ଜୟପୁର: ଓଡ଼ିଶାର ମହାନଦୀରୁ ରାଜସ୍ଥାନ ଜୈସଲମେର ଲୋଙ୍ଗେବାଲା ପର୍ଯ୍ୟନ୍ତ ଦୀର୍ଘ ୩୨୦୦ କିଲୋମିଟର ଯାତ୍ରା କଲେ ୮ ଓଡ଼ିଆ ଯୁବକ (8 Odia men travels 3200kms in bike) । ବିଶ୍ବର ଅନେକ ସ୍ଥାନରେ ଜଳ ସଙ୍କଟ ଦେଖାଦେଉଥିବାରୁ ଏହାର ସଂରକ୍ଷଣ ବାର୍ତ୍ତା (Water Conservation awareness) ନେଇ ସେମାନେ ଜୈସଲମେରରେ ପହଞ୍ଚିଛନ୍ତି । ଏହି ଓଡ଼ିଆ ଯୁବକଙ୍କୁ ସ୍ଥାନୀୟ ଯୁବକ ମଧ୍ୟ ପ୍ରଶଂସା କରିଛନ୍ତି । ଏହି ଲମ୍ବାଯାତ୍ରାରେ ସେମାନେ ଯେଉଁ ବାଟ ଦେଇ ଆସିଛନ୍ତି ସେଠାକାର ଲୋକଙ୍କୁ ଜଳ ସଂରକ୍ଷଣର ମହତ୍ତ୍ବ ସମ୍ପର୍କରେ ବୁଝାଇଥିବା କହିଛନ୍ତି ।
ଗତ ଡିସେମ୍ବର ୧୦ ତାରିଖରେ ୮ ଓଡ଼ିଆ ଯୁବକ ଆରମ୍ଭ କରିଥିଲେ ଏହି ଯାତ୍ରା । ଇତି ମଧ୍ୟରେ ସେମାନେ ବାଇକରେ ଦୀର୍ଘ ୩୨୦୦ କିଲୋମିଟର ଅତିକ୍ରମ କରିଛନ୍ତି । ଜୈସଲମେରର ମରୁ ଅଞ୍ଚଳ ଲୋଙ୍ଗେବାଲାରେ ପହଞ୍ଚିବା ପରେ ସେମାନଙ୍କ ଯାତ୍ରା ଶେଷ ହେବ । ଏହି ୮ ଓଡ଼ିଆ ଯୁବକ ସୁବର୍ଣ୍ଣପୁର ଜିଲ୍ଲାର ଅଧିବାସୀ ବୋଲି ଜଣାପଡ଼ିଛି । ଏମାନେ ସମସ୍ତେ ବାଇକର୍ ବୋଲି ଜଣାପଡ଼ିଛି । ଏନେଇ ବାଇକର୍ ଗୌରବ କୁମାର କହିଛନ୍ତି ଯେ ସେ ପ୍ରତି ବର୍ଷ ବାଇକ୍ରେ ଏପରି ଯାତ୍ରା କରି ଜଳ ସଂରକ୍ଷଣ ଲାଗି ଲୋକଙ୍କୁ ବାର୍ତ୍ତା ଦେଇଥାନ୍ତି । ବିଶ୍ବରେ ଜଳ ସଙ୍କଟକୁ ଦୂର କରିବା ଲାଗି ସେ ଉଦ୍ୟମ ଜାରି ରଖିବେ ବୋଲି କହିଛନ୍ତି ।
ଏହା ବି ପଢନ୍ତୁ- ନିଆରା ବାହାଘର, କିନ୍ନରଙ୍କୁ ସାତ ଜନ୍ମର ସାଥି କଲେ ତେଲେଙ୍ଗାନା ଯୁବକ
ସେ ଆହୁରି କହିଛନ୍ତି ଯେ ବିଶ୍ବରେ ଉତ୍କଟ ଜଳ ସଙ୍କଟ ଦେଖିବାକୁ ମିଳୁଥିବା ବେଳେ ଭୂତଳ ଜଳ ସ୍ତର ମଧ୍ୟ କମିବାରେ ଲାଗିଛି । ଯାହାକି ଭବିଷ୍ୟତକୁ ଭୟାବହ କରିପାରେ । ଏବେଠୁ ଏଥିଲାଗି ସଚେତନ ହେବା ଆବଶ୍ୟକ । ଏହି ଉଦ୍ଦେଶ୍ୟରେ ସେ ଲୋକଙ୍କୁ ସଚେତନ କରାଇବା ଲାଗି ଏପରି ଯାତ୍ରା କରିଥିବା କହିଛନ୍ତି । ଗତ ୧୦ ତାରିଖରେ ସମ୍ବଲପୁରରେ ପ୍ରବାହିତ ମହାନଦୀ ଠାରୁ ଏହି ଯାତ୍ରା ଆରମ୍ଭ କରିଛନ୍ତି । ଏମାନେ ତନୋଟ ମାତାଙ୍କ ଦର୍ଶନ କରିବା ପରେ ନିଜ ଘରକୁ ଫେରିବେ ।
ଏହି ଯାତ୍ରାରେ ସାମିଲ ହୋଇଥିବା ୮ ବାଇକର୍ଙ୍କ ନାମ ହେଉଛି ଗୌରବ କୁମାର ପାଢୀ, ଗୌତମ ପାତ୍ର, ତାପସ ରଞ୍ଜନ ମହାନ୍ତି, ମିଥୁନ କୁମାର ସାହୁ, ଦେବଦତ୍ତ ବାରିକ, ପିଣ୍ଟୁ ପଣ୍ଡା, ସୁନିଲ ପାତ୍ର ଓ ରବି ସାହୁ ସାମିଲ ହୋଇଛନ୍ତି । ଜଳ ସଂରକ୍ଷଣ ଲାଗି ଏହି ଯୁବଗୋଷ୍ଠୀଙ୍କ ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି ।