ETV Bharat / bharat

58 ବର୍ଷୀୟ ବ୍ୟକ୍ତିଙ୍କୁ ହୃତପିଣ୍ଡ ଦାନ କଲେ 42 ବର୍ଷୀୟ ଯୁବକ - ବେଙ୍ଗାଲୁରୁରେ ହୃତପିଣ୍ଡ ପ୍ରତିରୋପଣ

58 ବର୍ଷୀୟ ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ ହୃତପିଣ୍ଡ ଦାନ କଲେ 42 ବର୍ଷୀୟ ଯୁବକ । ପଢନ୍ତୁ ଅଧିକ.....

58 ବର୍ଷୀୟ ବ୍ୟକ୍ତିଙ୍କୁ ହୃତପିଣ୍ଡ ଦାନ କଲେ 42 ବର୍ଷୀୟ ଯୁବକ
58 ବର୍ଷୀୟ ବ୍ୟକ୍ତିଙ୍କୁ ହୃତପିଣ୍ଡ ଦାନ କଲେ 42 58 ବର୍ଷୀୟ ବ୍ୟକ୍ତିଙ୍କୁ ହୃତପିଣ୍ଡ ଦାନ କଲେ 42 ବର୍ଷୀୟ ଯୁବକବର୍ଷୀୟ ଯୁବକ
author img

By

Published : Dec 16, 2020, 8:43 PM IST

ବେଙ୍ଗାଲୁରୁ: 58 ବର୍ଷୀୟ ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ ନିଜର ହୃତପିଣ୍ଡ ଦାନ କଲେ 42 ବର୍ଷୀୟ ଯୁବକ । ଏମିତି ଏକ ବିରଳ ଘଟଣା ଘଟିଛି ବେଙ୍ଗାଲୁରୁ ସହରରେ । ହୃତପିଣ୍ଡ ପ୍ରତିରୋପଣ ଫଳରେ ଏକ ନୂଆ ଜୀବନ ପାଇବାରେ ସଫଳ ହୋଇଛନ୍ତି ବେଙ୍ଗାଲୁରୁର ସୁରେନ୍ଦ୍ର ବାବୁ । ତାଙ୍କୁ 42 ବର୍ଷୀୟ ଜଣେ ଯୁବକ ନିଜର ହୃତପିଣ୍ଡ ଦାନ କରିଥିବା ଜଣାପଡିଛି ।

58 ବର୍ଷୀୟ ବ୍ୟକ୍ତିଙ୍କୁ ହୃତପିଣ୍ଡ ଦାନ କଲେ 42 ବର୍ଷୀୟ ଯୁବକ

ତେବେ ହୃତପିଣ୍ଡ ଦାନ କରିଥିବା ଯୁବକ ଜଣଙ୍କ ଗତ 14 ତାରିଖରେ ଷ୍ଟ୍ରୋକରେ ଶିକାର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ତାଙ୍କୁ 16 ତାରିଖରେ ଡାକ୍ତର ବ୍ରେନ ଡେଡ ଘୋଷଣା କରିଥିଲେ । ପରେ ତାଙ୍କ ପରିବାର ସଦସ୍ୟମାନେ ଅଙ୍ଗଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ଏଥିପାଇଁ ନାରାୟଣ ହେଲ୍ଥ ସିଟିର ବିଷେଶଜ୍ଞ ମାନଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲା । ହାର୍ଟ ସର୍ଜରୀ ବିଷେଶଜ୍ଞ ଡାକ୍ତର ଟି କୁମାରାନ ଏହି ବିଶେଷଜ୍ଞ ଟିମର ନେତୃତ୍ବ ନେଇଥିଲେ ।

ଉକ୍ତ ଟିମ ତାଙ୍କର ହାର୍ଟକୁ ସଫଳତାର ସହ ପୃଥକ କରି ପ୍ରତିରୋପଣ ପାଇଁ ହୃତପିଣ୍ଡକୁ ଆରଭି ହସ୍ପିଟାଲରୁ ଜେପି ନଗରର ନାରାୟଣ ହେଲ୍ଥ ସିଟିକୁ ସ୍ଥାନାନ୍ତରିତ କରାଯାଇଛି । ଏହି ସ୍ଥାନାନ୍ତରଣ ବେଳେ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସ୍ଥାନାନ୍ତରଣ ପାଇଁ ବ୍ୟବହାର ହେବାକୁ ଥିବା ମାର୍ଗକୁ ସାମୟିକ ଭାବେ ଗ୍ରୀନ ଜୋନରେ ପରିଣତ କରାଯାଇଥିଲା ।

ଏହା ପାଇଁ ବେଙ୍ଗାଲୁରୁ ପୋଲିସ ମଧ୍ୟ ସହାୟତା କରିଥିଲା । ବେଙ୍ଗାଲୁରୁ ପୋଲିସ ଓ ଟ୍ରାଫିକ ସ୍ବତନ୍ତ୍ର ବ୍ୟବସ୍ଥା ଫଳରେ ଗ୍ରୀନ କରିଡର ମଧ୍ୟରେ ହୃତପିଣ୍ତକୁ ସତର୍କତାର ସହ ନାରାୟଣ ହେଲ୍ଥ ସିଟିକୁ ସ୍ଥାନାନ୍ତରିତ କରାଯାଇଛି । ପ୍ରାୟ 20 କିମି ଦୂରତାକୁ 23 ମିନିଟରେ ଅତିକ୍ରମ କରାଯାଇ ବେଶ ସତର୍କତାର ସହ ଏହି ସ୍ଥାନାନ୍ତରଣ ପ୍ରକ୍ରିୟାକୁ ଶେଷ କରାଯାଇଛି ।

ତେବେ ପ୍ରତିରୋପଣ ହେବାକୁ ଥିବା ସୁରେନ୍ଦ୍ର ବାବୁଙ୍କର ହୃତପିଣ୍ଡ ସମସ୍ୟା ଥିବାବେଳେ କେବଳ ଅଙ୍ଗ ପ୍ରତ୍ୟାରୋପଣ ଏକ ମାତ୍ର ବିକଳ୍ପ ବୋଲି ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ । ଯୁବକ ଜଣଙ୍କ ସୁରେନ୍ଦ୍ର ବାବୁଙ୍କୁ ହାର୍ଟ ଦାନ କରିଥିବାବେଳେ କିଡନୀ ଓ ଫୁସଫୁସ ମଧ୍ୟ ଅନ୍ୟତ୍ର ଦାନ କରିଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.