ETV Bharat / bharat

ସୁନା ରୁପା ଛାଡି ବିଲାତି ପଛରେ ଚୋର, ଦୋକାନରୁ ଚୋରି କଲେ 40 କିଲୋ ଟମାଟୋ

author img

By

Published : Aug 6, 2023, 7:50 AM IST

ଝାଡଖଣ୍ଡର ଗୁମଲା ଜିଲ୍ଲାରେ ଟମାଟୋ ଚୋରି । ୪୦କିଗ୍ରା ଟମାଟୋ ଚୋରାଇ ନେଲେ ଚୋର । ଟମାଟୋ ସହ ଟଙ୍କା ମଧ୍ୟ ଚୋରି କରିନେଲେ ଚୋର । ଅଧିକ ପଢ଼ନ୍ତୁ

ଝାଡଖଣ୍ଡରେ ୪୦ କିଲୋ ଟମାଟୋ ଚୋରି
ଝାଡଖଣ୍ଡରେ ୪୦ କିଲୋ ଟମାଟୋ ଚୋରି

ରାଞ୍ଚି: ଦେଶରେ ଆକାଶ ଛୁଆଁ ଟମାଟୋ ଦର । ଟମାଟୋରେ ହାତ ମାରି ହେଉନି । ଗରୀବ ମଧ୍ୟବିତ୍ତ ପରିବାର କଥା ଛାଡନ୍ତୁ ଧନୀକ ଶ୍ରେଣୀର ଲୋକଙ୍କ ପ୍ଲେଟରୁ ଗାଏବ ହେଇଗଲାଣି ବିଲାତି । ମହଙ୍ଗା ଦରକୁ ନେଇ ଚାରିଆଡେ ଚର୍ଚ୍ଚା । ଏମିତିକି ଚୋର ବି ଆଉ ସୁନାଅଳଙ୍କାର ନୁହେଁ ଟମାଟୋ ଚୋରିରେ ଲାଗି ପଡିଛନ୍ତି । ଏମିତି ଏକ ଖବର ଝାଡଖଣ୍ଡ ଗୁମଲା ଜିଲ୍ଲାରୁ ଆସିଛି । ଏଠି ଚୋରି ହୋଇଛି ସୁନା ଅଳଙ୍କାର ଦାମୀ ଜିନିଷ ନୁହେଁ 40 କିଲୋ ଟମାଟୋ । ଯାହା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହି ଘଟଣାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଯେତେବେଳେ ଦୋକାନୀ ସକାଳୁ ଦୋକାନ ଖୋଲିଥିଲେ ସେତେବେଳେ ଦୋକାନରୁ ଟମାଟୋ ଗାଏବ ହୋଇଯାଇଥିବାର ଦେଖିଥିଲେ । ଏହାପରେ ଦୋକାନୀମାନେ ଏନେଇ ପୋଲିସକୁ ସୂଚନା ଦେଇଥିଲା । ତେବେ ଲୋକମାନେ ସିସିଟିଭି ମାଧ୍ୟମରେ ଚୋରକୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସକୁ ଦାବି କରିଛନ୍ତି ।

ଦେଶରେ ବର୍ତ୍ତମାନ ଟମାଟୋର ଦର ଆକାଶ ଛୁଆଁ ରହିଛି । ଏହି କାରଣରୁ ଲୋକମାନେ ଟମାଟୋ କିଣିବା ପ୍ରାୟତଃ ବନ୍ଦ କରିଦେଇଛନ୍ତି କିମ୍ବା କମ୍‌ ପରିମାଣର କିଣୁଛନ୍ତି । ଦିନକୁ ଦିନ ଟମାଟୋର ଦର ବୃଦ୍ଧି ହେତୁ ସୁନା-ରୁପା ଭଳି ଟମାଟୋକୁ ମଧ୍ୟ ଅପରାଧୀମାନେ ଟାର୍ଗେଟ କରିଛନ୍ତି । ଏହି କାରଣ ପାଇଁ ଟଙ୍କା ଓ ଅଳଙ୍କାର ପରି ଚୋରମାନେ ଟମାଟୋକୁ ମଧ୍ୟ ଚୋରି କରୁଛନ୍ତି । ତେବେ ଶୁକ୍ରବାର ରାତିରେ ଗୁମଲା ସହର ମଝିରେ ଥିବା ଟଙ୍ଗରା ପରିବା ମାର୍କେଟରେ କିଛି ଏଭଳି ଘଟଣା ଦେଖିବାକୁ ମିଳିଛି । ଏଠାରେ ଚୋରମାନେ ପରିବା ବେପାରୀମାନଙ୍କର ବାକ୍ସ ଭାଙ୍ଗି ଟମାଟୋ ଓ ଟଙ୍କା ଚୋରି କରିଛନ୍ତି । ତେବେ ଚୋରମାନେ ବେପାରୀମାନଙ୍କ ଦୋକାନରୁ ପ୍ରାୟ ୧୦ ହଜାରରୁ ଅଧିକ ଟଙ୍କା ଏବଂ ୪୦କିଗ୍ରା ଟମାଟୋ ଚୋରି କରିନେଇଛନ୍ତି । ଏହା ସହ ସେମାନଙ୍କର ନିକିତି ଓ ବଟକରାକୁ ମଧ୍ୟ ଚୋରି କରିନେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିଲାତି ପାଇଁ ବନ୍ଧକ: ଟମାଟୋ ନେଇ ଛୁ ମାରିଲା ଗ୍ରାହକ, ବନ୍ଧା ପଡିଲେ 2 ନାବାଳକ

