦା। ଫିରୋଜାବାଦର ନାଙ୍ଗଲା ଅନୁପ ଗାଁର ଏହି ବ୍ୟକ୍ତିମାନେ ଗୋଗା ମେଡିରୁ ଘରକୁ ଫେରୁଥିଲେ। ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ଜଣାପଡିଛି । କାରରେ ମୋଟ 11 ଜଣ ଯାତ୍ରା କରୁଥିଲେ ।