ETV Bharat / bharat

ପଟିଆଲା ହାଉସ କୋର୍ଟରେ ହାଜର ହେଲା ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ, 5 ଦିନିଆ ରିମାଣ୍ଡରେ ନେଲା ଦିଲ୍ଲୀ ପୋଲିସ - ଲରେନ୍ସ ବିଷ୍ଣୋଇକୁ ରିମାଣ୍ଡରେ ନେଲା ଦିଲ୍ଲୀ ପୋଲିସ

କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇକୁ ପଟିଆଲା ହାଉସ କୋର୍ଟରେ ହାଜର କଲା ଦିଲ୍ଲୀ ପୋଲିସ । ଆର୍ମ ଆକ୍ଟରେ 5 ଦିନିଆ ରିମାଣ୍ଡରେ ନେଲା ପୋଲିସ । ଅଧିକ ପଢନ୍ତୁ

ପଟିଆଲା ହାଉସ କୋର୍ଟରେ ହାଜର ହେଲା ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ, 5 ଦିନିଆ ରିମାଣ୍ଡରେ ନେଲା ଦିଲ୍ଲୀ ପୋଲିସ

author img

By

Published : Jun 5, 2022, 6:22 PM IST

ନୂଆଦିଲ୍ଲୀ: ତିହାର ଜେଲରେ ବନ୍ଦ ଥିବା ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଆଜି (ରବିବାର) ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ହାଜର ହୋଇଛି । ଆଜି ଶୁଣାଣି ସମୟରେ ସେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡରେ ସାମିଲ ନଥିବା କହିଛି । ଅନ୍ୟପଟେ ଲରେନ୍ସକୁ ଆର୍ମ ଆକ୍ଟ ମାମଲାରେ 5 ଦିନିଆ ରିମାଣ୍ଡରେ ନେଇଛି ଦିଲ୍ଲୀ ପୋଲିସ । ଏହି ରିମାଣ୍ଡ ଆବେଦନର ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡରେ ପଚରାଉଚୁରା କରିବା ପାଇଁ ଚାହୁଁଥିବା ପୋଲିସ ରିମାଣ୍ଡ ଆବେଦନରେ ଦର୍ଶାଇ ନଥିବା ଜଣାପଡିଛି । ଏହି ରିମାଣ୍ଡ ଅବଧିରେ କେବଳ ବେଆଇନ ଅସ୍ତ୍ରଶସ୍ତ୍ର ମାମଲାରେ ଲରେନ୍ସକୁ ଜେରା କରିବ ଦିଲ୍ଲୀ ପୋଲିସ ।

  • Delhi | Gangster Lawrence Bishnoi arrives at Patiala court.

    He has denied involvement in Punjabi singer Sidhu Moose Wala's murder pic.twitter.com/cG6Lo3wqOG

    — ANI (@ANI) June 5, 2022 " class="align-text-top noRightClick twitterSection" data=" ">

ଆଜି କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଲରେନ୍ସକୁ କୋର୍ଟରେ ହାଜର କରିଥିଲା ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ । ପୂର୍ବରୁ ଲରେନ୍ସ ନାମରେ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ଜାରି ରହିଥିବା ତଦନ୍ତରେ ପୋଲିସ ପଚରା ଉଚରା କରିବା ପାଇଁ ତାକୁ 5 ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଥିଲା । କୋର୍ଟ ଏହି ଆବେଦନକୁ ମଞ୍ଜୁର କରିଛନ୍ତି ।

ଅନ୍ୟ ପଟେ ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡରେ ଲରେନ୍ସ ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି ପୋଲିସ ସନ୍ଦେହ କରୁଛି । ଜେଲରେ ରହି ମଧ୍ୟ ସୁଟର ଲଗାଇ ଲରେନ୍ସ ହିଁ ଏହି ହତ୍ୟାକାଣ୍ଡ ଭିଆଇଥିବା ଅନୁମାନ କରୁଥିବାବେଳେ ଲରେନ୍ସ କିନ୍ତୁ ଏହି ଅଭିଯୋଗକୁ ଖଣ୍ଡନ କରିଛି । ଏହା ଏକ ପ୍ରତିଶୋଧମୂଳକ ହତ୍ୟାକାଣ୍ଡ ଓ ସେ ନିଜେ ଏଥିରେ ସାମିଲ ନଥିବା କହିଛି ଗ୍ୟାଙ୍ଗଷ୍ଟାର ଲରେନ୍ସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.