ETV Bharat / bharat

4 ମାସର ଜାଆଁଳା ଶିଶୁଙ୍କୁ ହତ୍ୟା କଲା ନିଶାସକ୍ତ ବାପା

author img

By

Published : May 11, 2023, 9:32 PM IST

ବିହାରର ଗୟାରେ 4 ମାସର ଜାଆଁଳା ଶିଶୁକୁ ହତ୍ୟା କଲା ନିଶାଖୋର ବାପା । ଅଭିଯୁକ୍ତ ଫେରାର । ଖୋଜୁଛି ପୋଲିସ । ଅଧିକ ପଢନ୍ତୁ

4 ମାସର ଜାଆଁଳା ଶିଶୁକୁ ହତ୍ୟା କଲା ବାପା
4 ମାସର ଜାଆଁଳା ଶିଶୁକୁ ହତ୍ୟା କଲା ବାପା
4 ମାସର ଜାଆଁଳା ଶିଶୁକୁ ହତ୍ୟା କଲା ନିଶାଖୋର ବାପା

ପାଟନା: ବିହାର ଗାୟାରେ ମା’ ଦ୍ୱାରା ନିଜର ଦୁଇ ବର୍ଷର ଶିଶୁକୁ ହତ୍ୟା ଘଟଣାରେ ଚର୍ଚ୍ଚା ଥମିନଥିବା ବେଳେ ଏବେ ଜଣେ ନିଶାଖୋର ବାପାର ନାରକୀୟକାଣ୍ଡ ସାମ୍ନାକୁ ଆସିଛି । ମଗଧ ମେଡିକାଲ ପୋଲିସ୍‌ ଷ୍ଟେସନ ଅଧୀନରେ ଥିବା ମଗଧ କଲୋନୀରେ ଜଣେ ଯୁବକ ନିଜର ଦୁଇ 4 ମାସର ଜାଆଁଳା ଶିଶୁଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି । ଗତକାଲି (ବୁଧବାର) ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇବା ପରେ ପୋଲିସ ପହଞ୍ଚି ଦୁଇ ଜାଆଁଳା ଶିଶୁଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପଟେ ଅଭିଯୁକ୍ତ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

ପୋଲିସର ପ୍ରାଥମିକ ତଦନ୍ତ ପରେ ମିଳିଥିବା ସୂଚନା ଅନୁସାର, ଏହି ଅଭିଯୁକ୍ତର ନାମ ଦେବେଶ ଶର୍ମା । ସେ ନିୟମିତ ନିଶାସେବନ କରୁଥିବା ତାର ପତ୍ନୀଙ୍କ ଅଭିଯୋଗରୁ ସ୍ପଷ୍ଟ ହୋଇଛି । ଦେବେଶ ପ୍ରତିଦିନ ମଦ୍ୟପାନ କରି ପରିବାରରେ ବିଶୃଙ୍ଖଳା କରୁଥିଲା । ପତ୍ନୀଙ୍କୁ ମାଡ ମାରିବା ସହ ନିର୍ଯାତନା ଦେଇ ଆସୁଥିଲା । ଗତକାଲି (ବୁଧବାର) ରାତିରେ ମଧ୍ୟ ଦେବେଶ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିବା ପରେ ଦମ୍ପତିଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଦେବେଶ ପ୍ରଥମେ ପତ୍ନୀକୁ ମାଡ ମାରି ଚଟାଣରେ ଫିଙ୍ଗି ଦେଇଥିଲା । ପରେ ନିକଟରେ ଶୋଇଥିବା ଦୁଇ ଶିଶୁଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ମଦ୍ୟପ ପିତାର ଆକ୍ରମଣରେ ଦୁଇ 4 ମାସର କୋମଳମତି ଜାଆଁଳା ଶିଶୁଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ।

ଏହି ସମୟରେ ତାର ପତ୍ନୀ ଚିତ୍କାର କରି ପଡୋଶୀଙ୍କୁ ଡାକିବାରୁ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ପୋଲିସ ପହଞ୍ଚି ଉଭୟ ନବଜାତ ଶିଶୁଙ୍କ ମୃତଦେହ ଉଦ୍ଧାର କରି ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ସ୍ଥାନୀୟ ଥାନାରେ ଏକାଧିକ ଦଫାରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି । ଅଭିଯୁକ୍ତର ପତ୍ନୀ ସମେତ ପରିବାରର ଅନ୍ୟ ସଦସ୍ୟଙ୍କ ବୟାନ ମଧ୍ୟ ରେକର୍ଡ କରିଛି । ଅଭିଯୁକ୍ତକୁ ଧରିବା ଲାଗି ଏକ ଟିମ ଗଠନ ହୋଇଛି , ଖୁବଶୀଘ୍ର ସେ ଗିରଫ ହେବା ନେଇ ପୋଲିସ କହିଛି । ପ୍ରାଥମିକ ତଦନ୍ତ ଅନୁସାରେ ଅଭ୍ୟାସଗତ ମଦ୍ୟପାନ କାରଣରୁ ଅଭିଯୁକ୍ତଜଣଙ୍କ ଏପରି କାଣ୍ଡ ଘଟାଇଥିବା ଜଣାପଡିଛି । ଜଣେ ନିଶାଖୋର ପିତାର ଆକ୍ରମଣରେ ଦୁଇଟି ନବଜାତ ଶିଶୁ ପ୍ରାଣ ହରାଇବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.