ETV Bharat / bharat

ଅକ୍ସିଜେନ ଅଭାବରୁ 4 କୋରୋନା ରୋଗୀ ମୃତ ଅଭିଯୋଗ

author img

By

Published : May 2, 2021, 4:35 PM IST

ଆନ୍ଧ୍ରପ୍ରଦେଶର କୁରନୁଲ ଜିଲ୍ଲାରେ ଅକ୍ସିଜେନ ଅଭାବରୁ 4 କୋରୋନା ରୋଗୀ ମୃତ୍ୟୁ ଅଭିଯୋଗ । ସେପଟେ ଏହି ଘଟଣାକୁ ଖଣ୍ଡନ କରିଛି କୁରନୁଲ ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

cvoid19 patient death
ଅକ୍ସିଜେନ ଅଭାବରୁ 4 କୋରୋନା ରୋଗୀ ମୃତ ଅଭିଯୋଗ

ଅମରାବତୀ: ଅକ୍ସିଜେନ ଅଭାବରୁ 4 କୋରୋନା ରୋଗୀ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର କୁରନୁଲ ଜିଲ୍ଲାରେ । ସେପଟେ ଏହି ଘଟଣାକୁ ଖଣ୍ଡନ କରିଛି କୁରନୁଲ ଜିଲ୍ଲା ପ୍ରଶାସନ ।

ଶୁକ୍ରବାର ଆନ୍ଧ୍ରପ୍ରଦେଶର କୁରନୁଲ ଜିଲ୍ଲାରେ ଏକ ଘରୋଇ ହସପିଟାଲରେ ଅକ୍ସିଜେନ ଅଭାବରୁ 4 ଜଣ କୋରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି । କୁରନୁଲର ଏକ ଘରୋଇ ହସପିଟାଲରେ 4 କୋରୋନା ରୋଗୀଙ୍କୁ ଭର୍ତ୍ତି କରାଯାଇଥିଲା । ହସପିଟାଲରେ ରୋଗୀଙ୍କ ଆବଶ୍ୟକତା ହେଉଥିବା ଅକ୍ସିଜେନ ନଥିବାରୁ କୋରୋନା ଆକ୍ରାନ୍ତ ମୃତ୍ୟୁ ହୋଇଥିବା ପରିବାର ଅଭିଯୋଗ କରିଛନ୍ତି । ତୁରନ୍ତ ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ପହଞ୍ଚି ତଦନ୍ତ କରିଛି ।

ସେପଟେ ଏହି ଘଟଣାପରେ ସେହି ହସପିଟାଲର ପରିଦର୍ଶନ କରିଛନ୍ତି କୁରନୁଲ ଜିଲ୍ଲାପାଳ ଜି ବୀରାପାଣ୍ଡିଆନ । ଘଟଣାର ତଦନ୍ତ କରିବା ସହ ଅକ୍ସିଜେନ ଅଭାବରୁ କୋରୋନା ରୋଗୀଙ୍କ ମୃତ୍ୟୁ ଘଟଣାକୁ ଖଣ୍ଡନ କରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.