ଜୟପୁର: ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ସରଳତାର ପ୍ରତୀକ ବୋଲି କୁହାଯାଏ । ତେବେ ଶାସ୍ତ୍ରୀଙ୍କୁ ଏକ କାର୍ଯ୍ୟକ୍ରମରେ ସ୍ବାଗତ କରିବା ପାଇଁ ରାଜସ୍ଥାନର ଚିତ୍ତୋରଗଡରେ 56 କିଲୋଗ୍ରାମ 857 ଗ୍ରାମ ସୁନା ସହ ଓଜନ କରାଯିବା ପାଇଁ ରଖାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶାସ୍ତ୍ରୀଜୀ ଯୋଗ ଦେଇ ନପାରିବାରୁ ସ୍ଥାନୀୟ ଭାମାଶାହ ଗଣପାଟଲ ଅଞ୍ଜନା ସୁନାକୁ ପ୍ରଶାସନକୁ ଦାନ କରିଥିଲେ ବୋଲି କୁହାଯାଏ ।
ତେବେ ଶାସ୍ତ୍ରୀଜୀ ସେହି କାର୍ଯ୍ୟକ୍ରମରେ ଯୋଗ ଦେଇ ନପାରିବାରୁ ଏହି ସୁନା ଗ୍ରହଣ କାର୍ଯ୍ୟକ୍ରମ ହୋଇ ପାରିନଥିଲା । କିନ୍ତୁ ପ୍ରଶାସନ 56 କିଲୋଗ୍ରାମ 857 ଗ୍ରାମ ସୁନା ନିଜ ପାଖରେ ରଖିଥିଲା । ପରେ ସୁନା ପ୍ରଦାନ କରିଥିବା ଅଞ୍ଜନା ସୁନା ଫେରସ୍ତ ପାଇଁ ଅନେକ ପ୍ରଚେଷ୍ଟା କରିଥିଲେ ସୁଦ୍ଧା ସୁନା ଫେରାଇବାକୁ ପ୍ରଶାସନ କିନ୍ତୁ ଆଗ୍ରହ ଦେଖାଇନଥିଲା । ଏହା 1965 ମସିହାରେ ଘଟିଥିବା କୁହାଯାଏ ।
ପରେ ଏହି ଘଟଣା କୋର୍ଟରେ ପହଞ୍ଚିବା ପରେ ଉଦୟପୁରର ସିଜିଏମ୍ କୋର୍ଟ ଏହାର ଶୁଣାଣି କରି ରାୟ ଶୁଣାଇଥିଲେ । ଶାସ୍ତ୍ରୀଙ୍କୁ ଭେଟି ଦିଆଯିବା ଉଦ୍ଦେଶ୍ୟରେ ଦାନ କରାଯାଇଥିବା 56 କିଲୋଗ୍ରାମ 857 ଗ୍ରାମ ସୁନାକୁ ସେଣ୍ଟ୍ରାଲ ଜିଏସଟିରେ ଜମା ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ବର୍ତ୍ତମାନ ସୁନାର ମୂଲ୍ୟ ଲକ୍ଷ ଲକ୍ଷ ନୁହେଁ ବରଂ କୋଟି ଟଙ୍କା ହେବ ବୋଲି ଜଣାପଡିଛି । ବର୍ତ୍ତମାନର ବଜାର ମୂଲ୍ୟରେ ଏହି ପରିମାଣର ସୁନା ରାଶି ପ୍ରାୟ 27 କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