ଗୌହାଟୀ: ପ୍ରାକ ମୌସୁମୀ ପ୍ରଭାବରେ ଆସାମରେ ପ୍ରବଳ ବର୍ଷା ଫଳରେ ସୃଷ୍ଟି ହୋଇଥିବା ବନ୍ୟା ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ରାଜ୍ୟରେ ମୋଟ 33 ଜିଲ୍ଲା ଅତିମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି । ଏଥିରେ ମୋଟ 42.28 ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧୀକରଣ ପକ୍ଷରୁ ସରକାରୀ ଭାବେ କୁହାଯାଇଛି ।
-
42.28 lakh people in 33 districts have been affected by the current spell of flood. 9 people died in flood and landslides in the last 24 hours. 5,137 villages are reeling under flood waters: Assam State Disaster Management Authority
— ANI (@ANI) June 19, 2022 " class="align-text-top noRightClick twitterSection" data="
">42.28 lakh people in 33 districts have been affected by the current spell of flood. 9 people died in flood and landslides in the last 24 hours. 5,137 villages are reeling under flood waters: Assam State Disaster Management Authority
— ANI (@ANI) June 19, 202242.28 lakh people in 33 districts have been affected by the current spell of flood. 9 people died in flood and landslides in the last 24 hours. 5,137 villages are reeling under flood waters: Assam State Disaster Management Authority
— ANI (@ANI) June 19, 2022
ସେହିପରି ଚଳିତ ବନ୍ୟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ମୋଟ 9 ଜଣ ପ୍ରାଣ ହରାଇଛନ୍ତି । ପ୍ରବଳ ବର୍ଷା, ପରବର୍ତ୍ତୀ ସମୟରେ ଦେଖାଯାଇଥିବା ବନ୍ୟା ଓ ଭୁସ୍ଖଳନରେ ରାଜ୍ୟ ହେବାଲ ହୋଇଛି । 5,130 ଗ୍ରାମ ବନ୍ୟାରେ ଜଳମଗ୍ନ ହୋଇଛି । ଚାଷ ଜମି,ରାସ୍ତାଘାଟ, ବିଦ୍ୟୁତ ଯୋଗାଣ ଯୋଗାଯୋଗ ବନ୍ୟାରେ କ୍ଷତିଗ୍ରସ୍ତ ହେବା ଦ୍ବାରା ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି । ବିଜୁଳି ସରବରାହ ଓ ଯୋଗାଯୋଗ ସ୍ବାଭାବିକ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରକ୍ରିୟା ଜାରି ରହିଛି ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