ETV Bharat / bharat

ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ବେଷ୍ଟ୍‌ ଫିଲ୍ମ 'ଛିଛୋରେ', କଙ୍ଗନା ଶ୍ରେଷ୍ଠ ଅଭିନେତ୍ରୀ

ଚଳିତ ଥର ଜାତୀୟ ଫିଲ୍ମ ପୁରସ୍କାର ସମାରୋହରେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଫିଲ୍ମ ଛିଛୋରେକୁ ସର୍ବଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଭାବେ ସମ୍ମାନିତ କରାଯାଇଛି । ସେହିପରି ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ମଣିକର୍ଣ୍ଣିକା ଓ ପଙ୍ଗା ଚଳଚ୍ଚିତ୍ର ପାଇଁ ମିଳିଛି ସର୍ବଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ । ଅଧିକ ପଢନ୍ତୁ...

author img

By

Published : Mar 22, 2021, 5:39 PM IST

Updated : Mar 22, 2021, 6:30 PM IST

ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ବେଷ୍ଟ୍‌ ଫିଲ୍ମ 'ଛିଛୋରେ', କଙ୍ଗନାଙ୍କୁ ମିଳିଲା ସର୍ବଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ

ନୂଆଦିଲ୍ଲୀ: ଘୋଷଣା ହୋଇଛି 67 ତମ ଜାତୀୟ ଫିଲ୍ମ ପୁରସ୍କାର ସମ୍ମାନ । ଚଳିତ ଥର ଜାତୀୟ ଫିଲ୍ମ ପୁରସ୍କାର ସମାରୋହରେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଫିଲ୍ମ ଛିଛୋରେକୁ ସର୍ବଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଭାବେ ସମ୍ମାନିତ କରାଯାଇଛି । ସେହିପରି ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ମଣିକର୍ଣ୍ଣିକା ଓ ପଙ୍ଗା ଚଳଚ୍ଚିତ୍ର ପାଇଁ ମିଳିଛି ସର୍ବଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ । ଅନ୍ୟପକ୍ଷେ ହିନ୍ଦୀ ଫିଲ୍ମ ଭୋନ୍ସଲେ ପାଇଁ ମନୋଜ ବାଜପେୟୀ ଓ ତାମିଲ ଚଳଚ୍ଚିତ୍ର ଅସୁରନ ପାଇଁ ମିଳିତ ଭାବେ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାରରେ କରାଯାଇଛି ପୁରସ୍କୃତ ।

ସର୍ବଶ୍ରେଷ୍ଠ ଫିଲ୍ମ ଫ୍ରେଣ୍ଡଲୀ ରାଜ୍ୟ-ସିକିମ

ବେଷ୍ଟ ବୁକ ଅନ ସିନେମା-A Gandhian Affair:India's Curious Portrayal of Love in Cinema(ସଞ୍ଜୟ ସୁରୀ)

ବେଷ୍ଟ ଫେଲ୍ମ କ୍ରିଟିକ-ସୋହିନୀ ଚଟ୍ଟୋପାଧ୍ୟାୟ

ଫିଚର ଫିଲ୍ମ କ୍ୟାଟାଗୋରୀ ଆୱାର୍ଡ

  • ସର୍ବଶ୍ରେଷ୍ଠ ଫିଚର ଫିଲ୍ମ-ମରକ୍କର ଅରବିକ୍କଡାଲିଣ୍ଟେ ସିହ୍ମମ(ମାଲାୟାଲମ)
  • ସର୍ବଶ୍ରେଷ୍ଠ ଅଭିନେତ୍ରୀ- କଙ୍ଗନା ରଣାୱତ (ମଣିକର୍ଣ୍ଣିକା ଓ ପଙ୍ଗା)
  • ସର୍ବଶ୍ରେଷ୍ଠ ହିନ୍ଦୀ ଫିଲ୍ମ- ଛିଛୋରେ(ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନିତ ଚଳଚ୍ଚିତ୍ର)
  • ସର୍ବଶ୍ରେଷ୍ଠ ଅଭିନେତା- ମନୋଜ ବାଜପେୟୀ (ଭୋନ୍ସଲେ), ଧନୁଷ (ଅସୁରନ, ତାମିଲ)
  • ସର୍ବଶ୍ରେଷ୍ଠ ପୁରୁଷ ପ୍ଲେବ୍ୟାକ ସିଙ୍ଗର-କେଶରୀ-ତେରୀ ମିଟ୍ଟି- ବି ପ୍ରାକ
  • ସର୍ବଶ୍ରେଷ୍ଠ ସପୋର୍ଟିଂ ଅଭିନେତ୍ରୀ-ପଲ୍ଲବୀ ଯୋଶୀ(ତାସକେଣ୍ଟ ଫାଇଲ୍ସ)
  • ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ-ସଞ୍ଜୟ ପୁରଣ ସିଂହ ଚୌହାନ (ବହତର ହୁରେନ)
  • ସର୍ବଶ୍ରେଷ୍ଠ ସ୍କ୍ରିନ ପ୍ଲେ- ବିବେକ ରଞ୍ଜନ ଅଗ୍ନିହୋତ୍ରୀ
  • ସର୍ବଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର- କସ୍ତୁରୀ (ହିନ୍ଦୀ)

