ETV Bharat / bharat

ଜମ୍ମୁକାଶ୍ମୀରରେ ବଡ଼ଧରଣର ଆତଙ୍କୀ ହମଲା, ୫ ଯବାନ ଶହୀଦ

author img

By

Published : Oct 11, 2021, 1:18 PM IST

ଶ୍ରୀନଗରର ପୁଞ୍ଚ ଜିଲ୍ଲାରେ ବଡ଼ଧରଣର ଆତଙ୍କୀ ହମଲା ହୋଇଛି । ଏଥିରେ ୫ ଜଣ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ପୁଞ୍ଚ ଜିଲ୍ଲାରେ ବଡ଼ ଧରଣର ଆତଙ୍କୀ ହମଲା, ୫ ଯବାନ ଶହୀଦ

ଶ୍ରୀନଗର: ଜମ୍ମୁକାଶ୍ମୀରର ପୁଞ୍ଚ ଜିଲ୍ଲାରେ ସୋମବାର ହୋଇଛି ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଘମାଘୋଟ ଗୁଳିବର୍ଷଣ ପରେ ଭାରତୀୟ ସେନାର ଜଣେ ଜୁନିଅର କମିଶନ ଅଫିସର ଓ ୪ ଜଣ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି । ଏହି ଗୁଳିବିନିମୟ ବେଳେ ଯବାନଙ୍କୁ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି ।

ପୁଞ୍ଚ ଜିଲ୍ଲାର ସୁରାନକୋଟ ନିକଟସ୍ଥ ଦାରା କି ଗଲି ଅଞ୍ଚଳରେ ହୋଇଥିଲା ଏହି ଗୁଳି ବିନିମୟ । ଯବାନଙ୍କ ପକ୍ଷରୁ ପ୍ରଥମେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏହାପରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ୫ ଜଣ ଯବାନଙ୍କ ଶରୀରରେ ଗୁଳି ବାଜିବା କାରଣରୁ ଏମାନେ ଗୁରୁତର ଆହତ ହୋଇଥିଲା । ଏହାପରେ ସେମାନେ ଶହୀଦ ହୋଇଯାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟର PRO ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ: ତିନି ଆତଙ୍କୀଙ୍କୁ ବାନ୍ଧିଲା NIA

ବର୍ତ୍ତମାନ ମଧ୍ୟ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି । ଏହି ଅଞ୍ଚଳରେ ପ୍ରାୟ ୪ରୁ ୫ ଆତଙ୍କବାଦୀ ରହିଥିବା ଜଣାପଡ଼ିଛି । ସ୍ଥାନୀୟ ଅଞ୍ଚଳରେ ଅନେକ ବରିଷ୍ଠ ପୋଲିସ ଅଧିକାରୀ ଓ ଟିମ ମହଜୁଦ ଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.