ETV Bharat / bharat

ପଶ୍ଚିମବଙ୍ଗରେ ସଂନ୍ଧ୍ୟା 5 ଟା ସୁଦ୍ଧା 76.16 % ମତଦାନ

author img

By

Published : Apr 10, 2021, 6:53 AM IST

Updated : Apr 10, 2021, 6:07 PM IST

କେନ୍ଦ୍ରୀୟ ସୁରକ୍ଷାବଳ ଗୁଳିରେ 4 ମୃତ ଘଟଣା , ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଲା ଟିଏମସି
ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, 44 ଆସନରେ ହେବ ମତଦାନ

18:01 April 10

ପଶ୍ଚିମବଙ୍ଗରେ ସନ୍ଧ୍ୟା 5 ଟା ସୁଦ୍ଧା 76.16 % ମତଦାନ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର 4ର୍ଥ ପର୍ଯ୍ୟାୟ ମତଦାନ ଜାରି । ସନ୍ଧ୍ୟା 5 ଟା ସୁଦ୍ଧା 76.16 ପ୍ରତିଶତ ମତଦାନ । ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ।

16:01 April 10

କେନ୍ଦ୍ରୀୟ ସୁରକ୍ଷାବଳ ଗୁଳିରେ 4 ମୃତ ଘଟଣା , ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଲା ଟିଏମସି

ପଶ୍ଚିମବଙ୍ଗ ନିର୍ବାଚନବେଳେ ହୋଇଥିବା ହିଂସାରେ ସୁରକ୍ଷାବଳ ଗୁଳିରେ 4 ଜଣଙ୍କ ମୃତ୍ୟୁ ହେବା ଘଟଣାରେ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଲା ଟିଏମସି । କେନ୍ଦ୍ରୀୟ ସୁରକ୍ଷା ବଳ ଗୁଳିରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 3 ଜଣ ସ୍ଥାନୀୟ ବ୍ୟକ୍ତି ଗୁରୁତର ହୋଇଥିବା ଚିଠିରେ ଦର୍ଶାଇଛି  ତୃଣମୂଳ କଂଗ୍ରେସ । ପୂର୍ବରୁ ହୋଇଥିବା ମତଦାନ ପର୍ଯ୍ୟାୟରେ ମଧ୍ୟ କେନ୍ଦ୍ରୀୟ ସୁରକ୍ଷାବଳ ବିରୋଧରେ ବିଭିନ୍ନ ଅଭିଯୋଗ କରିଥିଲା ଟିଏମସି ।  

15:46 April 10

ପଶ୍ଚିମବଙ୍ଗରେ ଦିନ 3 ଟା ସୁଦ୍ଧା 66.76 % ମତଦାନ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର 4ର୍ଥ ପର୍ଯାୟ ମତଦାନ ଜାରି । ଦିନ 3 ଟା ସୁଦ୍ଧା 66.76 ପ୍ରତିଶତ ମତଦାନ । ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ।

14:20 April 10

ଭୋଟ ଦେଲେ ସୌରଭ ଗାଙ୍ଗୁଲି

ଭୋଟ ଦେଲେ ସୌରଭ ଗାଙ୍ଗୁଲି
ଭୋଟ ଦେଲେ ସୌରଭ ଗାଙ୍ଗୁଲି

କ୍ରିକେଟର ସୌରଭ ଗାଙ୍ଗୁଲି ଦେଲେ ଭୋଟ । ସେ ସାଉଥ 24 ପ୍ରଗଣାର ଏକ ମତଦାନ କେନ୍ଦ୍ରରେ ଯାଇ ନିଜର ମତଦାନ କରିଛନ୍ତି ।

