ETV Bharat / bharat

77th I-Day celebrations: ସୁରକ୍ଷା ବଳୟରେ ସମଗ୍ର ଦିଲ୍ଲୀ, 40 ହଜାର ଯବାନ ନିୟୋଜିତ, ଜଗିଛି ଆଣ୍ଟି ଡ୍ରୋନ ରାଡାର

author img

By

Published : Aug 14, 2023, 10:59 PM IST

ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ । ସୁରକ୍ଷା ବଳୟରେ ସମଗ୍ର ରାଜଧାନୀ , ନିୟୋଜିତ 40 ହଜାର ସୁରକ୍ଷାକର୍ମୀ । ସୀମା ସିଲ୍‌ ସହ ମୁତୟନ ହୋଇଛି ଆଣ୍ଟି ଡ୍ରୋନ ରାଡାର । ଅଧିକ ପଢନ୍ତୁ

77th I-Day celebrations: ସୁରକ୍ଷା ବଳୟରେ ଦିଲ୍ଲୀ, ନିୟୋଜିତ 40 ହଜାର ସୁରକ୍ଷାକର୍ମୀ

ନୂଆଦିଲ୍ଲୀ: ରାତି ପାହିଲେ ଦେଶ ପାଳିବ 77ତମ ସ୍ୱାଧୀନତା ଦିବସ । ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀ ପୋଲିସ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି । ସମଗ୍ର ଦିଲ୍ଲୀ ସୁରକ୍ଷା ବଳୟରେ ରହିଛି । ସହରରେ ମୋଟ 40 ହଜାର ପୋଲିସ ଓ କେନ୍ଦ୍ରୀୟ ସଶସ୍ତ୍ର ବଳର ଯବାନ ନିୟୋଜିତ ରହିଛନ୍ତି । ସେହିପରି ଆଣ୍ଟି-ଡ୍ରୋନ୍ ରାଡାର, ଆଣ୍ଟି-ଏୟାର ବନ୍ଧୁକ, ଫେସ ଡିଟେକସନ ସିସିଟିଭି କ୍ୟାମେରା ଆଦିର ବ୍ୟବସ୍ଥା ମଧ୍ଯ ଲାଲକିଲ୍ଲାରେ କରାଯାଇଛି ।

କାର୍ଯ୍ୟକ୍ରମ ପ୍ରାୟ ପୂର୍ବାହ୍ନ 9ଟାରୁ ଆରମ୍ଭ ହୋଇ 11 ଟା ଯାଏ ଚାଲିବ । ଲାଲକିଲ୍ଲାରେ ପ୍ରାୟ 1 ହଜାର ସିସିଟିଭି ଇନଷ୍ଟଲ କରଯାଇଛି । ସ୍ନାଇପର ସୁଟରମାନେ ମଧ୍ୟ ପୁରା କାର୍ଯ୍ୟକ୍ରମ ଉପରେ ତୀକ୍ଷ୍ଣ ନଜର ରଖିବେ । ଗୁଇନ୍ଦା ବିଭାଗ ଓ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ଦିଲ୍ଲୀ ପୋଲିସ ସହ ନିରନ୍ତର ଯୋଗାଯୋରେ ରହିଛି । ଏହା ସହ ଦିଲ୍ଲୀର ସୀମାକୁ ମଧ୍ୟ ସିଲ କରାଯାଇ ଗାଡି ଯାଞ୍ଚ କରାଯାଉଛି ।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବେ । ଏଥିରେ ତମାମ କେନ୍ଦ୍ରୀୟ ମନ୍ତ୍ରୀ, ବିଭିନ୍ନ ବିଶିଷ୍ଟ ରାଜନେତା, ବିରୋଧୀଦଳଗୁଡିକର ନେତା, ବିଭିନ୍ନ ବିଶଷ୍ଟ ବ୍ୟକ୍ତିବିଶେଷ, ସ୍କୁଲ, କଲେଜ ଓ ସାମାଜିକ ଅନୁଷ୍ଠାନର କାର୍ଯ୍ୟକର୍ତ୍ତାମାନଙ୍କୁ ମିଶାଇ ମୋଟ 18 ଶହ ଅତିଥି ସାମିଲ ହେବେ । ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ କମିଶନର କହିଛନ୍ତି, ‘‘ଚଳିତ ଅଗଷ୍ଟ 15 ଏକ ସମ୍ବେଦନଶୀଳ ସମୟ, କାରଣ ଆଉ ମାତ୍ର ତିନି ସପ୍ତାହ ମଧ୍ୟରେ ରାଷ୍ଟ୍ରପତି ଭବନରେ ଭାରତ ଆୟୋଜନରେ ଜାରି ରହିଥିବା ଜି20 ସମ୍ମିଳନୀର ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ତେଣୁ ସୁରକ୍ଷା ଦୃଷ୍ଟିରୁ ଏହି ସମୟ ରାଜଧାନୀ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।"

ଏହା ମଧ୍ୟ ପଢନ୍ତୁ :-Independence Day 2023: ଉତ୍ତର-ପୂର୍ବରେ ବର୍ଜନ ଡାକରା ଦେଲା ଉଗ୍ରବାଦୀ ସଂଗଠନ

ଗଣତାନ୍ତ୍ରିକ ପରମ୍ପରା ଅନୁସାରେ, ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ କରିବେ । ପରେ ସେ ଦେଶବାସୀଙ୍କୁ ଲାଲ୍‌କିଲ୍ଲାରୁ ସମ୍ବୋଧିତ ମଧ୍ୟ କରିବେ । ସେହିପରି ସମସ୍ତ ରାଜ୍ୟ ରାଜଧାନୀରେ ମଧ୍ୟ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ହେବ । ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀମାନେ ଜାତୀୟ ପତାକା ଉତ୍ତୋଳନ କରିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ପ୍ରାୟତଃ ଶେଷ ହୋଇଛି ।

ସ୍ବାଧୀନତାର 75 ବର୍ଷ ପୂର୍ତ୍ତି ପରଠୁ ସମଗ୍ର ଦେଶରେ ‘ଆଜାଦି କା ଅମୃତ ମହତ୍ସୋବ’ ପାଳନ ଜାରି ରହିଛି । ପ୍ରଥମ ସ୍ବାଧୀନ ଶତାବ୍ଦୀର ଅନ୍ତିମ 25 ବର୍ଷକୁ ‘ଅମୃତକାଳ’ ଭାବେ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ସାମାଜିକ ଉତ୍ଥାନ ଓ ଦେଶର ବିକାଶ ପାଇଁ ଏକାଧିକ କାର୍ଯ୍ୟପନ୍ଥା ସହ ଲକ୍ଷ୍ୟ ମଧ୍ୟ ସ୍ଥିର କରାଯାଇଛି । ଦେଶର ପ୍ରତ୍ୟେକ ନାଗରିକଙ୍କ ମଧ୍ୟରେ ଦେଶପ୍ରେମର ଭାବନା ସୃଷ୍ଟି କରିବା ପାଇଁ ‘ହର-ଘର ତ୍ରିରଙ୍ଗା’ ଅଭିଯାନରେ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡାଇବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.