ETV Bharat / bharat

80ରେ ବି ଫିଟ୍‌, ମାତ୍ର 49 ସେକେଣ୍ଡରେ 100 ମିଟର ଦୌଡିଲେ ବୃଦ୍ଧା

ପରିଣତ ବୟସରେ ଅତୁଳନୀୟ ପ୍ରତିଭା । 80 ବର୍ଷ ବୟସରେ ବି ଟ୍ରାକରେ ଦୌଡି ସମସ୍ତଙ୍କୁ ଚକିତ କରିଦେଇଛନ୍ତି ବୃଦ୍ଧା । ଅଧିକ ପଢ଼ନ୍ତୁ

The 80 years old woman won the race in Meerut
ପରିଣତ ବୟସରେ ଚମକିଲେ ବୃଦ୍ଧା, 49 ସେକେଣ୍ଡରେ 100 ମିଟର ଅତିକ୍ରମ
author img

By

Published : Nov 30, 2022, 12:10 PM IST

Updated : Nov 30, 2022, 1:32 PM IST

ଲକ୍ଷ୍ନୌ: ବୟସ ବଢ଼ିଛି ସତ, ହେଲେ ପାଦ ଥକିନାହିଁ । ପରିଣତ ବୟସରେ ଖେଳ ପ୍ରତି ମୋହକୁ ଛାଡ଼ି ପାରିନାହାନ୍ତି । ଜଣେ 80 ବର୍ଷ ବୟସରେ ଜଣେ ବୃଦ୍ଧା ଟ୍ରାକରେ ନିଜ ଦବଦବା ଦେଖାଇଛନ୍ତି । ଉତ୍ତର ପ୍ରଦେଶ ମିରଟରୁ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ବୟସର ଅପରାହ୍ନରେ କେହି କେହି ରୋଗାଗ୍ରସ୍ତ ହୋଇ ଶଯ୍ୟାସାୟୀ ହୋଇଥିବାବେଳେ ଏହି ବୃଦ୍ଧା ଜଣଙ୍କୁ ଟ୍ରାକରେ ନିଜ ଫିଟନେସକୁ ପ୍ରମାଣିତ କରିଛନ୍ତି । ଯାହା ସଭିଙ୍କ ତାଜୁବ କରିଦେଇଛି ।

ମିରଟରେ ଖେଳ ଟ୍ରାକ ଉପରେ ଜଣେ ବୃଦ୍ଧା ଦୌଡୁଥିବାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ଜଣେ 80 ବର୍ଷୀୟ ବୃଦ୍ଧା ମହିଳା ଦ୍ରୁତଗତିରେ ଦୌଡୁଛନ୍ତି । ବୃଦ୍ଧା ଜଣକ 100 ମିଟର ଦୌଡ଼ରେ ଭାଗ ନେଇଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ମାତ୍ର 49 ସେକେଣ୍ଡରେ ସେ 100 ମିଟର ଦୂରତାକୁ ଅତିକ୍ରମ କରିଛନ୍ତି । ଟ୍ରାକରେ ବୃଦ୍ଧାଙ୍କ ଏଭଳି ପ୍ରଦର୍ଶନ ଦେଖି ସେଠାରେ ଉପସ୍ଥିତ ଲୋକେ ତାଳିମାରିବାକୁ ଲାଗିଲେ । ତେବେ ପରିଣତ ବୟସରେ ଅତୁଳନୀୟ ପ୍ରତିଭା ଦେଖି ସଭିଏଁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

Last Updated : Nov 30, 2022, 1:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.