ETV Bharat / bharat

ଜିପକୁ ପଛପଟୁ ପିଟିଲା ଟ୍ରକ; 7 ମୃତ, 5 ଆହତ

author img

By

Published : Sep 12, 2021, 6:57 PM IST

କର୍ଣ୍ଣାଟକ-ଚିକ୍କାବାଲାପୁର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘଟଣାସ୍ଥଳରେ 7 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 5 ଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଘଟଣାସ୍ଥଳରେ 7ମୃତ 5 ଆହତ

ବେଙ୍ଗାଲୁରୁ: ଜିପକୁ ପଛପଟୁ ଧକ୍କା ଦେଲା ଟ୍ରକ୍ । ଘଟଣାସ୍ଥଳରେ 7 ଜଣଙ୍କର ମୃତ୍ୟୁ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଚିକ୍କାବାଲାପୁର ଜିଲ୍ଲା ଚିନ୍ତାମଣି ତହସିଲ ଅଧିନ ମେଡିକର କ୍ରସ ନିକଟରେ । ଆନ୍ଧ୍ରପ୍ରଦେଶ-ବେଙ୍ଗାଲୁରୁ ରାଜପଥ ନିକଟ ଚିକ୍କାବାଲାପୁର ଜିଲ୍ଲା ଚିନ୍ତାମଣି ତହସିଲ ଅଧିନ ମେଡିକର କ୍ରସ ଅଞ୍ଚଳରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ।

ସୂଚନାନୁସାରେ ଏକ ଜିପ୍ ଯୋଗେ ଶ୍ରୀନିବାସପୁର ତହସିଲ ଅଧିନ ରୟାଲପଡୁ ଗାଁରୁ ଚିନ୍ତାମଣି ଅଭିମୁଖେ ଯାତ୍ରା କରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ତେବେ ଏହି ଭୟଙ୍କର ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ 6ଜଣ ଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣକୁ ଡାକ୍ତରଖାନା ନେବା ବାଟରେ ମୃତ୍ୟୁ ହୋଇଛି ।

ସେପଟେ ଦୁର୍ଘଟଣା ଯୋଗୁଁ 5 ଜଣ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ଚିନ୍ତାମଣି ଗ୍ରାମୀଣ ପୋଲିସ ପହଁଞ୍ଚି ତଦନ୍ତ ଜାରି ରଖିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.