ETV Bharat / bharat

ନାନ୍ଦେଡରେ ସୁରକ୍ଷାକର୍ମୀଙ୍କୁ ଶିଖ ଯୁବକଙ୍କ ଆକ୍ରମଣ, 4 ପୋଲିସ ଆହତ

author img

By

Published : Mar 29, 2021, 10:44 PM IST

ମହାରାଷ୍ଟ୍ରର ନାନ୍ଦେଡରେ ଶିଖ ଯୁବକ ଓ ପୋଲିସ କର୍ମୀ ମୁହାଁମୁହିଁ । 4 ପୋଲିସକର୍ମୀ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ...

ନାନ୍ଦେଡରେ ସୁରକ୍ଷାକର୍ମୀଙ୍କୁ ଶିଖ ଯୁବକଙ୍କ ଆକ୍ରମଣ, 4 ପୋଲିସ ଆହତ
ନାନ୍ଦେଡରେ ସୁରକ୍ଷାକର୍ମୀଙ୍କୁ ଶିଖ ଯୁବକଙ୍କ ଆକ୍ରମଣ, 4 ପୋଲିସ ଆହତ

ମୁମ୍ବାଇ: ମହାରାଷ୍ଟ୍ର ନାନ୍ଦେଡରେ ଶିଖ ଯୁବକ ଓ ପୋଲିସ କର୍ମୀ ମୁହାଁମୁହିଁ । ଘଟଣାରେ 4 ପୋଲିସକର୍ମୀ ଆହତ ହୋଇଥିବା ସୂଚନା । ଶିଖ ଯୁବକମାନେ ଗୁରୁଦ୍ବାରା ଗେଟ ଭାଙ୍ଗିବା ସହିତ ପୋଲିସ କର୍ମୀଙ୍କ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଜିଲ୍ଲା ଏସପିଙ୍କ ସୂଚନା ଅନୁଯାୟୀ, କିଛି ଶିଖ ଯୁବକ ଗୁରୁଦ୍ବାରା ପରିସରରେ ଗେଟ ଭାଙ୍ଗି ପୋଲିସକୁ ଆକ୍ରମଣ କରିଥିଲେ । କୋରୋନା ସଂକ୍ରମଣ ବୃଦ୍ଧି କାରଣରୁ ଶିଖଙ୍କ ପର୍ବ ହୋଲା ମୋହଲ୍ଲା ପାଳନ କରିବାକୁ ଅନୁମତି ଦିଆଯାଇନଥିଲା । ହେଲେ ଗୁରୁଦ୍ବାରା କମିଟି ଏହାକୁ ଗୁରୁଦ୍ବାରା ପରିସରରେ ପାଳନ କରିବାକୁ କହିଥିଲେ ।

ସଂଧ୍ୟାରେ 300ରୁ 400 ଶିଖ ଯୁବକ ଯୁକ୍ତିତର୍କ କରିବା ସହିତ ବାହାରେ ପଦଯାତ୍ରା କରିଥିଲେ । ଏହି ସମୟରେ ଏମାନେ ଗୁରୁଦ୍ବାରା ଗେଟ ମଧ୍ୟ ଭାଙ୍ଗି ଦେଇଥିଲେ । ଘଟଣାରେ 4 ପୋଲିସକର୍ମୀ ଆହତ ହୋଇଥିବା ସୂଚନା ଦେଇଛନ୍ତି ନାନ୍ଦେଡ ଏସପି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.