ETV Bharat / bharat

1993 Mumbai blast case: ଆତଙ୍କବାଦୀ ଦାଉଦ ଇବ୍ରାହିମର 4 ସହଯୋଗୀ ଗିରଫ - 1993 ମୁମ୍ବାଇ ବିସ୍ଫୋରଣ ମାମଲାରେ ଆଉ 4 ଗିରଫ

1993 ମୁମ୍ବାଇ ବିସ୍ଫୋରଣ ମାମଲାରେ ଗୁଜୁରାଟ ATSକୁ ବଡ ସଫଳତା । ଅହମ୍ମଦାବାଦରୁ ଗିରଫ ହେଲେ ପଳାତକ ଆତଙ୍କବାଦୀ ଦାଉଦ ଇବ୍ରାହିମର 4 ସହଯୋଗୀ । ଅଧିକ ପଢନ୍ତୁ

1993 Mumbai blast case: ଆତଙ୍କବାଦୀ ଦାଉଦ ଇବ୍ରାହିମର 4 ସହଯୋଗୀ ଗିରଫ

author img

By

Published : May 17, 2022, 7:11 PM IST

ଗାନ୍ଧୀନଗର: 1993 ମୁମ୍ବାଇ ବିସ୍ଫୋରଣ ମାମଲାରେ ଆତଙ୍କବାଦୀ ନିରୋଧୀ ଦଳ (ATS) କୁ ମିଳିଲା ବଡ ସଫଳତା । ଆଜି ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ତଥା ପଳାତକ ଆତଙ୍କବାଦୀ ଦାଉଦ ଇବ୍ରାହିମର 4 ସହଯୋଗୀଙ୍କୁ ଗିରଫ କରିଛି ଗୁଜୁରାଟ ATS । ଏହି 4 ଅଭିଯୁକ୍ତଙ୍କୁ ଅହମ୍ମଦାବାଦରୁ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରୁ 3 ଜଣଙ୍କ ନାମ ୟୁସୁଫ ବଟକା, ଅବୁ ବକର, ସଏଦ କ୍ୟୁରେସୀ ବୋଲି ସ୍ପଷ୍ଟ ହୋଇଥିବାବେଳେ ଅନ୍ୟ ଜଣେ ଅଭିଯୁକ୍ତ ମଧ୍ୟ ରହିଛି ।

ATS DIG କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଦାଉଦର ଏହି ସହଯୋଗୀମାନେ ନକଲି ପାସପୋର୍ଟ ମାଧ୍ୟମରେ ଅହମ୍ମଦାବାଦରେ ପହଞ୍ଚିଥିଲେ । ଗୁଇନ୍ଦା ସୂତ୍ରରୁ ସୂଚନା ମିଳିବା ପରେ ସେମାନଙ୍କୁ ଗିରଫ କରାଯାଇଛି । ଏମାନଙ୍କ ଠାରୁ ନକଲି ପାସପୋର୍ଟ ମଧ୍ୟ ଜବତ କରାଯିବା ସହ ଏମାନଙ୍କ ବିରୋଧର ରେଡ କର୍ଣ୍ଣର ନୋଟିସ ମଧ୍ୟ ଜାରି କରାଯାଇଛି । 1993 ବିସ୍ଫୋରଣରେ ଏମାନଙ୍କ ମଧ୍ୟରୁ କିଏ ପ୍ରତ୍ୟେକ୍ଷ ଭାବେ ଜଡିତ ଥିଲେ ତାହା ପଚରାଉଚୁରା ପରେ ଜଣାପଡିବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମାଫିଆ ଡନ ଦାଉଦ ଇବ୍ରାହିମ ଘଟଣା ପରେ ଭାରତରୁ ଫେରାର ହୋଇଯାଇଛି । ସମୟ କ୍ରମେ ତା ବିରୋଧରେ ସମ୍ପତ୍ତି ଜବତ ପରି ଏକାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଭାରତ ସରକାର । ଆଜି ଗିରଫ ହୋଇଥିବା ସହଯୋଗୀ ଆତଙ୍କବାଦୀମାନେ ଦାଉଦର ଅତି ନିକଟତର ବୋଲି ମଧ୍ୟ ସୂଚନା ମିଳିଛି । ଏମାନଙ୍କୁ ଜେରା ବେଳେ ATS ହାତରେ ଦାଉଦ ସମ୍ପର୍କରେ କିଛି ଗୁରୁତ୍ବପୂର୍ଣ୍ଣ ସୂଚନା ଲାଗିପାରେ ବୋଲି ମଧ୍ୟ ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.