13:42 April 10

କୁଚବିହାରର ଏକ ବୁଥରେ ଭୋଟ ଦାନକୁ ସ୍ଥଗିତ ରଖିଲା ନିର୍ବାଚନ କମିଶନ

ପଶ୍ଚିମବଙ୍ଗରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗ କୁଚବିହାର ଜିଲ୍ଲାର ସିତାଲକୁର୍ଚ୍ଚିର 126 ନଂ ବୁଥରେ ଭୋଟଦାନକୁ ସ୍ଥଗିତ ରଖିଛି ନିର୍ବାଚନ କମିଶନ । ସ୍ବତନ୍ତ୍ର ପର୍ଯ୍ୟବେକ୍ଷକଙ୍କ ରିପୋର୍ଟକୁ ନେଇ ଏହି ପଦକ୍ଷେପ ନେଇଛି ନିର୍ବାଚନ କମିଶନ । ସଂନ୍ଧ୍ୟା 5 ଟାରେ ସମ୍ପୂର୍ଣ୍ଣ ରିପୋର୍ଟ ପ୍ରଦାନ କରିବେ ରାଜ୍ୟ ନିର୍ବାଚନ କମିଶନ ।

13:33 April 10

1ଟା ସୁଦ୍ଧା 52.89% ମତଦାନ

ପଶ୍ଚିମବଙ୍ଗରେ ଚାଲିଛି 4ର୍ଥ ପର୍ଯ୍ୟାୟ ନିର୍ବାଚନ । ଦିନ 1ଟା ସୁଦ୍ଧା 52.89 ପ୍ରତିଶତ ମତଦାନ ହୋଇଛି ।

11:53 April 10

11ଟା ସୁଦ୍ଧା 33.98% ମତଦାନ

 ପଶ୍ଚିମବଙ୍ଗ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ 11 ଟା ସୁଦ୍ଧା 33.98% ମତଦାନ ହୋଇଛି ।

11:46 April 10

ପଶ୍ଚିମବଙ୍ଗ ନିର୍ବାଚନରେ ହିଂସା, 4 ଟିଏମସି ସମର୍ଥକ ମୃତ

ପଶ୍ଚିମବଙ୍ଗରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ନିର୍ବାଚନ ବେଳେ ସୃଷ୍ଟି ହୋଇଛି ହିଂସା ।  ସୁରକ୍ଷାବଳର ଗୁଳିରେ 4 ଟିଏମସି ସମର୍ଥକ ମୃତ । 

11:00 April 10

ଗଣମାଧ୍ୟମ ପ୍ରତିନିଧିଙ୍କ ଗାଡି ଉପରକୁ ଆକ୍ରମଣ, ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ଗଲେ ବିଜେପି ପ୍ରାର୍ଥୀ ଲକେଟ ଚାଟାର୍ଜୀ

ଗଣମାଧ୍ୟମ ପ୍ରତିନିଧିଙ୍କ ଗାଡି ଉପରକୁ ଆକ୍ରମଣ, ନିର୍ବାଚନ ଅଧିକାରୀଙ୍କ ଅଭିଯୋଗ ଗଲେ ବିଜେପି ପ୍ରାର୍ଥୀ ଲକେଟ ଚାଟାର୍ଜୀ

ପଶ୍ଚିମବଙ୍ଗରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ହୁଗୁଳିରେ ଗଣମାଧ୍ୟମ ପ୍ରତିନିଧି ଆକ୍ରମଣ । ନିର୍ବାଚନ କଭରେଜ କରିବା ପାଇଁ ଯାଇଥିବାବେଳେ ଆକ୍ରମଣର ଶିକାର ହୋଇଛନ୍ତି ।  ତାଙ୍କ ଗାଡିକୁ ଆକ୍ରମଣ କରାଯାଇଛି । ଏ ନେଇ ନିର୍ବାଚନ ଅଧିକାରୀଙ୍କ ସହ ଫୋନରେ କଥା ହୋଇଛନ୍ତି ବିଜେପି ପ୍ରାର୍ଥୀ ଲକେଟ ଚାଟାର୍ଜୀ । ତୁରନ୍ତ ଅଧିକ ମାତ୍ରାରେ ଫୋର୍ସ ପଠାଇ ସୁରକ୍ଷାକୁ କଡାକଡି କରିବା କହିଛନ୍ତି ।

09:56 April 10

9ଟା 50 ସୁଦ୍ଧା ପଶ୍ଚିମବଙ୍ଗରେ 15.85% ମତଦାନ

9 ଟା 50 ସୁଦ୍ଧା ପଶ୍ଚିମବଙ୍ଗରେ 15.85% ମତଦାନ

ପଶ୍ଚିମବଙ୍ଗରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ମତଦାନ । 9ଟା 50 ସୁଦ୍ଧା ପଶ୍ଚିମବଙ୍ଗରେ 15.85 ପ୍ରତିଶତ ମତଦାନ ହୋଇଛି ।

