ETV Bharat / bharat

ଚାକିରୀଆଙ୍କ ପାଇଁ ବଡ଼ ଖବର: ଏଣିକି ସପ୍ତାହକୁ 4 ଦିନ କାମ, 3 ଦିନ ଛୁଟି - four days work 12 hours

ଏବେ ସପ୍ତାହକୁ 4 ଦିନ କାମ(4-day work-week) କରିବେ କର୍ମଚାରୀ । ଏବେ କର୍ମଚାରୀମାନଙ୍କର କାର୍ଯ୍ୟ ସମୟ, ଦରମା ଓ ସାପ୍ତାହିକ ଛୁଟିରେ ବଡ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । ଭାରତରେ ୪ଟି ନୂଆ ଶ୍ରମ ଆଇନ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଅଧିକ ପଢନ୍ତୁ

ଚାକିରିଆଙ୍କ ପାଇଁ ବଡ଼ ଖବର: ଏଣିକି ସପ୍ତାହକୁ 4 ଦିନ କାମ, 3 ଦିନ ଛୁଟି

author img

By

Published : Dec 21, 2021, 1:04 PM IST

ନୂଆଦିଲ୍ଲୀ: ଏବେ ସପ୍ତାହକୁ 4 ଦିନ କାମ(4-day work-week) କରିବେ କର୍ମଚାରୀ । ଏବେ କର୍ମଚାରୀମାନଙ୍କର କାର୍ଯ୍ୟ ସମୟ, ଦରମା ଓ ସାପ୍ତାହିକ ଛୁଟିରେ ବଡ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । ଯାହାର ପ୍ରଭାବ କର୍ମଚାରୀ ଓ କର୍ମ କ୍ଷେତ୍ର ଉପରେ ପଡିବାକୁ ଯାଉଛି । କାରଣ ଆସନ୍ତା 2022 ଆର୍ଥିକ ବର୍ଷ ସୁଦ୍ଧା ଦରମା(salary), ସାମାଜିକ ସୁରକ୍ଷା(social security), ଶିଳ୍ପ ସମ୍ପର୍କ(industrial relations) ଏବଂ ବୃତ୍ତିଗତ ସୁରକ୍ଷା ଓ ବ୍ୟବସାୟିକ ସୁରକ୍ଷା(occupational security laws) ଉପରେ ଭାରତରେ ୪ଟି ନୂଆ ଆଇନ କାର୍ଯ୍ୟକାରୀ କରିବାର ସମ୍ଭାବନା ରହିଛି ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି । ଏହି ଆଇନ ଲାଗୁ ହେବା ପରେ କାର୍ଯ୍ୟକ୍ଷେତ୍ରରେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିବ।

ଶ୍ରମ ଆଇନର ପ୍ରଭାବ:(labour laws impact)

ଯଦି ନୂତନ ଶ୍ରମ ଆଇନ(Indias new labour code) ଲାଗୁ ହୁଏ, ଭାରତର କର୍ମଚାରୀମାନେ ପାଞ୍ଚ ଦିନ ବଦଳରେ ସପ୍ତାହକୁ 4 ଦିନ କାର୍ଯ୍ୟ କରିବେ । ସେହି ପରିପ୍ରେକ୍ଷୀରେ, ଶ୍ରମ ମନ୍ତ୍ରଣାଳୟ(Labor Ministry) ସ୍ପଷ୍ଟ କରିଛି ଯେ, ପ୍ରସ୍ତାବ ଲାଗୁ ହେଲେ ମଧ୍ୟ 48 ଘଣ୍ଟିଆ କାମ କରିବାର ନିୟମ ବଳବତ୍ତର ରହିବ । ଅର୍ଥାତ୍ କର୍ମଚାରୀମାନଙ୍କୁ ସେହି ଚାରି ଦିନରେ 12 ଘଣ୍ଟା ଲେଖାଏଁ ପ୍ରତ୍ୟେକ ଦିନ କାମ କରିବାକୁ ପଡିବ । ଏହି ନିୟମ ଲାଗୁ ହେବା ପରେ, କର୍ମଚାରୀମାନଙ୍କର ଟେକହୋମ ଦରମାରେ ହ୍ରାସ ଘଟିବ। କିନ୍ତୁ PF ର ପରିମାଣ ବଢ଼ିଯିବ। ନୂଆ ଶ୍ରମ ଆଇନରେ ଭତ୍ତାକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ସୀମିତ ରଖାଯାଇଛି। ଏହାଦ୍ବାରା କର୍ମଚାରୀମାନଙ୍କ ପୁରା ଦରମାର ୫୦ପ୍ରତିଶତ ମୂଳ ଦରମା ହୋଇଯିବ। ବିଶେଷଜ୍ଞଙ୍କ ମତରେ, ନୂତନ ଆଇନ ଦ୍ବାରା ମୌଳିକ ଦରମା ଏବଂ PFର ହିସାବରେ ବଡ଼ ପରିବର୍ତ୍ତନ ଆସିବ ।

