ETV Bharat / bharat

ମେଳାରେ ବିଷାକ୍ତ ଚାଟ୍ ଖାଇ ୫୦ ଜଣ ଅସୁସ୍ଥ - ବିଷାକ୍ତ ଚାଟ୍

ଉତ୍ତରପ୍ରଦେଶ ଉନାଓରେ ଅଭାବନୀୟ ଘଟଣା । ମେଳା ଚାଟ୍ ଖାଇ ୫୦ ଜଣ ଅସୁସ୍ଥ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ବିଷାକ୍ତ ଚାଟ୍ ଖାଇ ୫୦ ଜଣ ଅସୁସ୍ଥ
ବିଷାକ୍ତ ଚାଟ୍ ଖାଇ ୫୦ ଜଣ ଅସୁସ୍ଥ
author img

By

Published : Oct 10, 2021, 12:16 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଉନାଓରେ ଅଭାବନୀୟ ଘଟଣା । ମେଳା ଦେଖିବାକୁ ଯାଇଥିବା ବେଳେ ଚାଟ୍ ଖାଇ ୫୦ ଜଣ ଅସୁସ୍ଥ ହୋଇଥିବା ଜଣାପଡିଛି । ଏହି ସବୁ ଅସୁସ୍ଥ ବ୍ୟକ୍ତି ରଘୁନାଥପୁରର ହୋଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନାଅନୁଯାୟୀ ଶୁକ୍ରବାର ଦିନ ଗ୍ରାମର କାଳି ମନ୍ଦିର ନିକଟରେ ଏକ ମେଳାର ଆୟୋଜନା କରାଯାଇଥିଲା । ଏହି ମେଳାକୁ ଗାଁ ଲୋକେ ଯାଇଥିବା ବେଳେ ସେଠାରେ ଥିବା ଚାଟ ଦୋକାନରୁ ଚାଟ ଖାଇଥିଲେ । ତେବେ ମେଳାରୁ ଫେରିବା ପରେ ଗାଁର ଅଧିକାଂଶ ବ୍ୟକ୍ତି ଅସୁସ୍ଥ ହୋଇପଡିଥିଲେ । ଏନେଇ ଖବର ପାଇ ଗ୍ରାମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପହଞ୍ଚି ୩୨ଜଣ ଅସୁସ୍ଥ ବ୍ୟକ୍ତିଙ୍କ ଚିକିତ୍ସା ଆରମ୍ଭ କରିଥିଲେ । ଏଥି ସହ ୧୯ଜଣ ଅସୁସ୍ଥ ଅବସ୍ଥାରେ ପୁରୱାସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ତେବେ ବର୍ତ୍ତମାନ ସମସ୍ତ ଅସୁସ୍ଥ ଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.