ETV Bharat / bharat

ଦିଲ୍ଲୀ ଗଙ୍ଗାରାମ ହସ୍ପିଟାଲରେ ପହଞ୍ଚିଲା 5 ଟନ ଅକ୍ସିଜେନ, ଅଭାବରୁ ଯାଇଥିଲା 25 ପ୍ରାଣ

author img

By

Published : Apr 25, 2021, 9:13 AM IST

ଦିଲ୍ଲୀର ସାର ଗଙ୍ଗାରାମ ହସପିଟାଲରେ ଅମ୍ଲଜାନ ଶେଷ ହୋଇଯିବାରୁ କୋରୋନା ଆକ୍ରାନ୍ତ ପ୍ରଭାବିତ ହୋଇଥିଲେ । ହସପିଟାଲରେ ଅକ୍ସିଜେନ ଶେଷ ହେବାପରେ ଗତ ତିନି ଦିନ ହେଲା ସଂକଟ ଦେଖାଦେଇଥିଲା । ଏହାରି ମଧ୍ୟରେ ଆଜି(ରବିବାର) ସକାଳୁ ହସପିଟାଲରେ ପହଞ୍ଚିଛି 5 ଟନ ଅକ୍ସିଜେନ । ଅଧିକ ପଢନ୍ତୁ...

5 ton oxigen receive sir gangaram hospital delhi
ଦିଲ୍ଲୀ ଗଙ୍ଗାରାମ ହସପିଟାଲରେ ପହଞ୍ଚିଲା 5 ଟନ ଅକ୍ସିଜେନ, ଅମ୍ଲଜାନ ଅଭାବରୁ ଯାଇଥିଲା 25 ପ୍ରାଣ

ନୂଆଦିଲ୍ଲୀ: ଦିଲ୍ଲୀର ସାର ଗଙ୍ଗାରାମ ହସପିଟାଲରେ ଅମ୍ଲଜାନ ଶେଷ ହୋଇଯିବାରୁ କୋରୋନା ଆକ୍ରାନ୍ତ ପ୍ରଭାବିତ ହୋଇଥିଲେ । ହସପିଟାଲରେ ଅକ୍ସିଜେନ ଶେଷ ହେବାପରେ ଗତ ତିନି ଦିନ ହେଲା ସଂକଟ ଦେଖାଦେଇଥିଲା । ଏହାରି ମଧ୍ୟରେ ରବିବାର ସକାଳୁ ହସପିଟାଲରେ ପହଞ୍ଚିଛି 5 ଟନ ଅକ୍ସିଜେନ । ଏନେଇ ହସପିଟାଲର ମୁଖପାତ୍ର ସୂଚନା ଦେଇଛନ୍ତି ।

ମହାମାରୀ କୋରୋନର ଦ୍ବିତୀୟ ପର୍ଯ୍ୟାୟରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଦିଲ୍ଲୀ । ଦିଲ୍ଲୀରେ ପ୍ରତ୍ୟକ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏ ଭଳି ସ୍ଥିତିରେ ଦିଲ୍ଲୀର ବିଭିନ୍ନ ହସପିଟାଲରେ ମଧ୍ୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରବଳ ମାତ୍ରାରେ ବୃଦ୍ଧି ପାଉଛି । ଏଥିରେ ବେଶ ପ୍ରଭାବିତ ହୋଇ ଦିଲ୍ଲୀରେ ଦେଖାଦେଇଛି ଅମ୍ଳଜାନ ସଂକଟ । ଅମ୍ଲଜାନ ସଂକଟ ଯୋଗୁଁ ଗଙ୍ଗାରାମ ହସପିଟାଲରେ 25ଜଣ କୋରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।କୋରୋନା ମୁକାବିଲାର ସବୁଠୁ ଅଧିକ ଆବଶ୍ୟକତା ପଡୁଥିବା ଅକ୍ସିଜେନ ଚାହିଦା ବୃଦ୍ଧି ପାଇଛି । ସାରା ଦେଶରେ ବିଭିନ୍ନ ସ୍ଥାନରୁ ଅକ୍ସିଜେନକୁ ନେଇ ସରକାର ଜରୁରୀକାଳୀନ ଭାବରେ ପରିବହନ କରୁଛନ୍ତି ।

ଦେଶରେ ଅମ୍ଲଜାନ ଆବଶ୍ୟକତାକୁ ନେଇ ପିଏମ ମୋଦି ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ ହୋଇଥିଲା । ଏହି ବୈଠକ ପରେ ଦେଶରେ ବିଭିନ୍ନ ଶିଳ୍ପସଂସ୍ଥାରେ ଗଚ୍ଛିତ ରହିଥିବା ଅକ୍ସିଜେନକୁ ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ ସ୍ଥାନରେ ପଠାଯାଉଛି । ଅକ୍ସିଜେନ ଅଭାବ ଦେଶର ରାଜଧାନୀ ଦିଲ୍ଲୀରେ ବହୁ ସଂଖ୍ୟାରେ ଲୋକଙ୍କ ପ୍ରାଣ ନେଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.