ବେଙ୍ଗାଲୁରୁ: କର୍ଣ୍ଣାଟକରେ ଗତ 24 ଘଣ୍ଟା ମଧ୍ୟରେ 622 ନୂତନ କୋରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ଜଣାପଡିଛି । ସେହିପରି ରାଜ୍ୟରେ ଆଜି ମୋଟ 351 ସଂକ୍ରମିତ ସୁସ୍ଥ ହୋଇ ଫେରିଥିବାବେଳେ 3 ଜଣଙ୍କ ମୃତ୍ୟୁ ହୋଇଛି ।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ 9,55,015 ବ୍ୟକ୍ତି ସଂକ୍ରମିତ ହୋଇଥିବାବେଳେ ମୋଟ 9,35,772 ସୁସ୍ଥ ହୋଇ ଫେରିଥିବା ସରକାରୀ ଭାବେ ପ୍ରକାଶ ପାଇଛି । ସେହିପରି ରାଜ୍ୟରେ ମୋଟ କୋରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା 12 ହଜାର 362 ଜଣ ରହିଥିବା ସୂଚନା ମିଳିଛି ।
ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପ୍ରାୟ 6,862 କୋଭିଡରେ ସଂକ୍ରମିତ ହୋଇ ଚିକିତ୍ସାଧିନ ରହିଛନ୍ତି । ବର୍ତ୍ତମାନ ରାଜ୍ୟରେ ପୁଣିଥରେ କୋରୋନା ସଂକ୍ରମଣ କଡ ଲେଉଟାଉଥିବା ବେଳେ କୋଭିଡ କଟକଣାକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କର୍ଣ୍ଣାଟକ ସରକାର । ପଡୋଶୀ କେରଳ ଓ ମହାରାଷ୍ଟ୍ରରେ କୋଭିଡ ସଂକ୍ରମଣ ପୁଣିଥରେ ବଢୁଥିବାରୁ ଉକ୍ତ ରାଜ୍ୟରୁ କର୍ଣ୍ଣାଟକ ଆସୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ ଧ୍ୟାନ ରଖିଛନ୍ତି କର୍ଣ୍ଣାଟକ ସରକାର । ସେହିପରି ଉଭୟ ରାଜ୍ୟରୁ କର୍ଣ୍ଣାଟକରେ ପ୍ରବେଶ କରୁଥିବା ଯାତ୍ରୀମାନଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରିଥିଲେ କର୍ଣ୍ଣାଚକ ସରକାର । ତେବେ ଏହାକୁ ବିରୋଧ କରାଯିବା ପରେ ଏହା ଉପରେ କୋହଳ ମନୋଭାବ ଦେଖାଇଛି କର୍ଣ୍ଣାଟକ ।
@ ANI