ETV Bharat / bharat

ହାଇଦ୍ରାବାଦ ବିମାନବନ୍ଦରରୁ 7କୋଟିର ସୁନା ଜବତ, 23 ସୁଦାନ ନାଗରିକ ଗିରଫ

author img

By

Published : Feb 23, 2023, 10:51 PM IST

ହାଇଦ୍ରାବାଦ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ 7 କୋଟିର ସୁନା ଜବତ । 23 ସୁଦାନ ନାଗରିକ ଗିରପ । ଶାରଜା ଦେଇ ସୁଦାନରୁ ଆସିଥିଲେ ହାଇଦ୍ରାବାଦ । ଅଧିକ ପଢନ୍ତୁ

ହାଇଦ୍ରାବାଦ ବିମାନବନ୍ଦରରୁ 7 କୋଟିର ସୁନା ଜବତ, 23 ସୁଦାନ ନାଗରିକ ଗିରଫ

ହାଇଦ୍ରାବାଦ: ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିପୁଳ ପରିମାଣର ସୁନା ଜବତ କରାଯାଇଛି । G9 458 ରେ ବିମାନରେ ସୁଦାନରୁ ସାରଜା ଦେଇ ହାଇଦ୍ରାବାଦ ଆସିଥିବା 23 ଯାତ୍ରୀଙ୍କ ନିକଟରୁ ଏହି ବିପୁଳ ପରିମାଣର ସୁନା ଜବତ କରିବାରେ ସଫଳ ହୋଇଛି କଷ୍ଟମ ବିଭାଗ । ଜବତ ସୁନାର ମୂଲ୍ୟ 7 କୋଟି ଟଙ୍କା ହେବା ନେଇ ପ୍ରାଥମିକ ଭାବେ ଆକଳନ କରାଯାଇଛି । ସୁନା ତସ୍କରୀରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ ଜିମା ଦିଆଯାଇଛି । ତାଙ୍କୁ ଅଧିକ ଜେରା ଜାରି ରହିଛି ।

ସାରଜା ଦେଇ ସୁଦାନରୁ ହାଇଦ୍ରାବାଦକୁ ଆସିଥିବା ବିମାନରେ ଯାତ୍ରୀଙ୍କ ଠାରେ ସୁନା ଚୋରାଚାଲାଣ ହେଉଥିବା ଏୟାର ଇଣ୍ଟେଲଜେନ୍ସି ରିପୋର୍ଟ ମିଳିଥିଲା । ଏହି ଆଧାରରେ କଷ୍ଟମ ବିଭାବର ଅଧିକାରୀମାନେ ଯାତ୍ରୀଙ୍କ ଚେକିଂ ପାଇଁ ପ୍ରସ୍ତୁତି କରିଥିଲେ । ବିମାନ ଅବତରଣ କରିବା ପରେ 23 ଯାତ୍ରୀଙ୍କୁ ଯାଞ୍ଚ କରିବା ପରେ ସେମାନଙ୍କ ନିକଟରୁ ସୁନା ଠାବ କରାଯାଇଥିଲା । ଅତି ଚତୁରତାର ସହ ଯାତ୍ରୀମାନେ ଜୋତା, ବେଲ୍ଟ ଓ ପୋଷାକରେ ସୁନା ଚାଲାଣ କୁରଥିବା ଜଣାପଡିଥିଲା । ମୋଟ 23 ଯାତ୍ରୀଙ୍କ ଠାରୁ ମୋଟ 14.9063 କିଲୋଗ୍ରାମ ସୁନା ଜବତ କରିଛନ୍ତି ବିଭାଗୀୟ ଅଧିକାରୀ । ଏହି ଜବତ ସୁନାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ 7 କୋଟିରୁ ଅଧିକ ହେବା ନେଇ ମଧ୍ୟ ଆକଳନ କରାଯାଉଛି । ପରେ ସମସ୍ତ ଅଭିଯୁକ୍ତଙ୍କୁ ଏୟାରପୋର୍ଟ ଥାନା ପୋଲିସକୁ ହସ୍ତାନ୍ତର କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:-ଏକ କ୍ୱିଣ୍ଟାଲ୍ ସୁନା ଜବତ, 7 ବଦେଶୀଙ୍କ ସମେତ 10 ଗିରଫ

21 ତାରିଖରେ ଏକ ବଡ ଧରଣର ସୁଦାନୀ ସୁନା ଟସ୍କରୀ ରାକେଟକୁ ଠାବ କରାଯାଇଥିଲା । ପାଟନା, ମୁମ୍ବାଇ ଓ ପୁଣେରେ ଏକକାଳୀନ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟର ଚଢାଉ କରି ଏକ କୁଇଣ୍ଟାଲ ସୁନା ସହ 10 ଅଭିଯୁକ୍ତଙ୍କୁ ଗିରଫ । ଅଭିଯୁକ୍ତଙ୍କ ମଧ୍ୟରେ 7 ସୁଦାନ ନାଗରିକ ରହିଥିଲେ । ସେହିପରି ଜବତ ସୁନାର ମୂଲ୍ୟ 51 କୋଟି ବୋଲି ପ୍ରାଥମିକ ଭାବେ ଜଣାପଡିଥିଲା । ଆଜି ପୁଣି ସୁଦାନ ନାଗରିକଙ୍କ ଠାରୁ ସୁନା ଜବତ ହୋଇଛି । ଭାରତକୁ ସୁନା ଟସ୍କରୀ ହେବାରେ ସୁଦାନର ଲିଙ୍କ ବାରମ୍ବାର ସାମ୍ନାକୁ ଆସୁଛି । ବାରମ୍ବାର ଏପରି ଘଟଣା ପରେ ସୁଦାନରୁ ଆସୁଥିବା ବିମାନ ଯାତ୍ରୀଙ୍କ ଉପରେ ବିଭିନ୍ନ ବିମାନ ବନ୍ଦରରେ କଡା ନଜର ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.