ETV Bharat / bharat

Omicron Scare: ରାଜସ୍ଥାନରୁ ଗୋଟିଏ ଦିନରେ ୫୨ ଓମିକ୍ରନ ଚିହ୍ନଟ

ରାଜସ୍ଥାନରୁ ଗୋଟିଏ ଦିନରେ ୫୨ ନୂଆ ଆକ୍ରାନ୍ତ ଚିହ୍ନଟ(52 omicron Positive Detected From Rajasthan) । ଅଧିକ ପଢନ୍ତୁ

author img

By

Published : Jan 1, 2022, 8:24 PM IST

Omicron Scare: ରାଜସ୍ଥାନରୁ ଗୋଟିଏ ଦିନରେ ୫୨ ଓମିକ୍ରନ ଚିହ୍ନଟ
Omicron Scare: ରାଜସ୍ଥାନରୁ ଗୋଟିଏ ଦିନରେ ୫୨ ଓମିକ୍ରନ ଚିହ୍ନଟ

ଜୟପୁର: ହୁ ହୁ ହୋଇ ମାଡି ଚାଲିଛି ଓମିକ୍ରନ ସଂକ୍ରମଣ । ରାଜସ୍ଥାନରୁ ଗୋଟିଏ ଦିନରେ ୫୨ ନୂଆ ଆକ୍ରାନ୍ତ ଚିହ୍ନଟ(52 omicron Positive Detected From Rajasthan) । ଟିକା ନେଇନଥିବା ଲୋକଙ୍କୁ ତୁରନ୍ତ ଟିକା ନେବାକୁ ଅନୁରୋଧ କଲେ ରାଜ୍ୟ ସରକାର ।

ରାଜସ୍ଥାନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜୟପୁରରୁ 38 ନୂଆ ମାମଲା ଆସି ଥିବାବେଳେ ପ୍ରତାପଗଡ, ସିରୋହି ଏବଂ ବିକାନେରରୁ 3 ଲେଖାଏଁ, ଯୋଧପୁରରେ 2, ଅଜମେର, ସିକର ଏବଂ ଭିଲୱାରାରେ ଗୋଟିଏ ଲେଖାଏଁ ଓମିକ୍ରନ ମାମଲା ସାମ୍ନାକୁ ଆସିଛି । ସେଥିମଧ୍ୟରୁ 9 ଜଣ ବିଦେଶ ଫେରନ୍ତା ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ପୁଣି ରାଜସ୍ଥାନରେ ମୁଣ୍ଡ ନେଲା ଓମିକ୍ରନ !

ଏଥି ସହିତ 4 ଜଣ ବିଦେଶୀ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଛନ୍ତି । 12 ଜଣ ବ୍ୟକ୍ତି ଅନ୍ୟ ରାଜ୍ୟରୁ ଯାତ୍ରା କରିଛନ୍ତି । ପୂର୍ବରୁ ଓମିକ୍ରନ୍ ସଂକ୍ରମିତ ହୋଇଥିବା ଜଣେ ରୋଗୀଙ୍କ ସଂସ୍ପର୍ଶରେ ଆସିବା ପରେ ଦୁଇଜଣ ରୋଗୀ ସଂକ୍ରମିତ ହୋଇଥିଲେ । ଏଭଳି ପରିସ୍ଥିତିରେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଓମିକ୍ରନର ସଂଖ୍ୟା 121ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.