ETV Bharat / bharat

ଜୁନିଅରଙ୍କୁ ରାଗିଂ ପଡ଼ିଲା ମହଙ୍ଗା, ୬୦ ପାରାମେଡିକାଲ ଛାତ୍ରଛାତ୍ରୀ ନିଲମ୍ବିତ

author img

By ETV Bharat Odisha Team

Published : Dec 22, 2023, 9:39 PM IST

60 paramedical students suspended for ragging: ବିହାର ଏକ ମେଡିକାଲ କଲେଜରେ ଜୁନିଅରଙ୍କୁ ରାଗିଂ କରିବା ଘଟଣା । ନିଲମ୍ବିତ ହେଲେ ୬୦ ଜଣ ପାରା ମେଡିକାଲ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

60 paramedical students suspended for ragging

ପାଟନା: ଜୁନିଅର ଛାତ୍ରଛାତ୍ରୀଙ୍କୁ ରାଗିଂ କରିବା ପଡିଲା ମହଙ୍ଗା । ଏକାଥରକେ ୬୦ ଜଣ ପାରା ମେଡିକାଲ ଛାତ୍ରଛାତ୍ରୀଙ୍କୁ ନିଲମ୍ବିତ କଲେ କଲେଜ କର୍ତ୍ତୃପକ୍ଷ । ବିହାର ମୁଜ୍ଜାଫରପୁର ସ୍ଥିତ ଶ୍ରୀକ୍ରିଷ୍ଣା ମେଡିକାଲ କଲେଜ ଆଣ୍ଡି ହସ୍ପିଟାଲ (SKMCH)ରେ ଏଭଳି ଘଟଣା ସାମ୍ନାକୁ ଆସିଛି । ୨୦୨୩ ବ୍ୟାଚର ଛାତ୍ରଛାତ୍ରୀ ଏନେଇ କଲେଜ ପ୍ରିନ୍ସିପାଲଙ୍କ ନିକଟରେ ଅଭିଯୋଗ କରିବା ପରେ ୨୦୨୨ ବ୍ୟାଚର ଛାତ୍ରଛାତ୍ରୀଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଜୁନିଅର ଛାତ୍ରଛାତ୍ରୀମାନେ ରାଗିଂର ଶିକାର ହେବା ପରେ ସିନିୟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ପ୍ରିନ୍ସିପାଲଙ୍କ କାର୍ଯ୍ୟାଳୟ ବାହାରେ ଧାରଣା ଦେଇଥିଲେ । ଏହି ଅଭିଯୋଗ ହେବା ପରେ ପ୍ରିନ୍ସିପାଲ ପ୍ରଫେସର ଆଭାରାଣୀ ସିହ୍ନା ଏକ ବୈଠକ ଡାକିଥିଲେ । ଏହାପରେ ଏହି ରାଗିଂରେ ସମ୍ପୃକ୍ତି ଥିବା ମୋଟ ୬୦ ଜଣ ଛାତ୍ରଛାତ୍ରୀଙ୍କୁ ନିଲମ୍ବିତ କରାଯାଇଛି । ସିନିୟର ଛାତ୍ରଛାତ୍ରୀ ୨୦୨୩ ବ୍ୟାଚର ଜୁନିଅରଙ୍କୁ ଲାବ୍ରୋଟୋରୀରେ ହଇରାଣ କରୁଥିବା ଅଭିଯୋଗ ହୋଇଥିଲା ।

ଏହା ବି ପଢନ୍ତୁ- କ୍ୟାମ୍ପସରେ ରାଗିଂ ରୋକିବ ISRO ! ସ୍ବତନ୍ତ୍ର ଟେକ୍ନୋଲୋଜି ମାଗିଲେ ବଙ୍ଗ ରାଜ୍ୟପାଳ

ଏନେଇ ମେଡିକାଲ କଲେଜର ପ୍ରିନ୍ସିପାଲ ପ୍ରଫେସର ଆଭାରାଣୀ ସିହ୍ନା କହିଛନ୍ତି, "ମହାବିଦ୍ୟାଳୟରେ ରାଗିଂକୁ ନିୟନ୍ତ୍ରଣରେ ରଖାଯାଇଛି । ଏଭଳି ଘଟଣା ସାମ୍ନାକୁ ଆସିଲେ ଆମ ଆଣ୍ଟି ରାଗିଂ କମିଟି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । କଲେଜରେ କୌଣସି ପ୍ରକାର ରାଗିଂକୁ ଗ୍ରହଣ କରାଯିବ ନାହିଁ ।" ସୂଚନା ଥାଉ କି ପୂର୍ବରୁ ଏସକେଏମସିଏଚ କଲେଜରେ ଜଣେ ଏମବିବିଏସ ଛାତ୍ରଙ୍କୁ ରାଗିଂ କରାଯାଇଥିଲା । ଏହାପରେ ଛାତ୍ରଙ୍କ ବଡ଼ ଭାଇ ଆଣ୍ଟି-ରାଗିଂ ସେଲ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ରାଗିଂ କମିଟି ପ୍ରିନ୍ସିପାଲଙ୍କ ନିକଟକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଏକ ଚିଠି କରିଥିଲା । ଏହାପରେ ପ୍ରିନ୍ସିପାଲ ୨୦୨୨ ଏମବିବିଏସ ବ୍ୟାଚର ଛାତ୍ରଛାତ୍ରୀଙ୍କୁ ନିଲମ୍ବିତ କରିଥିଲେ ।

ଏହା ବି ପଢନ୍ତୁ- ଉଚ୍ଚ ଶିକ୍ଷାନୁଷ୍ଠାନଙ୍କୁ ୟୁଜିସିର ନିର୍ଦ୍ଦେଶ, ଆଣ୍ଟି ରାଗିଂ ମାର୍ଗଦର୍ଶିକା ପାଳନ କରିବାକୁ ନିର୍ଦ୍ଦେଶ

କଲେଜରେ ରାଗିଂକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିବା ବେଳେ ଅନେକ ସମୟରେ ଏଭଳି ଘଟଣା ସାମ୍ନାକୁ ଆସୁଛି । କଲେଜରେ ଏପରି ଅପରାଧିକ କାର୍ଯ୍ୟକୁ ବନ୍ଦ କରିବା ଲାଗି କଲେକ କର୍ତ୍ତୃପକ୍ଷ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । କଲେଜରେ ରାଗିଂକୁ ରୋକିବା ଲାଗି ଆଣ୍ଟି ରାଗିଂ କମିଟି, ଆଣ୍ଟି ରାଗିଂ ସ୍କ୍ବାଡ୍‌, ଆଣ୍ଟି ରାଗିଂ ସେଲ୍ ଗଠନ, ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି ସ୍ଥାପନ, ଆଣ୍ଟି ରାଗିଂ କର୍ମଶାଳା ଏବଂ ଆଲୋଚନାଚକ୍ର ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ତଥାପି ଏଭଳି ଘଟଣା ସାମ୍ନାକୁ ଆସିଥିବାରୁ କଲେଜ କର୍ତ୍ତୃପକ୍ଷଙ୍କୁ ଏ ଦିଗରେ ଦୃଷ୍ଟି ଦେବା ଆବଶ୍ୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.