ETV Bharat / bharat

Pushpak Express ଗଣଦୁଷ୍କର୍ମ ମାମଲା, ୮ ଅଭିଯୁକ୍ତ ଗିରଫ - ଟ୍ରେନରେ ମହିଳାଙ୍କୁ ଗଣଦୁଷ୍କର୍ମ

ଚଳନ୍ତା Pushpak Express ଟ୍ରେନରେ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା । ମୁମ୍ବାଇର କଲ୍ୟାଣ ଲୋହମାର୍ଗ ପୋଲିସ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

Pushpak Express ଗଣଦୁଷ୍କର୍ମ ମାମଲା, ୮ ଅଭିଯୁକ୍ତ ଗିରଫ

author img

By

Published : Oct 10, 2021, 7:22 PM IST

ମୁମ୍ବାଇ: ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଲକ୍ଷ୍ନୌ-ମୁମ୍ବାଇ ପୁଷ୍ପକ ଏକ୍ସପ୍ରେସର ସ୍ଲିପର କୋଚ୍‌ରେ ଶୁକ୍ରବାର ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ କିଛି ଦୁର୍ବୃତ୍ତ । ଏହି ନିନ୍ଦନୀୟ ଘଟଣାରେ ଆଜି(ରବିବାର) ମୁମ୍ବାଇର କଲ୍ୟାଣ ଲୋହମାର୍ଗ ପୋଲିସ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Pushpak Express ଗଣଦୁଷ୍କର୍ମ ମାମଲା, ୮ ଅଭିଯୁକ୍ତ ଗିରଫ

ଗିରଫ ହୋଇଥିବା ୮ ଜଣ ଅଭିଯୁକ୍ତ ହେଉଛନ୍ତି ଅର୍ଶଦ ଖାନ, ପ୍ରକାଶ ପର୍ଦ୍ଧି, କିଶୋର ସୋନାୱାନେ, କାଶୀନାଥ ଓରଫ କଶ୍ୟା ତେଲାଙ୍ଗ, ଆକାଶ ଶେନାରେ, ଧନଞ୍ଜୟ ଭଗତ ଓରଫ ଗୁଡୁ । ଅନ୍ୟ ୨ ଜଣ ଅଭିଯୁକ୍ତଙ୍କ ନାମ ସ୍ପଷ୍ଟ ହୋଇନାହିଁ । ଏହି ୮ ଜଣ ଅଭିଯୁକ୍ତ ପରସ୍ପର ସାଙ୍ଗ ବୋଲି ଜଣାପଡ଼ିଛି । ଏମାନଙ୍କ ମଧ୍ୟରୁ ୭ ଜଣ ମହାରାଷ୍ଟ୍ରର ଘୋଟି ଅଞ୍ଚଳରେ ରହୁଥିବା ବେଳେ ଜଣଙ୍କ ଘର ମୁମ୍ବାଇରେ ବୋଲି ଜଣାପଡ଼ିଛି । ଏହି ଅଭିଯୁକ୍ତମାନେ ଡ୍ରଗ୍ସ ସେବନ କରନ୍ତି ବୋଲି ପ୍ରାଥମିକ ତଦନ୍ତରୁ ପୋଲିସ କହିଛି । ତେବେ ଡ୍ରଗ୍ସ ନିଶାରେ ଏମାନେ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ପୋଲିସ କହିଛି ।

ଏହା ବି ପଢନ୍ତୁ: ଚଳନ୍ତା ଟ୍ରେନରେ ମହିଳାଙ୍କୁ ଗଣଦୁଷ୍କର୍ମ

ତେବେ ସୂଚନା ଥାଉ କି, ୮ ଜଣ ଯୁବକ ଗତ ଶୁକ୍ରବାର ରାତିରେ ଲକ୍ଷ୍ନୌ-ମୁମ୍ବାଇ ପୁଷ୍ପକ ଏକ୍ସପ୍ରେସର ସ୍ଲିପର କୋଚ୍‌ରେ ଚଢ଼ିଥିଲେ । ମୁମ୍ବାଇଠାରୁ ୧୨୦ କିମି ଦୂର ଲଗତପୁରୀ ସହରରେ ଟ୍ରେନ ରହିବା ବେଳେ ଏମାନେ ଲୁଟ ଉଦ୍ଦେଶ୍ୟରେ ସ୍ଲିପର କୋଚରେ ପ୍ରବେଶ କରିଥିଲେ । ସେମାନଙ୍କ ହାତରେ ଧାରୁଆ ଅସ୍ତ୍ର ଥିଲା । ଟ୍ରେନ ଛାଡ଼ିବା ପରେ ଏମାନେ ଅସ୍ତ୍ରଶସ୍ତ୍ର ଦେଖାଇ ପ୍ରଥମେ ଲୁଟ କରିବା ପରେ ମହିଳାଙ୍କୁ ମଧ୍ୟ ଧାରୁଆ ଅସ୍ତ୍ରଶସ୍ତ୍ର ଦେଖାଇ ଦୁଷ୍କର୍ମ କରିଥିଲେ । ସେଠାରେ ଉପସ୍ଥିତ ଯାତ୍ରୀମାନେ ଏହାକୁ ବିରୋଧ କରିବାକୁ ଲୁଟେରାମାନେ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.