ନୂଆଦିଲ୍ଲୀ: ମିଥ୍ଯା ତଥା ଭାରତ ବିରୋଧୀ କଣ୍ଟେଣ୍ଟ ପ୍ରସାରିତ କରୁଥିବା 8 ୟୁଟ୍ୟୁବ ଓ ଗୋଟିଏ ଫେସବୁକ ଆକାଉଣ୍ଟକୁ ଅଚଳ କରିଛି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । ଏହି ଆକାଉଣ୍ଟଗୁଡିକ ଭାରତରେ କାର୍ଯ୍ୟକ୍ଷମ ଥିବାବେଳେ ପାକିସ୍ତାନରୁ ଅପରେଟ ହୋଇଆସୁଥଲା । ତେବେ ଏମାନେ ଭାରତର ସୁରକ୍ଷା ସମ୍ପର୍କିତ ଓ ଅନ୍ୟ କିଛି ପ୍ରସଙ୍ଗରେ ମିଥ୍ୟା, ବିଭ୍ରାନ୍ତିକର ଖବର ଓ କଣ୍ଟେଣ୍ଟ ପ୍ରସାରିତ କରୁଥିବା ଜଣାପଡିବା ପରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଆଇନ 2021 ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ମନ୍ତ୍ରଣାଳୟ କହିଛି ।
ଅଚଳ କରାଯାଇଥିବା ଚ୍ୟାନେଲଗୁଡିକରେ ପ୍ରାୟ 85 ଲକ୍ଷ ୟୁଜର୍ସ ଥିଲେ । ଏଗୁଡିକର ମିଳିତ ଭ୍ୟୁ ମଧ୍ୟ 114 କୋଟି ଥିବା ନେଇ ଜଣାପଡିଛି । ଏହି ଚ୍ୟାନେଲଗୁଡିକ ନିଜ କଣ୍ଟେଣ୍ଟ ମାଧ୍ୟମରେ ଭାରତୀୟ ସମାଜରେ ବିବାଦୀୟ କଥାବସ୍ତୁ ପ୍ରସାରିତ କରି ସାମ୍ପ୍ରଦାୟିକ ଅସ୍ଥିରତା ସୃଷ୍ଟି କରିବା ଓ ସଦଭାବନାକୁ ଆଘାତ ପହଞ୍ଚଇବା ପରି କଣ୍ଟେଣ୍ଟ ପ୍ରସାରିତ କରୁଥିଲେ ।
ଏହି ଅଚଳ ଚ୍ୟାନେଲ ମଧ୍ୟରେ ପାକିସ୍ତାନରୁ ଅପରେଟ ହେଉଥିବା "News Ki Duniya" ନାମକ ଏକ ଚ୍ୟାନେଲ ରହିଛି । ଯାହାର 95,000 ସବସ୍କ୍ରାଇବର ମଧ୍ୟ ରହିଛନ୍ତି । ସେହିପରି ଲୋକତନ୍ତ୍ର ଟିଭି (Loktantra TV) ନାମକ ଏକ ଫେସବୁକ ପେଜରେ ମଧ୍ୟ 3.62 ଫଲୋର୍ସ ରହିଥିବାବେଳେ ତାକୁ ମଧ୍ୟ ବ୍ୟାନ କରାଯାଇଛି ।
ସେହିପରି ଉକ୍ତ ଫେସବୁକ ପେଜର ଏକ ଚ୍ୟାନେଲ ମଧ୍ୟ ରହିଛି, ଯେଉଁଥିରେ ପ୍ରାୟ 12.90 ଲକ୍ଷ୍ୟ ସବସ୍କ୍ରାଇବର ମଧ୍ୟ ଥିଲେ । ସେହିପରି ’ସବ କୁଛ ଦେଖୋ’ (Sab Kuch Dekho) ନାମକ ଏକ ଚ୍ୟାନେଲ ସହ ଅନ୍ୟ କିଛି ଚ୍ୟାନେଲ ମଧ୍ୟ ଅଚଳ ତାଲିକାରେ ରହିଛନ୍ତି । ଏହି ସମସ୍ତ ଚ୍ୟାନେଲ ପାକିସ୍ତନରୁ ଅପରେଟ ହେଉଥିବାବେଳେ ଏମାନଙ୍କର ଲକ୍ଷାଧିକ ସବସ୍କ୍ରାଇବର ମଧ୍ୟ ଥିଲେ । କିଛି ଦିନର ଅନୁଧ୍ୟାନ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କେନ୍ଦ୍ର ।