ETV Bharat / bharat

୮୦ ବର୍ଷୀୟ ବୃଦ୍ଧାଙ୍କ ବଦାନ୍ୟତା, ଭିକ୍ଷାବୃତ୍ତି କରି ମନ୍ଦିରକୁ ଦାନ କଲେ ଲକ୍ଷେ ଟଙ୍କା

author img

By

Published : Oct 20, 2022, 7:40 PM IST

ଭିକ୍ଷାବୃତ୍ତି କରି ମନ୍ଦିରକୁ ଦାନ । କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ନିରାଟ ସତ୍ୟ ଅଟେ । ମାଙ୍ଗାଲୋର ଜଣେ ୮୦ ବର୍ଷୀୟ ବୃଦ୍ଧା ଅଶ୍ୱଥମ୍ମା ଭିକ୍ଷାବୃତ୍ତି କରି ବର୍ତ୍ତମାନ ସୁଦ୍ଧା ବିଭିନ୍ନ ମନ୍ଦିରକୁ ୯ ଲକ୍ଷ ଟଙ୍କା ଦାନ କରିଛନ୍ତି । ଅଧିକ ପଢନ୍ତୁ

୮୦ ବର୍ଷୀୟ ବୃଦ୍ଧାଙ୍କ ବଦାନ୍ୟତା, ଭିକ୍ଷାବୃତ୍ତି କରି ମନ୍ଦିରକୁ ଦାନକଲେ ଲକ୍ଷେ ଟଙ୍କା

ମେଙ୍ଗାଲୁରୁ: ସାଧାରଣତଃ ଅନେକ ଧନୀ ବ୍ୟକ୍ତି ମନ୍ଦିରକୁ ଦାନ କରିଥିବା ଆପଣ ଜାଣିଥିବେ । କିନ୍ତୁ କେବେ ଶୁଣିଛନ୍ତି କି ଭିକ୍ଷାବୃତ୍ତି କରି ମନ୍ଦିରକୁ ଦାନ କରିବା ବିଷୟରେ । ମାଙ୍ଗାଲୋରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି । ମାଙ୍ଗାଲୋର ଜଣେ ୮୦ ବର୍ଷୀୟ ବୃଦ୍ଧା ଭିକ୍ଷାବୃତ୍ତି କରି ସେଥିରୁ ଲକ୍ଷ ଲକ୍ଷ ଟଙ୍କା ମନ୍ଦିରକୁ ଦାନ କରିଛନ୍ତି । ଉଦୁପି ଜିଲ୍ଲା କୁନ୍ଦାପୁର ତାଲୁକର 80 ବର୍ଷ ବୃଦ୍ଧା ଅଶ୍ୱଥମ୍ମା ଏହି ମହାନ କାର୍ଯ୍ୟ କରିଛନ୍ତି । ସେ ବର୍ତ୍ତମାନ ସୁଦ୍ଧା ମେଙ୍ଗାଲୋରର ବିଭିନ୍ନ ମନ୍ଦିରକୁ ୯ ଲକ୍ଷ ଟଙ୍କା ଦାନ କରିଛନ୍ତି ।

ଗତ ସୋମବାର ଦିନ 80 ବର୍ଷ ବୟସ୍କା ଅଶ୍ୱଥମ୍ମା ମେଙ୍ଗାଲୋରର ଉପକଣ୍ଠ ମୁଲକୁରେ ଥିବା ଦୁର୍ଗାପରାମେଶ୍ୱରୀ ମନ୍ଦିରରେ ପହଞ୍ଚି ମନ୍ଦିରର ଅନ୍ନଦାନ ପାଇଁ ୧ ଲକ୍ଷ ଟଙ୍କା ଦାନ କରିଛନ୍ତି । ଏହି ଦାନ ଗ୍ରହଣ କରିବା ପରେ ମନ୍ଦିରର ପୁରୋହିତ ନରସିଂହ ଭଟ ଅଶ୍ୱଥମ୍ମାଙ୍କୁ ପ୍ରସାଦ ଅର୍ପଣ କରିଥିଲେ । ଏହାସହ ମନ୍ଦିର ପ୍ରଶାସନ ପକ୍ଷରୁ ଅଶ୍ୱଥମ୍ମାଙ୍କୁ ସମ୍ମାନିତ କରାଯାଇଛି ।