08:52 April 10

ହେଲମେଟ ପିନ୍ଧି ବାହାରିଲେ ଟିଏମସି ବିଧାୟକ ପ୍ରାର୍ଥୀ

ହେଲମେଟ ପିନ୍ଧି ବାହାରିଲେ ଟିଏମସି ବିଧାୟକ ପ୍ରାର୍ଥୀ । କୁଚବିହାରର ନୋଟବାରୀ ବିଧାନସଭା ଆସନର ଟିଏମସି ପ୍ରାର୍ଥୀ ରବୀନ୍ଦ୍ରନାଥ ଘୋଷ । ସେ ଆଜି ସକାଳେ ମତଦାନ କେନ୍ଦ୍ରକୁ ଯିବାବେଳେ କୌଣସି ଅଘଟଣରୁ ସୁରକ୍ଷା ପାଇବା ପାଇଁ ସେ ହେଲମେଟ ପିନ୍ଧି ଯାଇଛନ୍ତି । ସେ କହିଛନ୍ତି ଯେ ମୁଁ କୌଣସି  ଅଘଟଣ ଘଟିବା ଆଶଙ୍କା କରି ସୁରକ୍ଷା ଦୃଷ୍ଟିରୁ ହେଲମେଟ ବ୍ୟବହାର କରିଛି ।

08:42 April 10

ମହିଳା ଭୋଟରଙ୍କୁ ମତଦାନ କେନ୍ଦ୍ରକୁ ନେଲେ ସୁରକ୍ଷାକର୍ମୀ

ପଶ୍ଚିମବଙ୍ଗରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଆଳିପୁରଦ୍ବାର ବୁଥରେ ଜଣେ ମହିଳାଙ୍କୁ ସୁରକ୍ଷା କର୍ମୀମାନେ ଭୋଟ ଦେବା ପାଇଁ ମତଦାନ କେନ୍ଦ୍ରରେ ସାହାର୍ଯ୍ୟ କରିଛନ୍ତି । ନିର୍ବାଚନକୁ ସୁରୁଖୁରୁରେ ଶେଷ କରିବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରିଛନ୍ତି ସରକାର ।

08:28 April 10

ମତଦାନ କେନ୍ଦ୍ରରେ ବିଜେପି ପ୍ରାର୍ଥୀ ବାବୁଲ ସୁପ୍ରିୟୋ

ବାବୁଲ ସୁପ୍ରିୟୋଙ୍କୁ ପଶ୍ଚିମଙ୍ଗର ଟୋଲିଗଞ୍ଜ ଆସନରେ ପୋଲି୍ଂ ଏଜେଣ୍ଟକୁ ମତଦାନ କେନ୍ଦ୍ରକୁ ପ୍ରବେଶ ମନା । ଏହାକୁ ନେଇ ତୁରନ୍ତ ମତଦାନ କେନ୍ଦ୍ରରେ ପହଞ୍ଚିଛନ୍ତି ବିଜେପି ପ୍ରାର୍ଥୀ ବାବୁଲ ସୁପ୍ରିୟୋ । କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ବାବୁଲ ସୁପ୍ରିୟୋଙ୍କୁ ପଶ୍ଚିମବଙ୍ଗର ଟୋଲିଗଞ୍ଜ ଆସନରୁ ପ୍ରାର୍ଥୀ ହୋଇଛନ୍ତି ।

07:58 April 10

ଟିଏମସି ଏଜେଣ୍ଟକୁ ବୁଥରେ ରୋକିବା ଅଭିଯୋଗ, ନିର୍ବାଚନ କମିସନକୁ ଚିଠି ଲେଖିଲା ଟିଏମସି

ନିର୍ବାଚନ କମିସନକୁ ଚିଠି ଲେଖିଲା ଟିଏମସି
ନିର୍ବାଚନ କମିସନକୁ ଚିଠି ଲେଖିଲା ଟିଏମସି

ପଶ୍ଚିମବଙ୍ଗରେ ଚତୁର୍ଥ ଚାଲିଛି ନିର୍ବାଚନ । କେତେକ ବୁଥରେ ସକାଳୁ ସକାଳୁ ବିଜେପି ଗୁଣ୍ଡାମାନେ ଭୋଟରଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ କରିଛି ଟିଏମସି । ଟିଏମସି ଏଜେଣ୍ଟକୁ ବୁଥକୁ ପ୍ରବେଶ କରାନଦେବା ଅଭିଯୋଗ ହୋଇଛି । ଏନେଇ ଟିଏମସି ନିର୍ବାଚନ କମିସନକୁ ଚିଠି ଲେଖି ଅଭିଯୋଗ କରିଛି ।

