ETV Bharat / bharat

Budget 2022-23: ମିଳିବ ନିଯୁକ୍ତି ସୁଯୋଗ, ୫ ବର୍ଷରେ ସୃଷ୍ଟି ହେବ ୬୦ ଲକ୍ଷ ନିଯୁକ୍ତି - ମିଳିବ ନିଯୁକ୍ତି ସୁଯୋଗ

ନିଯୁକ୍ତିକୁ ନେଇ କରାଯାଉଥିବା ଆକଳନ ସତ ହୋଇଛି । ବଜେଟରେ ଯୁବପିଢିଙ୍କ ପାଇଁ ବଡ ଘୋଷଣା କରାଯାଇଛି । ଯୁବଗୋଷ୍ଠୀଙ୍କ ପାଇଁ ନିଯୁକ୍ତି ସୁଯୋଗ ନେଇ ଉପସ୍ଥାପିତ ହୋଇଛି ବଜେଟ । ଆତ୍ମନିର୍ଭର ଭାରତରେ ସୃଷ୍ଟି ହେବ ୬୦ ଲକ୍ଷ ନୂଆ ନିଯୁକ୍ତି । ଅଧିକ ପଢନ୍ତୁ

ମିଳିବ ନିଯୁକ୍ତି ସୁଯୋଗ,  ସୃଷ୍ଟି ହେବ ୬୦ ଲକ୍ଷ ନିଯୁକ୍ତି

author img

By

Published : Feb 1, 2022, 12:37 PM IST

Updated : Feb 1, 2022, 12:44 PM IST

ନୂଆଦିଲ୍ଲୀ: ଉପସ୍ଥାପିତ ହୋଇଛି କେନ୍ଦ୍ର ବଜେଟ ୨୦୨୨ । ନିଯୁକ୍ତିକୁ ନେଇ କରାଯାଉଥିବା ଆକଳନ ସତ ହୋଇଛି । ବଜେଟରେ ଯୁବପିଢିଙ୍କ ପାଇଁ ବଡ ଘୋଷଣା କରାଯାଇଛି । ଯୁବଗୋଷ୍ଠୀଙ୍କ ପାଇଁ ନିଯୁକ୍ତି ସୁଯୋଗ ନେଇ ଉପସ୍ଥାପିତ ହୋଇଛି ବଜେଟ । ଆତ୍ମନିର୍ଭର ଭାରତରେ ସୃଷ୍ଟି ହେବ ୬୦ ଲକ୍ଷ ନୂଆ ନିଯୁକ୍ତି । ଆସନ୍ତା ୫ବର୍ଷରେ ୩୦ ଲକ୍ଷ କୋଟି ଅତିରିକ୍ତ ଉତ୍ପାଦନ ହେବ । ଯାହାଦ୍ବାରା ଦେଶରେ ବେରୋଜଗାର ଏବଂ ବେକାରୀ ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି ।

ଦେଶରେ ବଢୁଥିବା ବେରୋଜଗାର, ବେକାରୀ ସମସ୍ୟା ନେଇ ଚିନ୍ତା ବଢିଥିଲା । ଏହା ବ୍ୟତୀତ କୋରୋନା ପାଇଁ ଏହି ସମସ୍ୟା ଆହୁରି ଦ୍ବିଗୁଣିତ ହୋଇଥିଲା । ଚଳିତ ବର୍ଷ କେନ୍ଦ୍ର ବଜେଟରେ ଯୁବପୀଢିଙ୍କ ପାଇଁ ଏକ ନୂଆ ଆଶା ସଞ୍ଚାର କରିଛି । ନିଯୁକ୍ତି ସୁଯୋଗ ନେଇ ଅର୍ଥମନ୍ତ୍ରୀଙ୍କ ଦ୍ବାରା ଉପସ୍ଥାପିତ ହୋଇଥିବା ବଜେଟରୁ ଫାଇଦା ନେଇ ପାରିବେ । କେନ୍ଦ୍ରର ଏହି ବଜେଟରୁ ସମାଜର ସବୁ ବର୍ଗର ଲୋକଙ୍କ ଉନ୍ନତି ପାଇଁ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ।

Last Updated : Feb 1, 2022, 12:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.