ETV Bharat / bharat

ଦୁର୍ଘଟଣାରେ ପ୍ରାଣ ହରାଇଲେ ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ୫ ସମ୍ପର୍କୀୟ

author img

By

Published : Nov 16, 2021, 6:12 PM IST

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ୫ ସମ୍ପର୍କୀୟ । ଜଣେ ସମ୍ପର୍କୀୟଙ୍କ ଶେଷକୃତ୍ୟ ସାରି ଫେରୁଥିବାବେଳେ ଟ୍ରକ ସହ ଧକ୍କା ହେଲା ଟାଟା ସୁମୋ । ଅଧିକ ପଢନ୍ତୁ

ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ୫ ସମ୍ପର୍କୀୟ

ପାଟନା: ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ସ୍ବର୍ଗତ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ୫ ଜଣ ଦୂର ସମ୍ପର୍କୀୟଙ୍କ ସମେତ ୬ ଜଣ । ଆଜି (ମଙ୍ଗଳବାର) ସକାଳେ ବିହାରର ଲାଖାଇସରାଇ ଜିଲ୍ଲାରେ ଏମାନେ ଏକ ଟାଟାସୁମୋ ଗାଡିରେ ଯାଉଥିବାବେଳେ ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଡ୍ରାଇଭର ସମେତ ୬ ଜଣ ପ୍ରାଣ ହରାଇବା ସହ ଅନ୍ୟ ୪ ମଧ୍ୟ ଗୁରୁତର ହୋଇଥିବା ସୂଚନା ଦେଇଛି ପୋଲିସ ।

ତେବେ ସ୍ଥାନୀୟ ପୋଲିସର ସୂଚନା ଅନୁସାରେ, ଏମାନେ ଜଣେ ସମ୍ପର୍କୀୟଙ୍କ ଶେଷକୃତ୍ୟରେ ଯୋଗ ଦେବା ପାଇଁ ପାଟନା ଯାଇ ଜମୁଇ ଫେରୁଥିବାବେଳେ ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ଡ୍ରାଇଭର ଓ ଦୁଇ ମହିଳାଙ୍କ ସମେତ ମୋଟ ୫ ଜଣ ରହିଛନ୍ତି । ଅନ୍ୟ ଦୁଇ ଗୁରୁତରଙ୍କୁ ଉଦ୍ଧାର କରାଯାଇ ପାଟନା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ପହଞ୍ଚି ଜେସିବି ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ ଗାଡି ଭିତରୁ ମୃତଦେହ ଗୁଡିକୁ ଉଦ୍ଧାର କରିଥିଲା । ପ୍ରାଣ ହରାଇଥିବା ୬ ଜଣଙ୍କ ମଧ୍ୟରୁ ୫ ଜଣ ସୁଶାନ୍ତଙ୍କ ନିକଟ ସମ୍ପର୍କୀୟ ବୋଲି ପୋଲିସ କହିଛି । ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.