ETV Bharat / bharat

ସାଧାରଣତନ୍ତ୍ର ଦିବସରେ ସମ୍ମାନିତ ହେବେ ବିଏସଏଫର 71 ଅଧିକାରୀ - ବିଏସଏଫକୁ ପଦକ

72 ତମ ସାଧାରଣତନ୍ତ୍ର ଦିବସରେ ବିଭିନ୍ନ ଆଓ୍ବାର୍ଡରେ ସମ୍ମାନିତ ହବେ ସୀମା ସୁରକକ୍ଷା ବଳ (BSF )ର 71 ଅଧିକାରୀ ।

ସାଧାରଣତନ୍ତ୍ର ଦିବସରେ ସମ୍ମାନୀତ ହେବେ ସୀମା ସୁରକ୍ଷା ବଳର 71 ଅଧିକାରୀ

author img

By

Published : Jan 25, 2021, 4:15 PM IST

ନୂଆଦିଲ୍ଲୀ: 72 ତମ ସାଧାରଣତନ୍ତ୍ର ଦିବସରେ ବିଭିନ୍ନ ଆଓ୍ବାର୍ଡରେ ସମ୍ମାନିତ ହବେ ସୀମା ସୁରକ୍ଷା ବଳ (BSF )ର 71 ଅଧିକାରୀ । ଗ୍ୟାଲେଣ୍ଟ୍ରି (ପିଏମଜି) ବର୍ଗରେ 20 ଜଣ ବିଏସଏଫ ଯବାନଙ୍କୁ ଏହି ପୋଲିସ ପଦକ ମିଳିବାକୁ ଥିବା ବେଳେ ଉଲ୍ଲେଖନୀୟ ସେବା ପାଇଁ 5 ବିଏସଏଫ ଅଧିକାରୀଙ୍କୁ ରାଷ୍ଟ୍ରପତି ପଦକରେ ସମ୍ମାନିତ କରାଯିବ । ସେହିପରି ସମ୍ମାନଜନକ ସେବା (ପିଏମ୍ଏମ୍ଏସ୍) ପାଇଁ 46 ଜଣ ବିଏସଏଫ ଯବାନଙ୍କୁ ପୋଲିସ ପଦକ ପ୍ରଦାନ କରାଯିବା ନେଇ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ତାଲିକା ଚୁଡାନ୍ତ କରାଯାଇଛି ।

ଏନେଇ ସୀମା ସୁରକ୍ଷା ବଳର ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି । ଦେଶର ସାମରିକ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସରେ ଯବାନ ମାନଙ୍କୁ ବିଭିନ୍ନ ଆଓ୍ବାର୍ଡରେ ସମ୍ମାନିତ କରିଥାନ୍ତି ରାଷ୍ଟ୍ରପତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.