ETV Bharat / bharat

ଜାମ୍ମୁ-କାଶ୍ମୀରରେ ଚାରି ବର୍ଷରେ ୭୦୦ ଆତଙ୍କୀ ନିଯୁକ୍ତ - ଜାମ୍ମୁ କାଶ୍ମୀର ଆତଙ୍କବାଦ

ଗତ ଚାରି ବର୍ଷରେ ବିଭିନ୍ନ ଆତଙ୍କୀ ସଙ୍ଗଠନରେ ସାମିଲ ହୋଇଛନ୍ତି ଜାମ୍ମୁ-କାଶ୍ମୀରର ୭୦୦ ଯୁବକ । ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ତଥ୍ୟରୁ ସୂଚନା । ଅଧିକ ପଢନ୍ତୁ

ଜାମ୍ମୁ-କାଶ୍ମୀରରେ ୪ ବର୍ଷରେ ୭୦୦ ଆତଙ୍କୀ ନିଯୁକ୍ତ

author img

By

Published : Jul 10, 2022, 9:05 PM IST

ଶ୍ରୀନଗର: ଗତ ଚାରିବର୍ଷରେ ଜାମ୍ମୁ-କାଶ୍ମୀରରେ ୭୦୦ ଆତଙ୍କୀ ସୃଷ୍ଟି ହୋଇଛନ୍ତି । ବିଭିନ୍ନ ଆତଙ୍କବାଦୀ ସଂଗଠନ ଦ୍ବାରା ୭୦୦ ଜଣ ସ୍ଥାନୀୟ ଯୁବକଙ୍କୁ ସଂଗଠନରେ ନିଯୁକ୍ତ କରାଯାଇଛି । ତନ୍ମଧ୍ୟରୁ ବର୍ତ୍ତମାନ ୧୪୧ ଆତଙ୍କୀ ସକ୍ରିୟ ଅଛନ୍ତି, ଯାହା ଭିତରେ ଅଧିକାଂଶ ବିଦେଶୀ ନାଗରିକ ଅଛନ୍ତି । ବର୍ତ୍ତମାନ ଏହି ଆତଙ୍କୀ ସମୂହ ଜାମ୍ମୁ-କାଶ୍ମୀରରେ ଖୁବ୍ ସକ୍ରିୟ ରହିଥିବା ସରକାରୀ ସ୍ତରରେ ସୂଚନା ଦିଆଯାଇଛି । କେନ୍ଦ୍ର ଶାସିତ ଅଞ୍ଚଳରେ ଏତେ ସଂଖ୍ୟକ ଆତଙ୍କୀଙ୍କ ଉପସ୍ଥିତି ଏହା ସୂଚୀତ କରୁଛି ଯେ, ଆତଙ୍କୀ ଲଞ୍ଚ ପ୍ୟାଡରୁ ସୀମାରେ ଅନୁପ୍ରବେଶ ଜାରି ରହିଛି ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଚଳିତ ବର୍ଷ ଜୁଲାଇ ୫ ଯାଏଁ ଜାମ୍ମୁ-କାଶ୍ମୀରର ବିଭିନ୍ନ ଅଞ୍ଚଳରେ ୮୨ ବିଦେଶୀ ଆତଙ୍କୀ ସକ୍ରିୟ ରହିଥିଲେ । ସେମାନଙ୍କ ସହ ୫୯ ଜଣ କେବଳ ସ୍ଥାନୀୟ ଆତଙ୍କୀବାଦୀ ଥିଲେ । ଏହି ଆତଙ୍କୀମାନେ ମୁଖ୍ୟତଃ ଲସ୍କର-ଇ-ତୋଇବା, ଜୈସ-ଇ-ମହମ୍ମଦ, ହିଜବୁଲ ମୁଜାହିଦୀନ ଭଳି ସଂଗଠନର ସଦସ୍ୟ ଅଟନ୍ତି । ଗତ ୪ ବର୍ଷରେ ଏଭଳି ବିଭିନ୍ନ ସଙ୍ଗଠନ ଜାମ୍ମୁ-କାଶ୍ମୀରର ୭୦୦ ଯୁବକଙ୍କୁ ନିଜ ସହ ସାମିଲ କରିଛନ୍ତି । ୨୦୧୮ରେ ୧୮୭ ଜଣ, ୨୦୧୯ ବର୍ଷ ୧୨୧, ୨୦୨୦ ବର୍ଷ ୧୮୧ ଏବଂ ୨୦୨୧ରେ ୧୪୨ ଜଣ ଯୁବକ ଭିନ୍ନ ଭିନ୍ନ ଆତଙ୍କୀ ସଂଗଠନ ସହ ମିଶିଛନ୍ତି । ଚଳିତ ବର୍ଷ ଜୁନରେ ୬୯ ଜଣଙ୍କୁ ନିଯୁକ୍ତ କରିଛି ଆତଙ୍କବାଦୀ ସଂଗଠନ ।

ସେହିପରି ଚଳିତ ବର୍ଷର ବର୍ତ୍ତମାନ ସୁଦ୍ଧା ସୁରକ୍ଷାକର୍ମୀଙ୍କ ଦ୍ବାରା ୫୫ଟି ଏନକାଉଣ୍ଟରରେ ୧୨୫ ଜଣ ଆତଙ୍କୀଙ୍କୁ ନିପାତ କରାଯାଇଛି । ଯାହା ମଧ୍ୟରେ ୯୧ ଜଣ ସ୍ଥାନୀୟ ଏବଂ ୩୪ ଜଣ ବିଦେଶୀ ନାଗରିକ ରହିଥିଲେ । ଏହାବ୍ୟତୀତ ଏହି ଏନକାଉଣ୍ଟରରେ ୧୨୩ ଜଣ ଆତଙ୍କୀ ଧରା ପଡିଛନ୍ତି ଏବଂ ସେମାନଙ୍କ ନିକଟରୁ ବିପୁଳ ସଂଖ୍ୟକ ଅସ୍ତ୍ରଶସ୍ତ୍ର ଓ ଗୁଳି ଜବତ କରାଯାଇଛି । ବର୍ଷ ଆରମ୍ଭରୁ ଏବେସୁଦ୍ଧା ଦୁଇ ଜଣ ସୁରକ୍ଷାକର୍ମୀ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ସେହିପରି ଏ ପର୍ଯ୍ୟନ୍ତ ଜାମ୍ମୁ-କାଶ୍ମୀରରେ ୮ଟି ଗ୍ରେନେଡ୍ ଆଟାକ୍ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.