ଶନିବାର ସକାଳୁ ଯେତେବେଳେ ବେପାରୀ ଦୋକାନ ଖୋଲିବା ପାଇଁ ପହଞ୍ଚିଥିଲେ ସେତେବେଳେ ଏହି ଘଟଣା ଦେଖିଥିଲେ । ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏନେଇ ସେମାନେ ତୁରନ୍ତ ଗୁମଲା ପୋଲିସକୁ ସୂଚନା ଦେଇଥିଲେ । ଏହାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏନେଇ ଯାଞ୍ଚ କରିଥିଲା । ତେବେ ସେଠାକାର ଲୋକମାନେ ସିସିଟିଭି ଫୁଟେଜ ମାଧ୍ୟମରେ ଅପରାଧୀମାନଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରଶାସନକୁ ଦାବି କରିଛନ୍ତି । ଅନେକ ବେପାରୀଙ୍କର ୨ରୁ ୩ହଜାର ଟଙ୍କା ଚୋରି ହୋଇଛି । ଏହା ବ୍ୟତୀତ ଟମାଟୋ ସହିତ ଅନ୍ୟ ପନିପରିବା ମଧ୍ୟ ଚୋରି ହୋଇଛି । ଏହି ଚୋରି ଘଟଣାକୁ ନେଇ ପରିବା ବେପାରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ପୋଲିସ ଏହି ମାମଲାର ତଦନ୍ତି କରିବା ସହ ପରିବା ବଜାରର ଗାର୍ଡରୁ ପଚରଉଚୁରା କରୁଛି ।

ଯେଉଁ ବେପାରୀମାନଙ୍କର ଚୋରି ହୋଇଛି ସେମାନଙ୍କ ମଧ୍ୟରେ ମୋହନ ମହତୋଙ୍କର ୩ ହଜାର ଟଙ୍କା ଓ ବ୍ୟାଟେରି, କୃଷ୍ଣା ମହତୋଙ୍କ ୬୦୦ଟଙ୍କା ଓ ବଟକରା, ପାନ ପତି ଦେବୀଙ୍କର ୧ହଜାର ଟଙ୍କା ଓ ୧୧କିଗ୍ରା ଟମାଟୋ, ରାଧା ଦେବୀଙ୍କର ୧୦କିଗ୍ରା ଟମାଟୋ ଓ ବଟକରା, ଉମେଶ୍ବରୀ ଦେବୀଙ୍କର ୩ହଜାର ଟଙ୍କା, ବଟକରା ଓ ୧୦କିଗ୍ରା ଟମାଟୋ, ଲକ୍ଷ୍ମୀ ଦେବୀଙ୍କର ୧ହଜାର ଟଙ୍କା ଓ ବଟକରା ଚୋରି ହୋଇଛି । ସେହିପରି ଅର୍ଜୁନ ସାହୁ, ସୁନିଲ ସାହୁ, ସଙ୍ଗିତା ଦେବୀ, ବୀଣା ଦେବୀ, ଗାୟତ୍ରୀ ଦେବୀ , ଅନୁଜ ପ୍ରଜାପତିଙ୍କ ଦୋକାନକୁ ବଟକରା ଓ ଟଙ୍କା ଚୋରି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.