ETV Bharat / bharat

ବିଧବା ମହିଳାଙ୍କ ସହ ବର୍ବରତା: ମାଡି ମାରିବା ସହ ଲଣ୍ଡା କରି ବୁଲାଇଲେ, 4 ଗିରଫ

ରାଜସ୍ଥାନରେ ବିଧବା ମହିଳାଙ୍କ ସହ ବର୍ବରତା । ମାଡି ମାରିବା ସହ ଲଣ୍ଡା କରି ବୁଲାଇଲେ । ଦୁଇ ମହିଳାଙ୍କ ସହ 4 ଗିରଫ । ଗ୍ରାମରେ ପହଞ୍ଚିଲେ ଜିଲ୍ଲାପାଳ ଓ ଏସପି । ଅଧିକ ପଢନ୍ତୁ

ବିଧବା ମହିଳାଙ୍କୁ ବର୍ବରୋଚିତ ନିର୍ଯାତନା, ମାଡି ମାରିବା ସହ ଲଣ୍ଡା କରି ବୁଲାଇଲେ, 4 ଗିରଫ

author img

By

Published : Jul 1, 2023, 10:35 PM IST

ଜୟପୁର: ରାଜସ୍ଥାନ ଉଦୟପୁରର ଦେବଲା ଅଞ୍ଚଳରେ ଜଣେ ବିଧବା ମହିଳାଙ୍କୁ ବର୍ବରୋଚିତ ନିର୍ଯାତନା ଦେବା ମାମଲାରେ ପୋଲିସ 4 ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ମହିଳା ମଧ୍ୟ ରହିଛନ୍ତି । ମହିଳାଙ୍କୁ ଏମାନେ ସଙ୍ଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ନିର୍ଧୂମ ମାଡ ମାରିବା ସହ ଲଣ୍ଡା କରିବା ପାଇଁ ଉଦ୍ୟମ କରିଥିଲେ । ମହିଳାଙ୍କ କେଶର କିଛି ଅଂଶ କାଟି ଦେବା ସହ ଅର୍ଦ୍ଧ ଉଲଗ୍ନ କରି ରାସ୍ତାରେ ଦୌଡାଇଥିବାର ଅଭିଯୋଗ ହୋଇଥିଲା । ଘଟଣା ସମ୍ପର୍କରେ ସୂଚନା ପ୍ରଘଟ ହେବା ପରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ଘଟଣାକୁ ଗମ୍ଭୀରତାର ସହ ନେଇଛି ।

ଉଦୟପୁର ଜିଲ୍ଲାପାଳ ତରାଚନ୍ଦ ମୀନା ଏବଂ ଏସପି ଭୂଷଣ ଯାଦବ ଘଟଣାସ୍ଥଳରେ ପହଞ୍ଚି ପୀଡିତା ମହିଳାଙ୍କୁ ସାଙ୍ଗରେ ନେଇ ଉଦୟପୁରକୁ ଆସିଥିଲେ । ସେଠାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସେ ଗୁରୁତର ହୋଇନଥିଲେ ସୁଦ୍ଧା ଆହତ ହୋଇଥିବା ଡାକ୍ତରୀ ପରୀକ୍ଷାରୁ ଜଣାପଡିଛି । ପୋଲିସର ଏକ ଟିମ ସମ୍ପୃକ୍ତ ଗ୍ରାମକୁ ଯାଇ ତଦନ୍ତ କରିବା ସହ ଏହି ଘଟଣାରେ ସମ୍ପୃକ୍ତ ଦୁଇ ମହିଳାଙ୍କ ସହ ମୋଟ 4 ଜଣଙ୍କୁ ଗିରଫ କରିଛି । ଘଟଣାର ତଦନ୍ତ ଜାରି ରହିଛି । ଆବଶ୍ୟକ ହେଲେ ଅନ୍ୟ ସମ୍ପୃକ୍ତ ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ମିଳିଲେ ତୁରନ୍ତ ଗିରଫଦାରି ହେବା ନେଇ ପୋଲିସ କହିଛି ।

ଅନ୍ୟପକ୍ଷରେ ଉଦୟପୁରର ଏସପି ଭୂଷଣ ଯାଦବ କହିଛନ୍ତି ଯେ ଘଟଣାକୁ ଗମ୍ଭୀରତାର ସହ ନେଇଛି ପୋଲିସ ପ୍ରଶାସନ । ଅଭିଯୁକ୍ତଙ୍କ ଗାଁକୁ ପୋଲିସ ଟିମ୍ ପଠାଯାଇଥିଲା । ପ୍ରାଥମିକ ତଦନ୍ତ ପରେ ଏହା ଜଣାପଡିଛି, ଏହି ମହିଳାଙ୍କର ପରକୀୟା ପ୍ରୀତି ଥିବା ସନ୍ଦେହରେ ଜଣେ ମହିଳା ନିଜର ଦୁଇ ଭାଇ ଓ ଅନ୍ୟ ଜଣେ ମହିଳାଙ୍କ ସହଯୋଗରେ ଏହି କାଣ୍ଡ ଭିଆଇଥିଲେ । ସଂଘବଦ୍ଧ ଭାବେ ଏହି ଚାରିଜଣ ପୀଡିତା ମହିଳାଙ୍କୁ ମାଡ ମାରିବା ସହ ବର୍ବରକାଣ୍ଡ ଭିଆଇଥିଲେ ।

ଅନ୍ୟପଟେ ଅଭିଯୁକ୍ତଙ୍କୁ ଜେରା ପରେ କୋର୍ଟ ଫରଓ୍ବାର୍ଡ କରାଯିବ । ଆକ୍ରମଣ ଓ ବର୍ବରତାର ଶିକାର ହୋଇଥିବା ଏହି ପୀଡିତା ବିଧବା ମହିଳାଙ୍କୁ ନ୍ୟାୟ ସହ ଥଇଥାନ କରିବା ପାଇଁ ମଧ୍ୟ ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି । ସରକାରୀ ଯୋଜନାରେ ତାଙ୍କୁ ଥଇଥାନ କରିବା ପାଇଁ ପ୍ରୟାସ କରାଯିବା ନେଇ ଜିଲ୍ଲା ପ୍ରଶାସନ କହିଛି । ମହିଳାଙ୍କୁ ସରକାରୀ ଯୋଜନା ଅନୁସାରେ, ପ୍ରତ୍ୟେକ ସମ୍ଭାବ୍ୟ ସହାୟତା ପାଇଁ ଜିଲ୍ଲା ପ୍ରଶାସନ ସର୍ବଦା ପ୍ରସ୍ତୁତ ଥିବା ଜିଲ୍ଲାପାଳ କହିଛନ୍ତି । ଅନ୍ୟପଟେ ଏହି ଘଟଣା ପରେ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.