ETV Bharat / bharat

ମଦ୍ରାସା ଶୌଚାଳୟରେ ୪ ବର୍ଷୀୟା ଶିଶୁକନ୍ୟାକୁ ଦୁଷ୍କର୍ମ

author img

By

Published : Feb 23, 2023, 10:57 AM IST

ମଦ୍ରାସା ଶୌଚାଳୟ ଭିତରେ ୪ ବର୍ଷୀୟା ଶିଶୁକନ୍ୟାକୁ ଦୁଷ୍କର୍ମ । ବିହାରର ବାଗାହା ଅଞ୍ଚଳରେ ଘଟିଛି ଏହି ଲଜ୍ଜାଜନକ ଘଟଣା । ଅଧିକ ପଢନ୍ତୁ

ବିହାରରେ  ୪ ବର୍ଷୀୟା ଶିଶୁକନ୍ୟାକୁ ଦୁଷ୍କର୍ମ
ବିହାରରେ ୪ ବର୍ଷୀୟା ଶିଶୁକନ୍ୟାକୁ ଦୁଷ୍କର୍ମ

ପାଟନା: ମଦ୍ରାସା ଶୌଚାଳୟ ଭିତରେ ୪ ବର୍ଷୀୟା ଶିଶୁକନ୍ୟାକୁ ଦୁଷ୍କର୍ମ । ଶିଶୁକନ୍ୟା ସହ ଦୁଷ୍କର୍ମ କଲା ମଦ୍ରାସାରେ ପଢୁଥିବା ୧୮ ବର୍ଷୀୟ ଯୁବକ । ବିହାରର ବାଗାହା ଅଞ୍ଚଳରୁ ଏଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଅଭିଯୁକ୍ତ ଯୁବକ ୪ ବର୍ଷୀୟା ଶିଶୁ ସହ ଦୁଷ୍କର୍ମ କରିବା ପରେ ତା'ର ଗଳା ଚିପି ହତ୍ୟା କରିବାକୁ ମଧ୍ୟ ଚେଷ୍ଟା କରିଥିଲା । ହେଲେ ସେଠାରେ ଜଣେ ମୌଲବୀ ପହଞ୍ଚି ଯିବାରୁ ସେ ହତ୍ୟା କରିନପାରି ପଳାଇଥିଲା । ଏନେଇ ପୀଡିତାଙ୍କ ମାଆ ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି ।

ଗତ ସୋମବାର ଦିନ ଏହି ଅଭାବନୀୟ ଘଟଣା ଘଟିଥିଲା । ପୀଡିତାଙ୍କ ପରିଜନ ଅଭିଯୋଗ କରିଛନ୍ତି ଯେ, ୪ ବର୍ଷୀୟା ଶିଶୁକନ୍ୟା ସହ ଦୁଷ୍କର୍ମ ଘଟଣା ଜଣାପଡିବା ପରେ ପ୍ରଥମେ ଗାଁ ଲୋକେ ଏକଥା ଚାପି ଦେବାକୁ ଚେଷ୍ଟା କରିଥିଲେ । ହେଲେ ବୁଧବାର ପୀଡିତାଙ୍କ ମାଆ ସ୍ଥାନୀୟ ରାମନଗର ଥାନାରେ ପହଞ୍ଚି ଅଭିଯୁକ୍ତ ଯୁବକଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ପୋଲିସ ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଧରିବାକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଚଳାଇଛି ।

ସୂଚନା ମୁତାବକ, ଗତ ସୋମବାର ଦିନ ୪ ବର୍ଷୀୟା ଶିଶୁକନ୍ୟା ମଦ୍ରାସା ଯାଇଥିଲେ । ସେଠାରେ ପଢୁଥିବା ସେହି ଗାଁର ଜଣେ ୧୮ ବର୍ଷୀୟ ଯୁବକ ଶିଶୁକନ୍ୟାକୁ ମଦ୍ରାସାର ଶୌଚାଳୟକୁ ଟାଣି ନେଇ ଦୁଷ୍କର୍ମ କରିଥିଲା । ଦୁଷ୍କର୍ମ ପରେ ଘଟଣାକୁ ଲୁଚାଇବା ପାଇଁ ଅଭିଯୁକ୍ତ ପିଲାଟିର ତଣ୍ଟି ଚିପି ହତ୍ୟା କରିବାକୁ ଚେଷ୍ଟା କରୁଥିଲା । ହେଲେ ଶିଶୁକନ୍ୟାର ପାଟି ଶୁଣି ଜଣେ ମୌଲବୀ ଶୌଚାଳୟ ଆଡକୁ ଯାଇଥିଲେ । ମୌଲବୀଙ୍କୁ ଦେଖିବା ମାତ୍ରେ ଅଭିଯୁକ୍ତ ଯୁବକ ଦୌଡି ପଳାଇ ଯାଇଥିଲା ।

ଏହାମଧ୍ୟ ପଢନ୍ତୁ: ଶୋଇଥିବା ସମୟରେ ଘରେ ଲାଗିଲା ନିଆଁ, ଶିଶୁ ସମେତ 3 ଜୀବନ୍ତ ଦଗ୍ଧ

ଅଭିଯୁକ୍ତ ଯୁବକର ଘର ପୀଡିତାଙ୍କ ଗାଁରେ ହୋଇଥିବାରୁ ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହାପରେ କିଛି ଗାଁ ଲୋକେ ମିଶି ଘଟଣାକୁ ଚାପି ଦେବାକୁ ଚେଷ୍ଟା କରିଥିଲେ । କିନ୍ତୁ ଅନ୍ୟ କିଛି ଲୋକେ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିବା ପାଇଁ ପୀଡିତା ପରିବାରକୁ ସହାୟତା କରିଥିଲେ । ଏହାପରେ ପୋଲିସ ମାମଲା ରୁଜୁ କରିବା ସହ ପୀଡିତା ଶିଶୁକନ୍ୟାକୁ ଡାକ୍ତରୀ ମାଇନା ପାଇଁ ପଠାଇଛି । ଏହାସହିତ ଅଭିଯୁକ୍ତକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.