07:31 April 10

ଚାଲିଛି ମତଦାନ, ସକାଳୁ ସକାଳୁ ଭୋଟରଙ୍କ ଭିଡ

ଚାଲିଛି ମତଦାନ, ସକାଳୁ ସକାଳୁ ଭୋଟରଙ୍କ ଭିଡ
ଚାଲିଛି ମତଦାନ, ସକାଳୁ ସକାଳୁ ଭୋଟରଙ୍କ ଭିଡ

ଚାଲିଛି ମତଦାନ, ସକାଳୁ ସକାଳୁ ଭୋଟରଙ୍କ ଭିଡ । ଲାଇନରେ ଛିଡା ହୋଇ ମତଦାନ କେନ୍ଦ୍ର ସାମନାରେ ଭୋଟର । ପଶ୍ଚିମବଙ୍ଗ ନିର୍ବାଚନରେ କୁଚବିହାରର ଦିନହାଟ ଆସନରେ ଭୋଟରଙ୍କ ଭିଡ ଲାଗିଛି । ଏହି ଆସନରୁ ଲୋକସଭା ସାଂସଦ ନିଥିଶ ପରମାଣିକ ବିଜେପି ପ୍ରାର୍ଥୀ ହୋଇଛନ୍ତି ।

07:13 April 10

ମହିଳା ଓ ଯୁବକଙ୍କୁ ଅଧିକ ସଂଖ୍ୟାରେ ମତଦାନ କରିବା ପାଇଁ ଅପିଲ କଲେ ପିଏମ ମୋଦି

ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ପିଏମ ମୋଦି ଟ୍ବିଟ କରି ଅଧିକ ସଂଖ୍ୟାରେ ମତଦାନ କରିବା ପାଇଁ ନିବେଦନ କରିଛନ୍ତି । ଖାସକରି ମହିଳା ଓ ଯୁବକ ମାନେ ଅଧିକ ସଂଖ୍ୟାରେ ମତଦାନ କରନ୍ତୁ ବୋଲି ପିଏମ ମୋଦି ଭୋଟରଙ୍କୁ ଅନୁରୋଧ କରିଛନ୍ତି ।

07:04 April 10

ପଶ୍ଚିମବଙ୍ଗରେ ଆରମ୍ଭ ହେଲା ମତଦାନ, କୋରୋନା କଟକଣାରେ ଚାଲିଛି ନିର୍ବାଚନ

ପଶ୍ଚିମବଙ୍ଗ ନିର୍ବାଚନରେ ଆଜି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । 44 ଟି ଆସନରେ ହେଉଛି ନିର୍ବାଚନ । କୋରୋନା କଟକଣାରେ ମଧ୍ୟରେ ଚାଲିଛି ମତଦାନ ।

06:59 April 10

ଭୋଟ ଦାନ ପୂର୍ବରୁ ମନ୍ଦିର ପୂଜାର୍ଚ୍ଚନା କଲେ ବିଜେପି ପ୍ରାର୍ଥୀ ଲକେଟ ଚାଟାର୍ଜୀ

ଭୋଟ ଦାନ ପୂର୍ବରୁ ମନ୍ଦିର ପୂଜାର୍ଚ୍ଚନା କଲେ ବିଜେପି ପ୍ରାର୍ଥୀ ଲୋକେଟ ଚାଟାର୍ଜୀ

ପଶ୍ଚିମବଙ୍ଗ ନିର୍ବାଚନରେ ଚୁନଚୁରା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ଲକେଟ ଚାଟାର୍ଜୀ ଭୋଟ ଦାନ ପୂର୍ବରୁ ମନ୍ଦିର ପୂଜାର୍ଚ୍ଚନା । ସେ ଲୋକସଭା ସାଂସଦ ରହିଛନ୍ତି କିନ୍ତୁ ଦଳ ତାଙ୍କୁ ବିଧାନସଭା ମଇଦାନକୁ ଓହ୍ଲାଇଛି ।

