ETV Bharat / bharat

Gyanvapi Case: ଏକକାଳୀନ ଶୁଣାଣି ହେବ 7 ମାମଲା

author img

By

Published : May 23, 2023, 10:17 PM IST

ଜ୍ଞାନବ୍ୟାପୀ ମସଜିଦ ମାମଲାରେ ବାରାଣାସୀ କୋର୍ଟଙ୍କ ପକ୍ଷରୁ ବଡ ନିଷ୍ପତ୍ତି । ଏକକାଳୀନ ଶୁଣାଣି ହେବ 7 ମାମଲା । ଅଧିକ ପଢନ୍ତୁ

Gyanvapi case: ଏକାକାଳୀନ ଶୁଣାଣି ହେବ 7 ମାମଲା

ଲକ୍ଷ୍ନୌ: ଜ୍ଞାନବ୍ୟାପୀ ମସଜିଦ ମାମଲାରେ ବାରାଣାସୀ କୋର୍ଟଙ୍କ ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି । ଏହି ମାମଲା ସମ୍ପର୍କିତ 7ଟି ପିଟିସନର ଏକତ୍ର ଶୁଣାଣି କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏବେ ସ୍ଥାନୀୟ ଅଦାଲତ ଠାରୁ ଆରମ୍ଭ କରି ହାଇକୋର୍ଟ ଓ ଏପରିକି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏହି ବହୁଚର୍ଚ୍ଚିତ ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି । ମସଜିଦ କମ୍ପେଲ୍ସ ପରିସରରେ ଠାବ ହୋଇଥିବା ତଥାତଥିତ ଶିବ ଲିଙ୍ଗ ସହିତ ସମଗ୍ର କମ୍ପ୍ଲେକ୍ସର ପ୍ରତ୍ନତାତ୍ତ୍ୱିକ ସର୍ଭେ କରାଯିବାକୁ ନିକଟରେ ହିନ୍ଦୁ ପକ୍ଷରୁ ଏକ ଆବେଦନ କରାଯାଇଥିଲା । ଯାହାକୁ କୋର୍ଟ ଗ୍ରହଣ କରିବା ସହ ସର୍ଭେ ପାଇଁ ଅନୁମତି ମଧ୍ୟ ଦେଇଥିଲେ । ହେଲେ ପରେ ଏହା ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରା ଏଥିରେ ରୋକ ଲାଗିଛି ।

ଗତବର୍ଷ (2022) 16 ମ’ରେ, ବାରାଣାସୀର ଜ୍ଞାନବ୍ଯାପୀ ମସଜିଦ ପରିସରରେ ଏକ ଶିବଲିଙ୍ଗ ସଦୃଶ କଳା ରଙ୍ଗର ପଥର ମିଳିଥିଲା । ଯାହାକୁ ପ୍ରାଚୀନ ଶିବଲିଙ୍ଗ ବୋଲି ହିନ୍ଦୁ ପକ୍ଷ ଦାବି କରିଆସୁଛନ୍ତି । ତେଣୁ ଏହି ଶିବଲିଙ୍ଗକୁ ପୂଜା କରିବା ପାଇଁ ହିନ୍ଦୁ ପକ୍ଷଙ୍କୁ ମସଜିଦ କମ୍ପ୍ଲେକ୍ସରେ ପ୍ରବେଶ କରିବା ପାଇଁ ଅନୁମତି ମିଳୁ ବୋଲି ଏକ ଆବେଦନ ମଧ୍ୟ କୋର୍ଟରେ ଶୁଣାଣି ପ୍ରକ୍ରିୟାରେ ରହିଛି ।

ଉତ୍ତର ପ୍ରଦେଶ ବାରଣାସୀର ଜ୍ଞାନବ୍ୟାପୀ ମସଜିଦ ପରିସରରୁ ମିଳିଥିବା ଶିବଲିଙ୍ଗର କାର୍ବନ ଡେଟିଂ ଓ ସମ୍ପୂର୍ଣ୍ଣ ପରିସରର ବୈଜ୍ଞାନିକ ସର୍ବେକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ ଲଗାଇଛନ୍ତି । ଏନେଇ ନିକଟରେ ଆହ୍ଲାବାଦ ହାଇକୋର୍ଟ ଅନୁମତି ପ୍ରଦାନ କରିଥିବା ବେଳେ ଶୁକ୍ରବାର ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ପି.ଏସ ନରସିଂହ ଏବଂ କେଭି ବିଶ୍ବନାଥନଙ୍କ ମିଳିତ ଖଣ୍ଡପୀଠ ଏହା ଉପରେ ରହିତାଦେଶ ଜାରି କରିଛନ୍ତି । ଫଳରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମସଜିଦ ପରିସରରେ କୌଣସି ପ୍ରକାର ସର୍ଭେ କରାଯିବ ନାହିଁ ।

ଏହାସହ କେନ୍ଦ୍ର ଓ ଉତ୍ତର ପ୍ରଦେଶ ସରକାରଙ୍କୁ ଏନେଇ ନୋଟିସ ମଧ୍ୟ ଜାରି କରାଯାଇଛି । ଆସନ୍ତା ସୋମବାର ମସଜିଦ ପରିସରରେ ସାଇଣ୍ଟିଫିକ ସର୍ଭେ ନେଇ ଜ୍ଞାନବ୍ୟାପୀ ମସଜିଦ ପରିଚାଳନା କମିଟି ପକ୍ଷରୁ ବରିଷ୍ଠ ଆଇନଜୀବୀ ହୁଜେଫା ଅହମାଦି କୋର୍ଟଙ୍କୁ ଅବଗତ କରାଇଥିଲେ । ସେପଟେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ କେସ ଲଢୁଥିବା ଆଇନଜୀବୀ ତଥା ସଲିସିଟର ଜେନେରାଲ ଅଫ୍‌ ଇଣ୍ଡିଆ ତୁଷାର ମେହେଟ୍ଟା କୋର୍ଟଙ୍କୁ ଅବଗତ କରାଇଥିଲେ ଯେ, ଏହି ସର୍ଭେ ଦ୍ବାରା ମସଜିଦ କିମ୍ବା ମିଳିଥିବା ଶିବଲିଙ୍ଗର କୌଣସି ପ୍ରକାର କ୍ଷତି ଘଟିବ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.