ETV Bharat / bharat

ଆନ୍ଧ୍ରରେ ପହଞ୍ଚିଲା 4 ଲକ୍ଷ 69 ହାଜର ଡୋଜ କୋଭିସିଲ୍ଡ

author img

By

Published : Jan 12, 2021, 7:14 PM IST

ଦେଶ ବ୍ୟାପି କୋରୋନା ଟିକା ପ୍ରେରଣ ଜାରି ରହିଥିବା ବେଳେ ଆନ୍ଧ୍ରପ୍ରଦେଶରେ ପହଞ୍ଚିଛି କୋଭିଡ ଟିକା କୋଭାସିଲ୍ଡ । ପଢନ୍ତୁ ଅଧିକ...

ଆନ୍ଧ୍ରରେ ପହଞ୍ଚିଲା କୋଭିସିଲ୍ଡର 4 ଲ7 69 ହାଜର ଡୋଜ

ଅମରାବତୀ: ଦେଶବ୍ୟାପୀ କୋରୋନା ଟିକା ପ୍ରେରଣ ଜାରି ରହିଥିବା ବେଳେ ଆନ୍ଧ୍ରପ୍ରଦେଶରେ ପହଞ୍ଚିଛି କୋଭିଡ ଟିକା କୋଭିସିଲ୍ଡ । ପୁଣେରୁ ଏକ ସ୍ବତନ୍ତ୍ର ବିମାନରେ ସମୁଦାୟ 4.75 ଲକ୍ଷ ଡୋଜ ଆନ୍ଧ୍ର ପ୍ରଦେଶରେ ପହଞ୍ଚିଛି । ଟିକା ବିଜୟୱାଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ଗାନ୍ନାଭାରାମରେ ଅବସ୍ଥିତ ରାଜ୍ୟ ପ୍ରତିରକ୍ଷା ସଂରକ୍ଷଣ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ପୂର୍ବରୁ କରାଯାଇଥିବା ବ୍ୟବସ୍ଥା ଅନୁଯାୟୀ ଟିକା ସଠିକ୍ ଭାବରେ ଗଚ୍ଛିତ ହୋଇ ରହିଛି ।

ଆନ୍ଧ୍ରରେ ପହଞ୍ଚିଲା କୋଭିସିଲ୍ଡର 4 ଲକ୍ଷ 69 ହାଜର ଡୋଜ

ରାଜ୍ୟ ସରକାରଙ୍କ ପୂର୍ବ ଯୋଜନା ମୁତାବକ ରାଜ୍ୟର ବିଭିନ୍ନ ସ୍ଥାନକୁ ଟୀକା ପରିବହନ କରାଯିବ । ସ୍ବାସ୍ଥ୍ୟ କର୍ମୀ ଓ ଆଗ ଧାଡିର ଯୋଦ୍ଧା ମାନଙ୍କୁ ଏହି ଟିକା ଯୋଗାଇ ଦିଆଯିବା ନେଇ ଆନ୍ଧ୍ର ପ୍ରଦେଶ ସରକାର ଯୋଜନା କରିଛନ୍ତି । ବୁଧବାର ଦିନ ଗାନ୍ନାଭାରାମରୁ ସମସ୍ତ ଜିଲ୍ଲା କେନ୍ଦ୍ରର ଷ୍ଟୋରେଜ୍ ସେଣ୍ଟରକୁ ଯିବ ଟିକା । ଏହି ପରିବହନ ପ୍ରକ୍ରିୟା ପାଇଁ ଉଚ୍ଚ ସ୍ତରୀୟ ବ୍ୟବସ୍ଥା କରିଛି ଆନ୍ଧ୍ର ପ୍ରଦେଶ ସରକାର । ଏଥିପାଇଁ ଏକ ଉଚ୍ଚ ସ୍ତରୀୟ ଅଧିକାରୀ ମଣ୍ଡଳୀଙ୍କୁ ନିରୀକ୍ଷଣ ଦାୟିତ୍ବ ଦିଆଯାଇଛି ।

ଟିକା ବିମାନ ବନ୍ଦରରେ ପହଞ୍ଚିବା ପରେ ତାକୁ ବିଶେଷ ଭାବେ ରଖା ଯିବା ପାଇଁ କୋଲ୍ଡ ଷ୍ଟୋରର ବ୍ୟବସ୍ଥା କରାଯାଇଥିଲା। ଦୁଇଟି ବଡ ଶୀତଳକରଣ ଟାଙ୍କିରେ ଏହାକୁ ରଖାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଦୁଇଟି ଶୀତଳ ଭଣ୍ଡାର ମଧ୍ୟରୁ ଗୋଟିଏର କ୍ଷମତା 40 ଘନ ମିଟର ଥିବବେଳେ ଅନ୍ୟଟିର କ୍ଷମତା 20 ଘନ ମିଟର ଥିବା ଜଣା ପଡିଛି ।

ଟିକା ସଂରକ୍ଷଣ କେନ୍ଦ୍ରରେ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ସ୍ବରୁପ 8 ସିସିଟିଭି ସହ ସହିତ ନିରନ୍ତର ମନିଟରିଂ ମଧ୍ୟ ଜାରି ରଖିଛି ପ୍ରଶାସନ। ଟିକାକରଣର ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ 3 ଲକ୍ଷ 87 ହଜାର ମେଡିକାଲ କର୍ମଚାରୀ ଓ ଆଗ ଧାଡିର ଯୋଦ୍ଧାଙ୍କୁ ଟିକା ପ୍ରଦାନର ବ୍ୟବସ୍ଥା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.