ETV Bharat / bharat

ବାହୁଡାଯାତ୍ରା ଅଘଟଣ: ତ୍ରିପୁରାରେ ବିତ୍ୟୁତ ତାରରେ ଲଗିଗଲା ରଥ, ଜଳିଗଲେ 6 ଭକ୍ତ - ରଥରେ ଲାଗିଲା କରେଣ୍ଟ

ତ୍ରିପୁରାରେ ରଥାଟଣା ବେଳେ ବଡ ଅଘଟଣ । ବିତ୍ୟୁତ ତାରରେ ରଥ ଲାଗିଯାଇ ଜଳିଗଲେ 6 ଭକ୍ତ । 15 ରୁ ଅଧିକ ଆହତ । ମୃତକଙ୍କ ମଧ୍ୟରେ 2 ଶିଶୁ । ଅଧିକ ପଢନ୍ତୁ

ରଥଯାତ୍ରା ଅଘଟଣ: ତ୍ରିପୁରାରେ ବିତ୍ୟୁତ ତାରରେ ଲଗିଗଲା ରଥରେ, 2 ଶିଶୁଙ୍କ ସମେତ 6 ମୃତ

author img

By

Published : Jun 28, 2023, 8:59 PM IST

ଅଗରତାଲା: ତ୍ରିପୁରାରେ ବାହୁଡା ଯାତ୍ରାରେ ବଡ ଅଘଟଣ । ଉନାକୋଟି ଜିଲ୍ଲାରେ ରଥ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯିବା କାରଣରୁ 6ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ 2 ଶିଶୁ ମଧ୍ୟ ରହିଛନ୍ତି । ପ୍ରାୟ ଅନ୍ୟ 15 ଭକ୍ତ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରଥ ଟଣା ବେଳେ ରଥର ଅଗ୍ର ଭାଗ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଉଇଥିଲା । ରଥର କିଛି ଅଂଶ ଜଳି ମଧ୍ୟ ଯାଇଛି ।

  • In a tragic incident, several devotees have lost their lives & some other people sustained injuries due to electrocution during Ulta Rath Yatra at Kumarghat today.

    My deepest condolences to the bereaved families who lost their near and dear ones in the tragedy.

    In this…

    — Prof.(Dr.) Manik Saha (@DrManikSaha2) June 28, 2023 " class="align-text-top noRightClick twitterSection" data=" ">

ସ୍ଥାନୀୟ ପୋଲିସର ସୂଚନା ଅନୁସାରେ, ବାହୁଡା ଯାତ୍ରା ଅବସରରେ (ସ୍ଥାନୀୟ ଭାଷାରେ ‘ଉଲଟ ରଥ’) ଯାତ୍ରାରେ ରଥ ଟଣାଯାଉଥିଲା । ପ୍ରଭୁ ଜଗନ୍ନାଥଙ୍କ ଏହି ରଥଟି ଲୁହାରେ ନିର୍ମିତ ହୋଇଥିଲା । ଏହାକୁ ସଜ୍ଜା ମଧ୍ୟ ଯାଇଥିଲା । କେତେକ ଶ୍ରଦ୍ଧାଳୁ ରଥ ଉପରେ ମଧ୍ୟ ଚଢିଥିଲେ । ହେଲେ ହଠାତ ରଥଟିର ଅଗ୍ରଭାଗଟି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଷରେ ଆସିଯାଇଥିଲା । ଫଳରେ ଲୁହା ନିର୍ମିତ ରଥଟି ଚାର୍ଜ ହୋଇଥିଲା । ଏଥିରେ ଥିବା ଭକ୍ତଙ୍କ ମଧ୍ୟରୁ 6 ଜଣ ଘଟଣାସ୍ଥଳରେ ଜଳିଯାଇଥିଲେ । ଅନ୍ୟ 15 ଶ୍ରଦ୍ଧାଳୁ ମଧ୍ୟ ଏଥିରେ ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆହତ ଶ୍ରଦ୍ଧାଳୁଙ୍କ ମଧ୍ୟରେ କିଛି ଗୁରୁତର ମଧ୍ୟ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-ବାହୁଡ଼ିଲେ ଶ୍ରୀଜିଉ, ସିଂହଦ୍ବାରରେ ଲାଗିଲା ତିନି ରଥ

ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହା ଅଘଟଣାରେ ଶୋକ ପ୍ରକାଶ କରିଛନ୍ତି । ସେ ମଧ୍ୟ ଘଟଣାସ୍ଥଳକୁ ଗସ୍ତ କରିବେ ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି । ସେହିପରି ସେ ମୃତାହତଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇବା ସହ ଆହତଙ୍କୁ ତ୍ବରିତ ଚିକିତ୍ସା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏପରି ସମୟରେ ରାଜ୍ୟ ସରକାର ମୃତାହତଙ୍କ ପରିବାର ସହ ରହିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶାହା କହିଛନ୍ତି । ଅନ୍ୟପଟେ ଦୁର୍ଘଟଣା ପରେ କାର୍ଯ୍ୟକ୍ରମ ବନ୍ଦ ରହିଛି । ପୋଲିସ ଓ ସ୍ଥାନୀୟ ଫାଏର ଟିମ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲେ । ମୃତକଙ୍କ ପରିଚୟ ସମ୍ପର୍କରେ ପୋଲିସ ଏଯାଏ କିଛି ସ୍ପଷ୍ଟ କରିନି । ପାର୍ବଣରେ ଏପରି ଅଘଟଣରେ 2ଶିଶୁଙ୍କ ସମେତ 6ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହେବା ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.