ଉଦାହରଣସ୍ବରୂପ, ଯଦି ଜଣେ କର୍ମଚାରୀଙ୍କ ମାସିକ ଦରମା 50 ହଜାର ଥାଏ, ତେବେ ତାଙ୍କର ମୌଳିକ ଦରମା 25000 ହୋଇପାରେ । ବାକି 25000 ଆଲାଉନ୍ସେସକୁ ଯିବ । ଏପରି ପରିସ୍ଥିତିରେ, ଯଦି ମୌଳିକ ଦରମା(basic salary) ବୃଦ୍ଧି ହୁଏ, ତେବେ PF ଅଧିକ କଟାଯିବ ଏବଂ ଇନହାଣ୍ଡ୍ ସ୍ୟାଲେରୀ ହ୍ରାସ ପାଇବ । ଏହା ସହିତ କର୍ମଚାରୀ ବା କମ୍ପାନୀର କଣ୍ଟ୍ରିବ୍ୟୁସନ ବଢିଯିବ ।

ଏହି ଚାରିଟି ନୂତନ ଶ୍ରମ ଆଇନକୁ କେନ୍ଦ୍ର ସରକାର ଚୂଡ଼ାନ୍ତ କରିସାରିଛନ୍ତି। ଏହି ଚାରିଟି ଶ୍ରମ ଆଇନ ଆସନ୍ତା 2022-23 ଆର୍ଥିକ ବର୍ଷରେ(FY 2022-23) କାର୍ଯ୍ୟକାରୀ ହେବ। ଫେବୃଆରୀ 2021ରେ ଏହି ଆଇନଗୁଡ଼ିକ ଉପରେ ଡ୍ରାଫ୍ଟ ଚୂଡ଼ାନ୍ତ ପ୍ରକ୍ରିୟା କେନ୍ଦ୍ର ସମାପ୍ତ କରିସାରିଛି। ବର୍ତ୍ତମାନ ରାଜ୍ୟଗୁଡ଼ିକ ଏହି ନିୟମ ଉପରେ କଣ ମତ ରଖୁଛନ୍ତି, ତାହାକୁ କେନ୍ଦ୍ର ସରକାର ଅପେକ୍ଷା କରିଛନ୍ତି ।

ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ, ଯେହେତୁ ଶ୍ରମ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ, ତେଣୁ ସରକାର ଚାହୁଁଛନ୍ତି ଯେ ଏହା ଏକକାଳୀନ ସମସ୍ତ ରାଜ୍ୟରେ କାର୍ଯ୍ୟକାରୀ ହେଉ। ପ୍ରାୟ 13ଟି ରାଜ୍ୟ, ବୃତ୍ତିଗତ ସୁରକ୍ଷା, ସ୍ବାସ୍ଥ୍ୟ ଏବଂ କାମ କରିବାର ସ୍ଥିତି ଉପରେ ଶ୍ରମ ସଂହିତାର ପ୍ରସ୍ତାବିତ ଡ୍ରାଫ୍ଟ ପ୍ରସ୍ତୁତ କରିସାରିଛନ୍ତି। କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି । ତାଙ୍କ କହିବାନୁସାରେ, 24 ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ, ଦରମା ଉପରେ ଶ୍ରମ ସଂକେତର ଡ୍ରାଫ୍ଟ ପ୍ରସ୍ତୁତ କରିସାରିଛନ୍ତି। ଏଥି ସହିତ 20ଟି ରାଜ୍ୟ ଔଦ୍ୟୋଗିକ ସମ୍ବନ୍ଧ ସହିଂତାର ଡ୍ରାଫ୍ଟ ଏବଂ 18 ଟି ରାଜ୍ୟ ସାମାଜିକ ସୁରକ୍ଷା କୋଡର ଡ୍ରାଫ୍ଟ ପ୍ରସ୍ତୁତ କରିସାରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.