ETV Bharat / bharat

ଘରୁ ମିଳିଲା ପରିବାରର 6 ସଦସ୍ୟଙ୍କ ମୃତଦେହ, କାରଣ ଅସ୍ପଷ୍ଟ

author img

By

Published : Nov 22, 2022, 8:33 AM IST

ସନ୍ଦେହଜନକ ଭାବେ ଗୋଟିଏ ପରିବାର 4 ଶିଶୁଙ୍କ ସମେତ 6 ମୃତଦେହ ଠାବ । ହତ୍ୟା କି ଆତ୍ମହତ୍ୟା, କାରଣ ଅସ୍ପଷ୍ଟ । ପୋଲିସ ଜାରି ରଖିଛି ତଦନ୍ତ । ଅଧିକ ପଢନ୍ତୁ

ଘରି ମିଳିଲା ପରିବାରର 6 ସଦସ୍ୟଙ୍କ ମୃତଦେହ, କାରଣ ଅସ୍ପଷ୍ଟ

ଜୟପୁର: ସନ୍ଦେହଜନକ ଅବସ୍ଥାରେ ଘରୁ ଠାବ ହେଲା ପରିବାର 6 ସଦସ୍ୟଙ୍କ ମୃତଦେହ । ରାଜସ୍ଥାନ ଉଦୟପୁର ଜିଲ୍ଲାର ଗୋଗୁଣ୍ଡା ପୋଲିସ ଷ୍ଟେସନ ଅଧୀନରେ ଏପରି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି । ମୃତକଙ୍କ ମଧ୍ୟରେ ଦମ୍ପତି ଓ ସେମାନଙ୍କର 4ଶିଶୁ ରହିଛନ୍ତି । ମୃତ୍ୟୁର କାରଣ ସମ୍ପର୍କରେ କିଛି ଜଣାପଡି ନଥିବା ବେଳେ ସ୍ଥାନୀୟ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

ଘଟଣା ସମ୍ପର୍କରେ ସ୍ଥାନୀୟ ବାସିନ୍ଦା କହିଛନ୍ତି, ସୋମବାର ଗ୍ରାମବାସୀ ଘର ଭିତରେ ମୃତଦେହ ଦେଖିବାକୁ ପାଇଥିଲେ । ପରେ ପରିବାରର ସମସ୍ତ 6 ସଦସ୍ୟଙ୍କ ମୃତଦେହ ସନ୍ଦେହଜନକ ଭାବେ ପଡିଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଥାନାକୁ ସୂଚନା ଦିଆଯାଇଥିଲା । ପୋଲିସ ପହଞ୍ଚି ସମସ୍ତ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହା ଏକ ଗଣ ଆତ୍ମହତ୍ୟା, କିମ୍ବା ହତ୍ୟା ମାମଲା ହୋଇଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଥିବାବେଳେ, କାରଣ ସମ୍ପର୍କରେ ପୋଲିସ କିଛି ପ୍ରକାଶ କରିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.