ETV Bharat / bharat

ଅକ୍ସିଜେନ ଅଭାବ: ଗୋଆରେ 24 ଘଣ୍ଟାରେ 76 ମୃତ

author img

By

Published : May 14, 2021, 12:35 PM IST

ଗୋଆରେ ଅକ୍ସିଜେନ ଅଭାବରୁ 24 ଘଣ୍ଟାରେ 76 ଜଣଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ଅକ୍ସିଜେନ ଅଭାବ: ଗୋଆରେ 24 ଘଣ୍ଟାରେ 76 ମୃତ
ଅକ୍ସିଜେନ ଅଭାବ: ଗୋଆରେ 24 ଘଣ୍ଟାରେ 76 ମୃତ

ପାଣାଜୀ: ଗୋଆକୁ ଲଗାତାର ଅକ୍ସିଜେନ ଅଭାବରୁ ଯାଉଛି ଅନେକ ଜୀବନ । ଏଣୁ ବମ୍ବେ ହାଇକୋର୍ଟ ଅକ୍ସଜେନ ଅଭାବରୁ ଗୋଆରେ କାହାରି ମୃ୍ତ୍ୟୁ ନ ହେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶର ଗୋଟିଏ ଦିନ ପରେ ଗୁରୁବାର ରାତିରେ ଗୋଆ ମେଡିକାଲ କଲେଜ ଓ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ଆଉ 15 ଜଣଙ୍କର ମୃ୍ତ୍ୟୁ ହୋଇଥିବା ବେଳେ 24 ଘଣ୍ଟାରେ ମୋଟ 76 ଜଣଙ୍କର ମୃତ୍ୟୁ ଘଟିଛି ।

ରାତି ପ୍ରାୟ 1ଟା ସମୟରେ ଅକ୍ସିଜେନ ଚାପ କମିଯିବା ଫଳରେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି । ଏ ସମ୍ପର୍କରେ ଡାକ୍ତରଙ୍କୁ ଆକ୍ରାନ୍ତଙ୍କ ସମ୍ପର୍କୀୟ ସୂଚନା ଦେଇଥିଲେ । ଅକ୍ସିଜେନ ଚାପ ଥରେ କମିବା ପରେ ଏହା ନିୟନ୍ତ୍ରଣାଧାନକୁ ଆସିବା ପାଇଁ 20 ମିନିଟ ସମୟ ଲାଗିଥାଏ ବୋଲି ଡାକ୍ତର କହିଛନ୍ତି । ଫଳରେ ଗତ ଶୁକ୍ରବାର ଅକ୍ସିଜେନ ଅଭାବରୁ 26 ଜଣଙ୍କର ମୃତ୍ୟୁ ଘଟିଥିଲା ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ବିଶ୍ବଜିତ ରାଣେ ସୂଚନା ଦେଇଥିଲେ । ଗୁରୁତର ଆକ୍ରାନ୍ତଙ୍କ ସହିତ ତାଙ୍କର ସମ୍ପର୍କୀୟଙ୍କୁ କୋଭିଡ ୱାର୍ଡକୁ ଯିବା ପାଇଁ ଅନୁମତି ଦିଆଯାଇଛି ।

ଏହି ମୃତ୍ୟୁ ପରେ ବମ୍ବେ ହାଇକୋର୍ଟ ଆଉ ରାଜ୍ୟରେ ଅକ୍ସିଜେନ ଅଭାବରୁ ମୃ୍ତ୍ୟୁ ଯେପରି ନ ହୁଏ ସେଥିଲାଗି ଗୋଆ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ବୁଧବାର ଓ ଗୁରୁବାର ରାତି ସମୟରେ ଅକ୍ସିଜେନ ଚାପ 5ରୁ 6 ଥର କମିଯାଇଥିଲା ବୋଲି ଡାକ୍ତର ସୂଚନା ଦେଇଛନ୍ତି । ସେପଟେ ଗତ ମେ 13 ତାରିଖରେ ରାଜ୍ୟରେ ନୂଆ 2491 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 63 ଜଣଙ୍କର ମୃତ୍ୟୁ ଘଟିଥିଲା ।

ଅନ୍ୟପଟେ ଗୋଆ ମେଡିକାଲ କଲେଜ ହସ୍ପିଟାଲରେ 30 ଏପ୍ରିଲଠାରୁ ମେ 11 ମଧ୍ୟରେ 378 ଜଣଙ୍କର ଅକ୍ସିଜେନ ଅଭାବରୁ ମୃତ୍ୟୁ ଘଟିଛି । ରାଜ୍ୟରେ ମାତ୍ରାଧିକ ଅକ୍ସିଜେନ ଅଭାବ ଦେଖାଦେଇଥିବା ବେଳେ ଏହି ସମସ୍ୟା ବର୍ତ୍ତମାନର ଚର୍ଚ୍ଚାର ବିଷୟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.