ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଅସମ୍ଭାଳ ହେଉଛି କୋରୋନା ସଂକ୍ରମଣ । ଭୟଙ୍କର ସ୍ଥିତିରେ ମହାମାରୀ । ରବିବାର ସକାଳ ୮ଟା ସୁଦ୍ଧା ଦେଶରେ ଗତ 24 ଘଣ୍ଟା ମଧ୍ୟରେ 1 ଲକ୍ଷ 52 ହଜାର 879 ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 839 ଜଣଙ୍କ ମୃତ୍ୟୁ ହୋଇଛି । 90 ହଜାର 584 ଜଣ ସୁସ୍ଥ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେଥିମଧ୍ୟରୁ 72.23 ପ୍ରତିଶତ ମାମଲା ମହାରାଷ୍ଟ୍ର, ଛତିଶଗଡ, କର୍ଣ୍ଣାଟକ, ଉତ୍ତରପ୍ରଦେଶ ଏବଂ କେରଳ- ଏହି ୫ ରାଜ୍ୟର ବୋଲି ସରକାରଙ୍କ ପକ୍ଷରୁ ସୂଚନା ମିଳିଛି । ସାଢେ ଛଅ ମାସ ପରେ ଦେଶରେ ସଂକ୍ରମିତ ସଂଖ୍ୟା ପୁଣି ଥରେ 1 ମିଲିୟନ୍ ଅତିକ୍ରମ କରିଛି । ଏହା ସହ ମହାରାଷ୍ଟ୍ରରେ ସର୍ବାଧିକ ୫୧.୨୩ ପ୍ରତିଶତ ସକ୍ରିୟ ମାମଲା ରହିଛି ।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର କହିଛି ଯେ, ଦେଶରେ ସଂକ୍ରମିତ 10,46,631 ରୋଗୀଙ୍କ ମଧ୍ୟରୁ 45.65 ପ୍ରତିଶତ ପୁଣେ, ମୁମ୍ବାଇ, ଥାନେ, ନାଗପୁର, ବାଙ୍ଗାଲୋର ସହରୀ, ନାଶିକ, ଦିଲ୍ଲୀ, ରାୟପୁର, ଦୁର୍ଗ ଏବଂ ଔରଙ୍ଗାବାଦ ଏବଂ ଏହା ସମ୍ପୂର୍ଣ୍ଣ ମାମଲାର 7.93 ପ୍ରତିଶତ ଅଟେ । ସେ କହିଛନ୍ତି ଯେ ଦଶଟି ରାଜ୍ୟରେ - ମହାରାଷ୍ଟ୍ର, ଛତିଶଗଡ, ଉତ୍ତରପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, ତାମିଲନାଡୁ, କେରଳ, ମଧ୍ୟପ୍ରଦେଶ, ଗୁଜୁରାଟ ଏବଂ ରାଜସ୍ଥାନରେ କୋଭିଡ ଜନିତ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ତେବେ ମୋଟ ସଂକ୍ରମଣର ୮୨.୮୨ ପ୍ରତିଶତ କେବଳ ୧୦ ରାଜ୍ୟରୁ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି । ସେହିଭଳି କେବଳ ୧୦ ରାଜ୍ୟରେ ୮୭ ପ୍ରତିଶତ କରୋନା ମୃତ୍ୟୁ ଘଟିଛି ।
ଏଭଳି ସ୍ଥିତି ଦେଖି ନିର୍ବାଚନ ଆୟୋଗ ନିର୍ବାଚନ ହେଉଥିବା ରାଜ୍ୟ ପାଇଁ କଠୋର ମନୋଭବ ପୋଷଣ କରିଛନ୍ତି । ପ୍ରଚାରବେଳେ କରୋନା କଟକଣା ପାଳନ କରା ନ ଗଲେ, ମାସ୍କ ନ ପିନ୍ଧିଲେ କିମ୍ବା ସାମାଜିକ ଦୂରତା ରକ୍ଷା ନ କଲେ ସମ୍ପୃକ୍ତ ପ୍ରାର୍ଥୀ ଓ ଦଳ ଉପରେ ପ୍ରତିବନ୍ଧକ ଲାଗିବ ବୋଲି ଆୟୋଗ ରାଜନୈତିକ ଦଳଙ୍କୁ ଚେତାବନୀ ଦେଇଛନ୍ତି । ବିଶେଷକରି ନିର୍ବାଚନ ପ୍ରଚାର ଶୋଭାଯାତ୍ରା ସମୟରେ ଦଳୀୟ କର୍ମୀ ଓ ନେତା କଟକଣା ମାନୁ ନ ଥିବା ଆୟୋଗଙ୍କ ନଜରକୁ ଆସିବା ପରେ ଏଭଳି ଚେତାବନୀ ଦିଆଯାଇଛି ।