ନନ୍ ଫିଚର ଫିଲ୍ମ କ୍ୟାଟାଗୋରୀ

  • ବେଷ୍ଟ ନେରେଶନ-ୱାଇଲ୍ଡ କର୍ଣ୍ଣାଟକସ ସାର ଡେଭିଡ ଅଟେନବର୍ଗ
  • ବେଷ୍ଟ ଏଡିଟିଂ-ସଟ ଅପ ସୋନା, ଅର୍ଜୁନ ଗୌରୀସରାଇ
  • ବେଷ୍ଟ ଅଟୋବାୟୋଗ୍ରାଫି-ରାଧା(ମ୍ୟୁଜିକାଲ), ଅଲ୍ବିନ ରେଗା ଓ ସଞ୍ଜୟ ମୋର୍ଯ୍ୟା
  • ବେଷ୍ଟ ଅନ-ଲୋକେଶନ ସାଉଣ୍ଡ ରେକର୍ଡିଷ୍ଟ, ରହସ(ହିନ୍ଦୀ), ସପ୍ତର୍ଷି ସରକାର
  • ବେଷ୍ଟ ସିନେମାଟୋଗ୍ରାଫୀ-ସୋନସୀ, ସବିତା ସିଂହ
  • ବେଷ୍ଟ ନିର୍ଦ୍ଦେଶନା-ନକ୍‌ ନକ୍‌ ନକ୍‌(ଇଂରାଜୀ/ବଙ୍ଗୀୟ), ସୁଧାଂଶୁ ସରିୟା
  • ଫ୍ୟାମିଲି ଭ୍ୟାଲୁସ-ଓରୁ ପାତ୍ଥିରା ସ୍ବପ୍ନମ ପୋଲେ(ମାଲାୟାଲମ)
  • ବେଷ୍ଟ ସର୍ଟ ଫିକ୍ସନ ଫିଲ୍ମ-କଷ୍ଟଡି(ହିନ୍ଦୀ/ଇଂରାଜୀ)
  • ସ୍ପେଶାଲ ଜୁରୀ ଆୱାର୍ଡ-Small Scale Societies(ଇଂରାଜୀ)
  • ବେଷ୍ଟ ଆନିମେସନ ଫିଲ୍ମ-ରାଧା(ମ୍ୟୁଜିକାଲ)
  • ବେଷ୍ଟ ଇନଭେଷ୍ଟିଗେଟିଭ ଫିଲ୍ମ- ୱାଇଲ୍ଡ କର୍ଣ୍ଣାଟକ(ଇଂରାଜୀ)
  • ବେଷ୍ଟ ଏଜୁକେଶନ ଫିଲ୍ମ-ଆପଲ୍ସ ଆଣ୍ଡ ଓରାଞ୍ଜେସ(ଇଂରାଜୀ)
  • ବେଷ୍ଟ ଫିଲ୍ମ ଅନ ସକଲ ଇସ୍ୟୁଜ-ହୋଲୀ ରାଇଟ୍ସ(ହିନ୍ଦୀ) ଓ ଲାଡଲୀ(ହିନ୍ଦୀ)

ମହାମାରୀ କୋରୋନା କାରଣରୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହକୁ ଏକ ବର୍ଷ ଘୁଞ୍ଚାଇ ଦିଆଯାଇଥିଲା । ପ୍ରତ୍ୟେକ ବର୍ଷ 3 ମେରେ ଆୟୋଜିତ ହେଉଥିବା ଏହି ଆୱାର୍ଡ ସମାରୋହର ଆୟୋଜନ ଜାତୀୟ ମିଡିଆ ସେଣ୍ଟରରେ ହୋଇଛି । ଏଠାରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଜାତୀୟ ଫିଲ୍ମ ପୁରସ୍କାର ଘୋଷଣା କରିଛନ୍ତି । ସମାରୋହରେ 2019ରେ ପରଦାକୁ ଆସିଥିବା ଫିଲ୍ମ ପାଇଁ ପୁରସ୍କାରର ଘୋଷଣା କରାଯାଇଛି ।

ଏହି ସମାରୋହରେ ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେଶନ ପକ୍ଷରୁ 1 ଜାନୁଆରୀ 2019ରୁ ନେଇ 31 ଡିସେମ୍ବର 2019 ପର୍ଯ୍ୟନ୍ତ ସାର୍ଟିଫାଏଡ କରାଯାଇଥିବା ଫିଲ୍ମକୁ ପୁରସ୍କାର ବିତରଣ ପାଇଁ ଏଣ୍ଟ୍ରି ମିଳିଥିଲା । ପୁରସ୍କାର ପାଇଁ ଶେଷ ଆବେଦନ 17 ଫେବୃଆରୀ 2020 ପର୍ଯ୍ୟନ୍ତ ରଖାଯାଇଥିଲା । ଏହି ସମାରୋହ 2020ରେ ହେବାକୁ ଥିଲା । ହେଲେ ମହାମାରୀ କାରଣରୁ ଏହାର ସମୟରେ ପରିବର୍ତ୍ତନ କରିଥିଲେ ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 22, 2021, 6:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.