ETV Bharat / bharat

Bomb Recovered in Bihar: ବିହାରରେ ଫଳ ଦୋକାନୀଠୁ ୮ ବୋମା ଜବତ - ବିହାରରୁ ବୋମା ଜବତ

ବିହାର ବୈଶାଳୀରୁ ୮ ଦେଶୀ ବୋମା ଜବତ ହୋଇଛି । ହାଜିପୁର ଥାନାଠୁ ୨୦୦ମିଟର ଦୂରରେ ରହିଥିବା ଫଳ ଦୋକାନୀଠାରୁ ଏହି ବୋମାକୁ ଜବତ କରାଯାଇଛି । ଅଧିକ ପଢନ୍ତୁ

BOMB RECOVERED
BOMB RECOVERED
author img

By

Published : Jan 13, 2023, 10:14 PM IST

Updated : Jan 13, 2023, 11:04 PM IST

ପାଟନା: ବିହାରର ବୈଶାଳୀରୁ ୮ଟି ବୋମା ଜବତ ହୋଇଛି । ହାଜିପୁର ନଗର ଥାନା ଅଞ୍ଚଳରେ ଜଣେ ଫଳ ଦୋକାନୀଠାରୁ ଏହି ବିସ୍ଫୋରକ ଜବତ ହୋଇଛି । ମାଛ ରଖାଯାଉଥିବା ପାତ୍ରରେ ଏହି ବୋମା ରହିଥିବା ବେଳେ ପୋଲିସ ଏହାକୁ ଉଦ୍ଧାର କରିଛି । ଏହି ଦୋକାନ ଥାନାଠୁ ମାତ୍ର ୨୦୦ମିଟର ଦୂରରେ ରହିଥିବା ବେଳେ ପୋଲିସ ବିଶେଷ ସୂତ୍ରରୁ ଖବର ପାଇବା ପରେ ଏହି ବୋମାଗୁଡ଼ିକୁ ଜବତ କରିଛି ।

BOMB RECOVERED
ଫଳ ଦୋକାନୀ

ପୋଲିସ ଖବର ପାଇବା ପରେ ଉକ୍ତ ଫଳ ଦୋକାନରେ ଯାଞ୍ଚ କରିଥିଲା । ଏହାପରେ ସେଠାରୁ ୮ଟି ଜୀବନ୍ତ ବୋମାକୁ ଉଦ୍ଧାର କରାଯାଇଥିଲା । ଏହାପରେ ଏହି ବୋମାଗୁଡି଼କୁ ନିଷ୍କ୍ରିୟ କରାଯାଇଥିଲା । ପୋଲିସ ଉକ୍ତ ଫଳ ଦୋକାନୀକୁ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ଏହି ଫଳ ଦୋକାନୀ ଜଣକ ବିଭିନ୍ନ ସ୍ଥାନ ବୁଲିବୁଲି ଫଳ ବ୍ୟବସାୟ କରିଥାଏ । ପୋଲିସକୁ ସୂଚନା ମିଳିବା ପରେ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିଲା । ଏହାପରେ ଛାନଭିନ ସମୟରେ ଉକ୍ତ ଫଳ ଦୋକାନୀଠାରୁ ବୋମା ଜବତ ହୋଇଥିଲା । ବୋମାକୁ ଉଦ୍ଧାର କରିବା ପରେ ଏହାକୁ ପାଣି ଭିତରେ ରଖାଯାଇ ବିସ୍ଫୋରକ ପଦାର୍ଥକୁ ନିଷ୍କ୍ରିୟ କରାଯାଇଥିଲା ।

ଏହା ବି ପଢନ୍ତୁ- Twist in Air India Urination Case: ଅଭିଯୁକ୍ତ କହିଲେ ମୁଁ ନୁହେଁ ମହିଳା ନିଜ ସିଟରେ କରିଥିଲେ ପରିସ୍ରା

ଏ ନେଇ ଅଭିଯୁକ୍ତ ମହମ୍ମଦ ମାସୁଦ କହିଛନ୍ତି, "ଘର ପଛପଟ ଜମିରେ ଏହି ବୋମାଗୁଡିକ ମିଳିଥିଲା । ଏକ ମାଛ ରଖାଯାଉଥିବା କାର୍ଟନରେ ଏହାକୁ ଭଲ ଭାବେ ପ୍ୟାକ କରାଯାଇଥିଲା । ମୁଁ ସେତେବେଳେ ଏହାକୁ କୌଣସି ମୂଲ୍ୟବାନ ପଦାର୍ଥ ଭାବି ଆଣିଥିଲି । ମାତ୍ର ଘରେ ପହଞ୍ଚି ଖୋଲିବା ବେଳେ ଏଗୁଡ଼ିକ ବୋମା ବୋଲି ଜାଣିବାକୁ ପାଇଥିଲି ।" ଏହି ଫଳ ଦୋକାନୀ ଜଣକ ମସଜିଦ ଛକ ନିକଟରେ ଦୋକାନ କରିଥିବା ବେଳେ ତାହା ଥାନାଠୁ ମାତ୍ର ୨୦୦ ମିଟରେ ଦୂରରେ ଅବସ୍ଥିତ । ଯେତେବେଳେ ଫଳ ଦୋକାନ ନିକଟରେ ପୋଲିସ ଚଢାଉ କରିଥିଲା ସେତେବେଳେ ଦୋକାନୀ ଜଣକ ପଳାୟନ କରିବାକୁ ଉଦ୍ୟମ କରିଥିଲା ।

ଏନେଇ ହାଜିପୁର ଥାନା ଅଧିକାରୀ ସୁବୋଧ କୁମାର କହିଛନ୍ତି, "ଗୁପ୍ତ ସୂଚନା ମିଳିବା ପରେ ଛାନଭିନ ଲାଗି ପୋଲିସ ଟିମ ମସଜିଦ ଛକ ନିକଟରେ ପହଞ୍ଚିଥିଲା । ଏଠାରୁ ପୋଲିସ ୮ଟି ଜୀବନ୍ତ ବୋମାକୁ ଜବତ କରିଛି । ଏହାସହିତ ଫଳ ଦୋକାନୀକୁ ଗିରଫ କରିଛି । ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରୁଛି ।"

Last Updated : Jan 13, 2023, 11:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.