ଦିସପୁର: ଆସାମ ରାଇଫଲ୍ସ, ପୋଲିସ ଏବଂ ଡିଏନଏଲଏ ଉଗ୍ରବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି । ଆଜି(ରବିବାର) ସକାଳ ଆସାମ ନାଗାଲାଣ୍ଡ ବର୍ଡର ଧନସିରୀ ଅଞ୍ଚଳରେ ଏହି ଏନକାଉଣ୍ଟର ଘଟିଛି । ପୋଲିସ ଏନକାଣ୍ଟରରେ 6 ଜଣ DNLA ଉଗ୍ରବାଦୀ ପ୍ରାଣ ହରାଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।
ସୂଚନାଯୋଗ୍ୟ, କର୍ବିଆଙ୍ଗଲଙ୍ଗ ଜିଲ୍ଲାର ଅତିରିକ୍ତ ଏସପି ପ୍ରକାଶ ସୋନୋୱାଲ ଏହି ଏନକାଉଣ୍ଟରର ନେତୃତ୍ବ ନେଇଥିଲେ । ଏହି ଅପରେସନରେ ଆସାମ ରାଇଫଲ୍ସ ପୋଲିସ ଫୋର୍ସକୁ ସହଯୋଗ କରିଥିଲା । କାର୍ବିଆଙ୍ଗଲଙ୍ଗ ଜିଲ୍ଲା ପୋଲିସ ଏବଂ ଆସାମ ରାଇଫଲ୍ସର ଧାନସିରୀର ମିସିବାଲୁଙ୍ଗରେ DNLA କ୍ୟାଡରଙ୍କ ସହ ମୁହାଁମୁହିଁ ହୋଇଥିଲେ । ଫଳରେ ଏହି ଗୁଳି ବିନିମୟରେ 6 ଜଣ କ୍ୟାଡର ନିପାତ ହୋଇଛନ୍ତି । ଘଟଣାସ୍ଥଳରୁ 32ଟି ପିସ୍ତଲ ସମେତ 4ଟି AK-47 ଜବତ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