ETV Bharat / bharat

ଟିଏମସି କର୍ମୀଙ୍କୁ ଆକ୍ରମଣ ଅଭିଯୋଗରେ 5 ବିଜେପି କର୍ମୀ ଗିରଫ

ଟିଏମସି କର୍ମୀଙ୍କୁ ଆକ୍ରମଣ କରିବା ସହିତ ସେମାନଙ୍କ ଘରୁ ଲୁଟ ଯୋଗୁଁ 5 ବିଜେପି କର୍ମୀଙ୍କୁ ପୋଲିସ ଗିରଫ କରିଛି । ଅଧିକ ପଢନ୍ତୁ...

author img

By

Published : Apr 5, 2021, 10:24 AM IST

ଟିଏମସି କର୍ମୀଙ୍କୁ ଆକ୍ରମଣ ଅଭିଯୋଗରେ 5 ବିଜେପି କର୍ମୀ ଗିରଫ
ଟିଏମସି କର୍ମୀଙ୍କୁ ଆକ୍ରମଣ ଅଭିଯୋଗରେ 5 ବିଜେପି କର୍ମୀ ଗିରଫ

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ଆସନ ପାଇଁ ନିର୍ବାଚନ ଚାଲୁଥିବା ବେଳେ ବିଭିନ୍ନ ରାଜନୈତିକ ମଧ୍ୟରେ ହିଂସା ଦେଖିବାକୁ ମିଳୁଛି । ରାଜ୍ୟର ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ବିଜେପି କର୍ମୀମାନେ ଟିଏମସି ସମର୍ଥକଙ୍କୁ ଆକ୍ରମଣ କରିବାରୁ ପୋଲିସ 5 ଜଣ ବିଜେପି କର୍ମୀଙ୍କୁ ଗିରଫ କରିଛି ।

ଶନିବାର ମେମାରୀ ପୋଲିସ ଷ୍ଟେସନ ଅଞ୍ଚଳ ନିକଟସ୍ଥ ନୌହାଟି ଗ୍ରାମରେ ବିଜେପି ପ୍ରାର୍ଥୀ ଭିଶାମଦେବ ଭଟ୍ଟାଚାର୍ଯ୍ୟ ନିର୍ବାଚନୀ ପ୍ରଚାର ସମୟରେ ଏହି ଘଟଣା ଘଟିଥିଲା । ତେବେ କୌଣସି କଥାକୁ ନେଇ ଟିଏମସି ଓ ବିଜେପି କର୍ମୀଙ୍କ ବିରୋଧରେ ବଚସା ଘଟିଥିଲା । ପରେ ଉକ୍ତ ଅଞ୍ଚଳରେ ଥିବା ଟିଏମସି କାର୍ଯ୍ୟାଳୟକୁ ଅଭିଯୁକ୍ତମାନେ ଭାଙ୍ଗିଥିବା ବେଳେ କିଛି ଘରୁ ସୁନା ଅଳଙ୍କାର, 2 ଲକ୍ଷ ଟଙ୍କା, 2ଟି କାର ଓ 4ଟି ବାଇକ ଲୁଟ ହୋଇଥିବା ପୋଲିସ ସୂଚନା ଦେଇଛି ।

ଟିଏମସି କାର୍ଯ୍ୟାଳୟ ସମେତ ଅନେକ ଘରକୁ ଭଙ୍ଗାରୁଜା କରିବା ଓ ଲୁଟ ଯୋଗୁଁ ପୋଲିସ 5 ଜଣ ବିଜେପି କର୍ମୀଙ୍କୁ ଗିରଫ କରିଥିବା କହିଛି । ଉଭୟ ଦଳ ମଧ୍ୟରେ ବଚସା ପରେ ଏହି ଘଟଣା ଘଟିଥିବା ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.