ETV Bharat / bharat

ସାବରକର ଓ ଟିପୁ ସୁଲତାନ ପୋଷ୍ଟର ବିବାଦ, 2 ଜଣଙ୍କୁ ଛୁରାମାଡ ପରେ ଶିବମୋଗାରେ 144 ଜାରି

କର୍ଣ୍ଣାଟକରେ ସାବରକର ଓ ଟିପୁ ସୁଲତାନ ପୋଷ୍ଟରକୁ ନେଇ ଉତ୍ତେଜନା ଜାରି । 2 ଜଣଙ୍କୁ ହେଲାଣି ମରଣାନ୍ତକ ଆକ୍ରମଣ । ସହରରେ 144 ଧାରା ଜାରି ସହ ଫ୍ଲାଗମାର୍ଚ୍ଚ କଲା ପୋଲିସ । ଅଧିକ ପଢନ୍ତୁ

author img

By

Published : Aug 16, 2022, 9:29 PM IST

ସାବରକର ଓ ଟିପୁ ସୁଲତାନ ପୋଷ୍ଟର ବିବାଦ, 2 ଜଣଙ୍କୁ ଛୁରାମାଡ ପରେ ଶିବମୋଗାରେ ଧାରା 144 ଜାରି

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଦେଖିବାକୁ ମିଳିବାରେ ଲାଗିଛି ଗୋଟିଏ ପରେ ଗୋଟଏ ହିଂସା । ଏବେ ସ୍ବାଧୀନତା ଦିବସରୁ ସାବରକର ଓ ଟିପୁ ସୁଲତାନଙ୍କ ପୋଷ୍ଟର ବିବାଦକୁ ନେଇ ଅଶାନ୍ତ ହୋଇଛି ରାଜ୍ୟର ଶିବମୋଗା ସହର । ଗୋଟିଏ ପକ୍ଷ ଆଉ ଗୋଟିଏ ପକ୍ଷର ପୋଷ୍ଟର ଉଚ୍ଛେଦ କରି ନିଜ ପୋଷ୍ଟର ଲଗାଇବାକୁ ଚେଷ୍ଟା କରିବା ପରେ ଦେଖିବାକୁ ମିଳିଛି ଉତ୍ତେଜନାମୂଳକ ସ୍ଥିତି । ଏଥିରେ ଦୁଇ ଯୁବକଙ୍କୁ ଛୁରାମାଡ ମଧ୍ୟ ହୋଇଛି । ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ସମଗ୍ର ଶିବମୋଗା ସହରରେ ଧାରା 144 ଜାରି କରିଛି ସ୍ଥାନୀୟ ଜିଲ୍ଲା ପ୍ରଶାସନ ।

ଶିବମୋଗାରେ ଧାରା 144 ଜାରି, ଫ୍ଲାଗମାର୍ଚ୍ଚ କରୁଛି ପୋଲିସ

ଆଜି ସହରରେ 144 ଧାରା ଜାରି କରାଯିବା ସହ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାଧାରଣ ଜୀବନଯାତ୍ରା ମଧ୍ୟ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି । ଅନାବଶ୍ୟକ ଭାବେ ଭିଡ ଏଡାଇବା ସହ ଲୋକଙ୍କୁ ଏକାଠି ନହେବା ପାଇଁ ପୋଲିସ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଅପରାହ୍ନରେ ସହରରେ ପୋଲିସ ଫୋର୍ସ ଫ୍ଲାଗମାର୍ଚ୍ଚ ମଧ୍ୟ କରିଛି ।

ଚଳିତ ସ୍ବାଧୀନତା ଦିବସରେ, କିଛି ହିନ୍ଦୁତ୍ବବାଦୀ ସଂଗଠନ ସହରର ଅମିର ଅହମ୍ମଦ ଛକରେ ହିନ୍ଦୁତ୍ବବାଦୀ ନେତା ବିନାୟକ ଦାମଦୋର ସାବରକରଙ୍କ ପୋଷ୍ଟର ଲଗାଇଥିଲେ । ସେଠାରେ ପୋଷ୍ଟର ଲଗାଯାଇ ଟିପୁ ସୁଲତାନଙ୍କୁ ଅପମାନିତ କରିବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ କରିଥିଲେ ଅପର ଗୋଷ୍ଠୀ । ପରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ବଢିବା ସହ ସହରରେ ଭଙ୍ଗାରୁଜା ମଧ୍ୟ ହୋଇଥିଲା । ପୋଲିସ ସ୍ଥିତି ଉପରେ ନିୟନ୍ତ୍ରଣ ପାଇବା ପାଇଁ ଲାଠି ଚାର୍ଜ କରିଥିଲା । ପରେ ସହରରେ ଏହି ଘଟଣାରେ 2ଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ମଧ୍ୟ ହୋଇଛି । ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରିଛି । ତଥାପି ସ୍ଥିତି ନିୟନ୍ତ୍ରଣକୁ ନଆସିବାରୁ ଆଜି 144 ଧାରା ଜାରି କରିଛି ସ୍ଥାନୀୟ ପ୍ରଶାସନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.