ETV Bharat / bharat

ମୋଦି ସରକାରଙ୍କ ମିଶନ ଜମ୍ମୁ କାଶ୍ମୀର, ଘାଟିରେ ଡେରା ପକାଇବେ ୭୦ କେନ୍ଦ୍ରମନ୍ତ୍ରୀ - ମିଶନ ଜମ୍ମୁ କାଶ୍ମୀର

ଘାଟିକୁ ନେଇ ମୋଦି ସରକାରଙ୍କ ରଣନୀତି ଉପରେ ମଧ୍ୟ ଗଳିକନ୍ଦିରେ ଚର୍ଚ୍ଚା ଜୋର ଧରିଛି । ଏହାରି ମଧ୍ୟରେ ସରକାରଙ୍କ ମାଳମାଳ ମନ୍ତ୍ରୀ ଜମ୍ମୁ କାଶ୍ମୀର ଗସ୍ତ କରୁଥିବା ଖବର ରାଜନୀତିକୁ ଆହୁରି ସରଗରମ କରିଦେଇଛି । ଅଧିକ ପଢନ୍ତୁ...

ମୋଦି ସରକାରଙ୍କ ମିଶନ ଜମ୍ମୁ କାଶ୍ମୀର, ଘାଟିରେ ଡେରା ପକାଇବେ ୭୦ କେନ୍ଦ୍ରମନ୍ତ୍ରୀ

author img

By

Published : Sep 3, 2021, 10:17 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନଠୁ ନେଇ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପର୍ଯ୍ୟନ୍ତ ଅନେକ ବିଷୟ ଉପରେ ଚାଲିଛି ଖୋଲାଖୋଲି ଚର୍ଚ୍ଚା । ଘାଟିକୁ ନେଇ ମୋଦି ସରକାରଙ୍କ ରଣନୀତି ଉପରେ ମଧ୍ୟ ଗଳିକନ୍ଦିରେ ଚର୍ଚ୍ଚା ଜୋର ଧରିଛି । ଏହାରି ମଧ୍ୟରେ ସରକାରଙ୍କ ମାଳମାଳ ମନ୍ତ୍ରୀ ଜମ୍ମୁ କାଶ୍ମୀର ଗସ୍ତ କରୁଥିବା ଖବର ରାଜନୀତିକୁ ଆହୁରି ସରଗରମ କରିଦେଇଛି ।

ସୂଚନା ଅନୁଯାୟୀ, ୭୦ କେନ୍ଦ୍ରମନ୍ତ୍ରୀ ସେପ୍ଟମ୍ବର ୧୦ରୁ ଜମ୍ମୁ କାଶ୍ମୀର ଗସ୍ତ କରିବେ । ପ୍ରତ୍ୟେକ ଅପହଞ୍ଚ ଇଲାକା ଗସ୍ତ କରିବାକୁ ସବୁ ମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଦିଆଯାଇଛି ସ୍ପଷ୍ଟ ବାର୍ତ୍ତା । ଲକ୍ଷ୍ୟ ରହିବ ଜନସାଧାରଣଙ୍କ ସହିତ ସିଧାସଳଖ ମିଶିବା ଓ ଆଲୋଚନା କରିବା । କେବଳ ସେତିକି ନୁହେଁ, ସେମାନଙ୍କ ସମସ୍ୟା ବୁଝି ଏହାର ସମାଧାନ କରିବାର ଉପାୟ ଖୋଜିବେ ମନ୍ତ୍ରୀଗଣ । ଏହାସହିତ ଜମ୍ମୁ କାଶ୍ମୀରରେ କେନ୍ଦ୍ରର ବିକାଶ କାର୍ଯ୍ୟ କେତେ ସମ୍ପୂର୍ଣ୍ଣ ହୋଇସାରିଛି, ଏହାର ମଧ୍ୟ ସମୀକ୍ଷା ହେବ ।

ସବୁ ଦାୟିତ୍ବ ୭୦ ମନ୍ତ୍ରୀଙ୍କୁ ହସ୍ତାନ୍ତର କରିଦିଆଯାଇଛି । ଏମାନଙ୍କୁ ୯ ସପ୍ତାହ ମଧ୍ୟରେ କେନ୍ଦ୍ରର ଏହି ମିଶିନକୁ ସଫଳ କରାଯାଇବାକୁ ପଡିବ । ମନ୍ତ୍ରୀଙ୍କ ଗସ୍ତ ଅବସରରେ ସ୍ଥାନେସ୍ଥାନେ ଜନତା ଦରବାରର ଆୟୋଜନ କରାଯିବ । ସମସ୍ତେ ଏଠାରେ ପହଁଞ୍ଚି ବିକାଶ କାର୍ଯ୍ୟର ସମୀକ୍ଷା କରିବେ । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ବି ଘାଟି ଗସ୍ତରେ ଯାଇପାରନ୍ତି ବୋଲି ଅନୁମାନ କରାଯାଉଛି ।

ପୂର୍ବରୁ ମଧ୍ୟ ୨୦୨୦ରେ ୩୬ କେନ୍ଦ୍ରମନ୍ତ୍ରୀଙ୍କ ଟିମ ଜମ୍ମୁ କାଶ୍ମୀର ଗସ୍ତ କରିଥିଲେ । ସେବେ ମଧ୍ୟ ଜନତାଙ୍କ ସହ ସିଧା ସମ୍ପର୍କ ଥିଲା ସରକାରଙ୍କ ପ୍ରୟାସ । ଏବେ ପୁଣି ଥରେ ସରକାର ସେହି ରାସ୍ତା ଆପଣାଇଥିବା ଦେଖିବାକୁ ମିଳୁଛି । ସର୍ବଦଳୀୟ ବୈଠକ ଜରିଆରେ ଆଲୋଚନାର ରସ୍ତା ଖୋଲିଦିଆଯାଇଛି । ଏବେ ନୂଆ ମିଶନ ଜରିଆରେ ଘାଟିର ବିକାଶ ଗତିକୁ ଆଗେଇ ନେବା ଉପରେ ଜୋର ଦିଆଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.