ଅଧିକ ପଢନ୍ତୁ: ହାଣ୍ଡିଶାଳରୁ ହଜିଲାଣି ହାଣ୍ଡି, ବୁଡିଲାଣି କୁଳ ବେଉସା

ସୂଚନା ଅନୁସାରେ, ଅଶ୍ୱଥମ୍ମା ବହୁବର୍ଷ ଧରି ବିଭିନ୍ନ ମନ୍ଦିର ଏବଂ ଟୋଲଗେଟରେ ଭିକ୍ଷାବୃତ୍ତି କରି ଉପାର୍ଜିତ ଧନକୁ ମନ୍ଦିରକୁ ଦାନ କରିଥାନ୍ତି । ୧୮ ବର୍ଷ ପୂର୍ବେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ସେ ଭିକ୍ଷାବୃତ୍ତି ଆରମ୍ଭ କରିଥିଲେ । ଏହାପରେ ତାଙ୍କର ଦୁଇ ସନ୍ତାନଙ୍କ ମୃତ୍ୟୁ ତାଙ୍କ ଜୀବନରେ ପୁଣି ଏକ ଦୁଃଖର ପାହାଡ ଭଳି ଛିଡାହୋଇଥିଲା । କିଛି ବର୍ଷ ପୂର୍ବେ, ତାଙ୍କ ସ୍ୱାମୀ ଏବଂ ପିଲାମାନଙ୍କର ମୃତ୍ୟୁ ପରେ ସେ ଜୀବନକୁ ଘୃଣାକରି ସାଲିଗ୍ରାମ ଗୁରୁ ନରସିଂହ ମନ୍ଦିର ନିକଟରେ ଭିକ ମାଗିବା ଆରମ୍ଭ କରି ମନ୍ଦିର ଅନୁମତିରେ ସେହି ସ୍ଥାନରେ ରହିଲେ । ସେ ପ୍ରଥମ ଥର ପାଇଁ ସାଲିଗ୍ରାମର ଗୁରୁ ନରସିଂହ ମନ୍ଦିରକୁ ଟଙ୍କା ଦାନ କରିଥିଲେ । ବର୍ତ୍ତମାନ ସେ ଅନେକ ମନ୍ଦିରକୁ ଟଙ୍କା ଦାନ କରିଛନ୍ତି ।

କୋଭିଡ ମହାମାରୀ ସମୟରେ ଅଶ୍ୱଥମ୍ମା ସାବରିମାଲାଇ ଯାଇ ସେଠାରେ ଅନ୍ନଦାନ ପାଇଁ 1.5 ଲକ୍ଷ ଟଙ୍କା ଦାନ କରିଥିଲେ । ଏହାପରେ ସେ ଗାଙ୍ଗୋଲି ମନ୍ଦିରକୁ 1 ଲକ୍ଷ ଟଙ୍କା, କାଞ୍ଚୁଗୋଡୁ କୁଣ୍ଡାପୁର ମନ୍ଦିରକୁ 1 ଲକ୍ଷ ଟଙ୍କା, ପୋଲଲି ଶ୍ରୀ ରାଜରାଜ ଗୌରୀ ମନ୍ଦିରକୁ 1 ଲକ୍ଷ ଟଙ୍କା ଏବଂ ପୋଲାଲିର ଅଖିଲେଶ୍ୱରୀ ମନ୍ଦିରକୁ 1 ଲକ୍ଷ ଟଙ୍କା ଦାନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.