ETV Bharat / bharat

ଚଳନ୍ତା ବସର ବାହାରିଗଲା ଚକ, ଅଳ୍ପକେ ବର୍ତ୍ତିଲେ 70 ଯାତ୍ରୀ - ତେଲେଙ୍ଗାନା ବସ ଦୁର୍ଘଟଣା

ତେଲେଙ୍ଗାନାରେ ବଡଧରଣର ଦୁର୍ଘଟଣାରୁ ଅଳ୍ପକେ 70 ବସ ଯାତ୍ରୀ । ଚଳନ୍ତା ବସରୁ ବାହାରି ଗଲା ଚକ । ଓଡିଶା ଯାଉଥିଲା ବସ । ଅଧିକ ପଢନ୍ତୁ

ଚଳନ୍ତା ବାହାରି ଗଲା ଚକ, ଅଳ୍ପକେ ବର୍ତ୍ତିଲେ 70 ଯାତ୍ରୀ

author img

By

Published : Dec 30, 2021, 6:30 PM IST

ହାଇଦ୍ରାବାଦ: ବସରେ ଯାତ୍ରା କରୁଥିଲେ 70ରୁ ଉର୍ଦ୍ଧ୍ବ ଶ୍ରମିକ । ରାସ୍ତା ମଝିରେ ହଠାତ ଚଳନ୍ତା ବସରୁ ବାହାରି ଗଲା ଚକ । ତେବେ ଡ୍ରାଇଭରଙ୍କ ସାହାସିକତା ଓ ଉପସ୍ଥିତ ବୁଦ୍ଧି ଯୋଗୁ ଗାଡିଟିକୁ ରୋକିବାରେ ସଫଳ ହୋଇଥିଲେ । ତେଣୁ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି 70 ଯାତ୍ରୀ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାରେ ।

ଚଳନ୍ତା ବାହାରି ଗଲା ଚକ, ଅଳ୍ପକେ ବର୍ତ୍ତିଲେ 70 ଯାତ୍ରୀ

ମିଳିଥିବା ସୂଚନା ଅନୁସାରେ, ଏହି ଘରୋଇ ବସଟି ପ୍ରାୟ 70 ଯାତ୍ରୀଙ୍କୁ ଧରି ତେଲେଙ୍ଗାନାର କାଶିନଗରରୁ ଓଡିଶା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ତେବେ ନର୍ସିମାହୁଲ ପେଟା ମଣ୍ଡଳ ଅଞ୍ଚଳରେ ଏହି ଚଳନ୍ତା ବସର ଗୋଟିଏ ଆଗ ଚକ ବାହାରି ଯାଇଥିଲା ।

ତେବେ ଡ୍ରାଇଭର ଏହା ଜଣାପାରି ତୁରନ୍ତ ଗାଡିଟିକୁ ରାସ୍ତାକଡରେ ରୋକିବାରେ ସକ୍ଷମ ହୋଇଥିଲେ । ବସଟିର ଚକ ବସ ଠାରୁ ପ୍ରାୟ 40 ଫୁଟ ଦୂରକୁ ଗଡିଯାଇ ରାସ୍ତା କଡରେ ପଡିଥିବା ଦେଖିବାକୁ ମିଳଥିଲା । ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ ଧରଣର ନିଶ୍ଚିତ ଦୁର୍ଘଟଣାକୁ ଏଡାଯାଇ ପାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.