ETV Bharat / bharat

Delhi: 2008 ସାମ୍ବାଦିକା ସୌମ୍ୟା ବିଶ୍ବନାଥନ ହତ୍ୟା ମାମଲାରେ 5 ଦୋଷୀ ସାବ୍ୟସ୍ତ - ସାମ୍ବାଦିକା ସୌମ୍ୟା ବିଶ୍ବନାଥନ ହତ୍ୟା ମାମଲା

2008 ସାମ୍ବାଦିକା ସୌମ୍ୟା ବିଶ୍ବନାଥନ ହତ୍ୟା ମାମଲାରେ 5 ଦୋଷୀ ସାବ୍ୟସ୍ତ । 15 ବର୍ଷ ଶୁଣାଣି ପରେ ସମସ୍ତ 5 ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କଲେ ସାକେତ କୋର୍ଟ । 26ରେ ଦଣ୍ଡବିଧାନ । ଅଧିକ ପଢନ୍ତୁ

Delhi: ସାମ୍ବାଦିକା ସୌମ୍ୟା ବିଶ୍ବନାଥନ ହତ୍ୟା ମାମଲାରେ 5 ଦୋଷୀ ସାବ୍ୟସ୍ତ

author img

By ETV Bharat Odisha Team

Published : Oct 18, 2023, 4:36 PM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ 2008 ସାମ୍ବାଦିକା ସୌମ୍ୟା ବିଶ୍ବନାଥନ ହତ୍ୟା ମାମଲାରେ ଆଜି 5 ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ପ୍ରାୟ 15 ବର୍ଷର ନ୍ୟାୟିକ ପ୍ରକ୍ରିୟା ପରେ ଦିଲ୍ଲୀ ସାକେତ କୋର୍ଟ ଆଜି (ବୁଧବାର) ଏହି ଲୁଟ ଓ ହତ୍ୟା ମାମଲାରେ ସମସ୍ତ 5 ଅଭିଯୁକ୍ତଙ୍କୁ ମହାରାଷ୍ଟ୍ର ସଂଗଠିତ ଅପରାଧ ନିୟନ୍ତ୍ରଣ ଅଧିନିୟମ (MCOCA) ଅନୁସାରେ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ପରବର୍ତ୍ତୀ ଶୁଣାଣିରେ ଦଣ୍ଡବିଧାନ ହେବ । ଦୋଷୀମାନେ ହେଉଛନ୍ତି, ରବି କାପୁର, ଅମିତ ଶୁକ୍ଲା, ବଲଜିତ ମଲିକ, ଅଜୟ କୁମାର ଓ ଅଜୟ ସେଠୀ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଚଳିତ ମାସ (ଅକ୍ଟୋବର) 26ରେ ହେବ ଓ ଏହି ଦୋଷୀମାନଙ୍କୁ ଦଣ୍ଡବିଧାନ ହୋଇପାରେ । କୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ମୃତ ସୌମ୍ୟାଙ୍କ ବାପା ଖୁସିବ୍ୟକ୍ତ କରିବା ସହ ନ୍ୟାୟ ମିଳିଛି ବୋଲି ମଧ୍ୟ କହିଛନ୍ତି ।

2008 ମସିହା ସେପ୍ଟେମ୍ବର 30 ତାରିଖରେ ରାଜଧାନୀ ଦିଲ୍ଲୀରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଏକ ଟିଭି ଚ୍ୟାନେଲରେ ସାମ୍ବାଦିକା ଭାବେ କାର୍ଯ୍ୟ କରୁଥିବା ସୌମ୍ୟା ନିଜ କାରରେ ଅଫିସରୁ ଘରକୁ ଫେରୁଥିଲା ବେଳେ ତାଙ୍କ ଉପରେ ଏହି ଅପରାଧୀଙ୍କ ଗୋଷ୍ଠୀ ଆକ୍ରମଣ କରିଥିଲେ । ତାଙ୍କଠାରୁ ଲୁଟ କରିବା ସହ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । କାରରୁ ସୌମ୍ୟାଙ୍କ ମୃତଦେହ ଜବତ ହୋଇଥିଲା । ପ୍ରାଥମିକ ସ୍ଥିତିରେ ଏହା ଏକ ଦୁର୍ଘଟଣା ପରି ମନେ ହୋଇଥିଲା । ପରେ ସୌମ୍ୟାଙ୍କ ମୁଣ୍ଡରେ ଗୁଳି ବାଜିଥିବା ଜଣାପଡିଥିଲା । ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ମାମଲାରେ ପର୍ଯ୍ୟାୟକ୍ରମେ 5 ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:- Bengaluru: ପବରେ ଭୟାବହ ଅଗ୍ନିକାଣ୍ଡ, ଜୀବନ ବଞ୍ଚାଇବାକୁ ଛାତରୁ ଡେଇଁଲେ ଯୁବକ

ପୋଲିସ ସୂଚନା ଅନୁସାରେ, ଅପରାଧୀମାନେ ଏକ କାରରେ ସୌମ୍ୟାଙ୍କ କାରକୁ ଫଲୋ କରିଥିଲେ । ସୌମ୍ୟା ସେମାନଙ୍କ କବଳରୁ ରକ୍ଷା ପାଇବା ପାଇଁ କାରର ବେଗ ବଢାଇଥିଲେ । ଅପରାଧୀମାନେ ତାଙ୍କ କାରକୁ ରୋକିବା ସହ ତାଙ୍କୁ ଗୁଳି ଚଳାଇଥିଲେ । ବର୍ଷକ ମଧ୍ୟରେ ପର୍ଯ୍ୟାୟକ୍ରମେ 5 ଅଭିଯୁକ୍ତଙ୍କୁ ଗିରଫ କରିବା ସହ 2010ରେ ମାମଲାରେ ଚାର୍ଜସିଟ ଦାଖଲ କରିଥିଲା ପୋଲିସ । ଦୀର୍ଘ 15 ବର୍ଷର ଶୁଣାଣି ପ୍ରକ୍ରିୟା ପରେ ଆଜି ଦିଲ୍ଲୀ ସାକେତ କୋର୍ଟ ସମସ୍ତ 5 ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆସନ୍ତା 26 ତାରିଖରେ ଦଣ୍ଡବିଧାନ ହେବା ନେଇ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.