ETV Bharat / bharat

ସ୍ବର୍ଣ୍ଣିମ ଦିନ ୫ ଅଗଷ୍ଟ, ଇତିହାସରେ ଯୋଡିଲା ନୂଆ ଫର୍ଦ୍ଦ

author img

By

Published : Aug 5, 2021, 5:14 PM IST

୫ ଅଗଷ୍ଟ ଇତିହାସରେ ଯୋଡିଲା ଆଉ ଏକ ପୃଷ୍ଠା । ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ରହିବ ଏହି ଦିନ । ଅଧିକ ପଢନ୍ତୁ...

ସ୍ବର୍ଣ୍ଣିମ ଦିନ ୫ ଅଗଷ୍ଟ, ଇତିହାସରେ ଯୋଡିଲା ନୂଆ ଫର୍ଦ୍ଦ
ସ୍ବର୍ଣ୍ଣିମ ଦିନ ୫ ଅଗଷ୍ଟ, ଇତିହାସରେ ଯୋଡିଲା ନୂଆ ଫର୍ଦ୍ଦ

ନୂଆଦିଲ୍ଲୀ: ଅଗଷ୍ଟ ୫, ଆଜି ପରଠାରୁ ଇତିହାସର ସ୍ବର୍ଣ୍ଣିମ ପୃଷ୍ଠାରେ ଲିପିବଦ୍ଧ ରହିବ ଏହି ତାରିଖ । କାରଣ ଦୀର୍ଘ ୪ ଦଶକ ପରେ ଭାରତୀୟ ହକି ଦଳ ହାତେଇଛି ପଦକ । ଯାହା ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ଦିନ ଦୁଇ ଐତିହାସିକ ନିଷ୍ପତ୍ତିର ରହିଛି ସାକ୍ଷୀ ।

ଆଜକୁ ଦୁଇ ବର୍ଷ ପୂର୍ବରେ ଅଗଷ୍ଟ ୫ରେ ଜାମ୍ମୁ କାଶ୍ମୀରକୁ ବିଶେଷ ମାନ୍ୟତା ଦେଉଥିବା ଧାରା ୩୭୦ ଓ ୩୫(କ)କୁ ଉଚ୍ଛେଦ କରି ନେଇଥିଲେ ସାହସିକ ଓ ଐତିହାସିକ ନିଷ୍ପତ୍ତି । ଆଉ ଆଜି ଏହି ଐତିହାସିକ ଦିନକୁ ୨ ବର୍ଷ ପୁରିଛି । ଅନେକ କିଛି ବଦଳିଛି । ଭାରତର ଅବିଚ୍ଛେଦ୍ୟ ଅଙ୍ଗ ରହିଆସିଥିବା ଜମ୍ମୁ କାଶ୍ମୀର ବିକାଶର ସ୍ରୋତରେ ଆଗେଇ ଚାଲିଛି ।

ସେହିପରି ଗତ ବର୍ଷ ଅର୍ଥାତ ୨୦୨୦ ଅଗଷ୍ଟ ୫ରେ ଅଯୋଧ୍ୟାରେ ଭବ୍ୟ ଦିବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ହୋଇଥିଲା ଶିଳାନ୍ୟାସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ପହଞ୍ଚି ରାମ ମନ୍ଦିର ନିର୍ମାଣ ପାଇଁ କରିଥିଲେ ଭୂମି ପୂଜା । ଆଉ ଏହାର ବର୍ଷ ପୂର୍ତ୍ତି ଅବସରରେ ଆସିଛି ଖୁସି ଖବର । ୨୦୨୩ ସୁଦ୍ଧା ଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବାକୁ ଯାଉଛି ରାମ ମନ୍ଦିର ।

୨୦୨୧, ଅଗଷ୍ଟ ୫ । ଏଥର ପୁଣି କୀର୍ତ୍ତିମାନ ରଚି ଦେଶ ପାଇଁ ଗୌରବ ଆଣିଛନ୍ତି ଭାରତୀୟ ହକି ଦଳ । ଟୋକିଓ ଅଲମ୍ପିକରେ ଭାରତୀୟ ହକି ଟିମ ଐତିହାସିକ ବ୍ରୋଞ୍ଜ ପଦକ ଜିତିବା ପରେ କୋଟିକୋଟି ହକିପ୍ରେମୀଙ୍କ ସ୍ବପ୍ନ ପୂରଣ ହୋଇଛି । କଡା ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଜର୍ମାନୀକୁ ୫-୪ରେ ହରାଇ ୪୧ ବର୍ଷର ଅଲମ୍ପିକ ହକି ପଦକ ମରୁଡିକୁ ଶେଷ କରିଛି ମେନ ଇନ୍‌ ବ୍ଲୁ ।

ଅଗଷ୍ଟ ୫ ତାରିଖ ଇତିହାସରେ ଲିପିବଦ୍ଧ ହୋଇ ରହିବ । ୫ ଅଗଷ୍ଟରେ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଅନୁଚ୍ଛେଦ ହଟାଯାଇଥିଲା, ଏହାର ବର୍ଷକ ପରେ ଏହି ଦିନରେ ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଭୂମି ପୂଜନ ହୋଇଥିଲା ଏବଂ ଚଳିତ ବର୍ଷ ହକିରେ ଭାରତୀୟ ଟିମକୁ ୪ ଦଶକ ପ​‌ରେ ମେଡାଲ ମିଳିଛି ବୋଲି କହି ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.