06:55 April 10

ମତଦାନ ପୂର୍ବରୁ ମକ ପୋଲ, ଭୋଟଦାନ କେନ୍ଦ୍ରରେ ଲମ୍ବା ଲାଇନ

ମତଦାନ ପୂର୍ବୁର ମୋକ ପୋଲ, ଭୋଟଦାନ କେନ୍ଦ୍ରରେ ଲମ୍ବା ଲାଇନ

ପଶ୍ଚିମବଙ୍ଗ ନିର୍ବାଚନରେ ଆଜି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ଭୋଟଦାନ କେନ୍ଦ୍ରରେ ଲମ୍ବା ଲାଇନ । ଦୋମଜୁର ବିଧାନସଭା ଆସନରେ ଭୋଟ ଦାନ ପୂର୍ବୁର ମକ ପୋଲ  ।

06:34 April 10

ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ, 44 ଆସନରେ ହେବ ମତଦାନ

କୋଲକାତା: ଆଜି ପଶ୍ଚିମବଙ୍ଗ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ସକାଳ 7ରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସଂନ୍ଧ୍ୟା 6 ପର୍ଯ୍ୟନ୍ତ ଚାଲିବ ଭୋଟ ଗ୍ରହଣ । ମୋଟ 44 ଆସନରେ ହେବ ନିର୍ବାଚନ । ନିର୍ବାଚନକୁ ସ୍ବଚ୍ଛ ଓ ନିରପେକ୍ଷ କରିବା ପାଇଁ ନିର୍ବାଚନ କମିଶନ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରିଛି । କୋରୋନା କଟକଣା ସହ ନିର୍ବାଚନ ଅନୁଷ୍ଠିତ ହେବ । ମୋଟ ଆଠଟି ପର୍ଯ୍ୟାୟ ମଧ୍ୟରୁ ପୂର୍ବରୁ ପଶ୍ଚିମବଙ୍ଗ  ତିନୋଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମବଙ୍ଗର 294 ଆସନ ମଧ୍ୟରୁ ପ୍ରଥମ ତିନୋଟି ପର୍ଯ୍ୟାୟରେ 91 ଟି ଆସନରେ ହୋଇଛି ନିର୍ବାଚନ ।

ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ପ୍ରସ୍ତୁତ ପଶ୍ଚିମବଙ୍ଗ ନିର୍ବାଚନୀ ମୈଦାନ । ପଶ୍ଚିମବଙ୍ଗର ପାଞ୍ଚଟି ଜିଲ୍ଲା ହାୱଡା,ହୁଗୁଳି ସମେତ ସାଉଥ 24 ପ୍ରଗଣାରେ ହେଉଛି ନିର୍ବାଚନ । ମୋଟ  44 ଟି ଆସନରେ ଆଜି ପ୍ରାୟ 373 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା । ଚତୁର୍ଥ ପର୍ଯ୍ୟାୟରେ ମୋଟ 1,15,81,022 ଭୋଟର ମତଦାନ କରିବେ । ମୋଟ 1,01,916 ପୋଲିଂ ଷ୍ଟେସନ ରହିଛି  । ପଶ୍ଚିମବଙ୍ଗ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ମଇଦାନରେ ଓହ୍ଲାଇଥିବା ଚର୍ଚ୍ଚିତ ଚେହେରା ହେଲେ  ବଲିଉଡ ଗାୟକ ତଥା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ,କ୍ରିକେଟର ମନୋଜ ତିୱାରୀ, ବୈଶାଳୀ ଡାଲମିଆ,ଲୋକେଟ ଚାଟାର୍ଜୀ,ପୂର୍ବତନ ମନ୍ତ୍ରୀ ରାଜୀବ ବାନାର୍ଜୀ ପ୍ରମୁଖ ରହିଛନ୍ତି ।

Last Updated : Apr 10, 2021, 6:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.